Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଗଠନ ହେଲା କ୍ୟାମ୍ପସ କମିଟି

Jitendra Dash
Browse all articles by Jitendra Dash
·2 years ago
ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଗଠନ ହେଲା କ୍ୟାମ୍ପସ କମିଟି

ଅର୍ଗସ ବ୍ୟୁରୋ : ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ଗୁଡିକରେ ଦୀର୍ଘ ବର୍ଷ ହେଲା ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । କଲେଜ କ୍ୟାମ୍ପସ ଗୁଡିକରେ ଆଉ ନିର୍ବାଚନ ହେଉନି କି ନିର୍ବାଚିତ ହେଉ ନାହାନ୍ତି ଛାତ୍ର ନେତା । ଏବେ ଛାତ୍ର ସଂସଦ ନିର୍ବାଚନର ବିକଳ୍ପ ଭାବରେ ଗଠନ ହେଉଛି କ୍ୟାମ୍ପସ କମିଟି । ଆଜି ରାଜଧାନୀ କଲେଜରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଗଠନ ହୋଇଛି କ୍ୟାମ୍ପସ କମିଟି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏଥିରେ ସ୍ନାତକ ବର୍ଷର ଛାତ୍ର ସଂଗ୍ରାମ ଦାସଙ୍କୁ ସଭାପତି ଦାୟିତ୍ଵ ଦିଆଯାଇଥିବା ବେଳେ +୨ ଦ୍ଵିତୀୟ ବର୍ଷର ଛାତ୍ର ସୁନିଲ ବେହେରାଙ୍କୁ ସମ୍ପାଦକ ଭାବରେ ଦାୟିତ୍ଵ ପ୍ରଦାନ କରଯାଇଛି । ଏଥିସହ ଆବାହକ, କ୍ରୀଡ଼ା ସମ୍ପାଦକ, ନାଟ୍ୟ ସମ୍ପାଦକ, ହଷ୍ଟେଲ ସୋସାଇଟି ଇନ୍‌ଚାର୍ଜ, ଡେ ସ୍କୋଲାର ସୋସାଇଟି ଇନ୍‌ଚାର୍ଜ ଆଦି ପଦରେ ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ରଖାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A campus committee was formed on behalf of ABVP | Argus News