Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାପ ଝିଅଙ୍କୁ ମାଡ ମାରି ଫସିଲେ କନେଷ୍ଟବଳ, ଚାକିରିରୁ ହେଲେ ବିଦା

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ବାପ ଝିଅଙ୍କୁ ମାଡ ମାରି ଫସିଲେ କନେଷ୍ଟବଳ, ଚାକିରିରୁ ହେଲେ ବିଦା

ମୟୁରଭଞ୍ଜ : ଜଣେ ମହିଳା ଓ ତାଙ୍କ ପିତାଙ୍କୁ ସରକାରୀ କ୍ୱାର୍ଟର ରେ ବନ୍ଦୀ କରି ନିସ୍ତୁକ ମାଡ଼ ମାରିଲେ ଜଣେ କାର୍ଯ୍ୟରତ ପୋଲିସ କନେଷ୍ଟବଳ। ଅଭିଯୋଗ ପରେ ନିଲମ୍ୱିତ ହେଇ କୋର୍ଟ ଚାଲାଣ ହେଲେ ପୋଲିସ କନେଷ୍ଟବଳ ଅନନ୍ତ ବିଶ୍ଵାଳ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନାରେ। ସୂଚନାଅନୁସାରେ ବାରିପଦା ଟାଉନ ଥାନା ଅଧୀନସ୍ଥ କାଳିକାପୁର ନିବାସୀ ରଘୁନାଥ ପାଢୀଙ୍କୁ ଦଶବର୍ଷ ପୂର୍ବେ କନେଷ୍ଟବଳ ଅନନ୍ତ କୁମାର ବିଶ୍ଵାଳ ୩୨ ହଜାର ଟଙ୍କା ଦୋକାନ କରିବା ପାଇଁ ଧାର ଦେଇଥିଲେ । ପର୍ଯ୍ୟାୟ କ୍ରମେ ରଘୁନାଥ ପାଢୀ ଉକ୍ତ ଟଙ୍କା ର ଷୋହଳ ହଜାର ଟଙ୍କା ଫେରସ୍ତ କରିଥିଲେ । କିନ୍ତୁ ଘରୋଇ ଅସୁବିଧା ହେତୁ ବାକିତକ ଟଙ୍କା ଫେରାଇବା ରେ ବିଳମ୍ବ ହୋଇଥିଲା ,ଏବଂ ପ୍ରତିଶୁତି ମଧ୍ଯ ଦେଇ କହିଥିଲେ ବାକି ଟଙ୍କା ସବୁ ଧୀରେ ଧୀରେ ସୁଝି ଦେବେ। କିନ୍ତୁ କନେଷ୍ଟବଳ ଅନନ୍ତ କୁମାର ବିଶ୍ବାଳ ନିଜର ହିତାହିତ ଜ୍ଞାନ ହରାଇ ରକ୍ସି ଛକ ଠାରେ ରଘୁନାଥଙ୍କ ଜଳଖିଆ ଦୋକାନ ରେ ପହଁଚି ଲୋକଙ୍କ ସମ୍ମୁଖରେ ରଘୁନାଥ ପାଢୀଙ୍କୁ ଗାଳି ଗୁଲଜ କରିବା ସହ ବିଧା ଗୋଇଠା ମାରିଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

ଜୋର ଜବରଦସ୍ତି ରଘୁନାଥ ପାଢୀ ଏବଂ ତାଙ୍କ ଝିଅ ଦେବଶ୍ରୀ ପାଢୀ, (୨୨) ଙ୍କୁ ବାଇକ ରେ ବସାଇ ଟାଉନ ଥାନା କୁ ନେବି କହି, ଶୁଳିଆପଦା ଥାନା ରେ ଥିବା ନିଜ କ୍ୱାଟର କୁ ନେଇ ଆସିଥିଲେ। ନିଜ କ୍ୱାଟରରେ ଗୋଟିଏ ରୁମ ଭିତରେ ବନ୍ଦି କରି ବାପ ଝିଅ କୁ ନିରଧୂମ ମାଡ ମାରିବା ସହିତ ଝିଅକୁ ବେକରେ ଚିପି ଅଶ୍ଳୀଳ ବ୍ୟବହାର କରିଥିଲେ। ଏହାସହିତ ତାଙ୍କୁ ଭିତରେ ରଖି କ୍ୱାଟର ବାହାର ପଟୁ କବାଟ ବନ୍ଦ କରି ଦେଇ ଚାଲିଯାଇଥିଲେ। କୌଶଳ କ୍ରମେ ଦୁହେଁ ବାପ ଝିଅ ଶୁଳିଆପଦା ଥାନାରେ ଲିଖିତ ଅଭିଯୋଗ ପରେ  ପୋଲିସ କନେଷ୍ଟବଳ ବିଶ୍ବାଳଙ୍କୁ ଚାକିରିରୁ ନିଲମ୍ୱିତ କରି କେଶ ନମ୍ୱର ୩୧/୨୪ ରେ ମାମଲା ରୁଜୁ କରି କନେଷ୍ଟବଳ ଅନନ୍ତ ବିଶ୍ୱାଳ ଙ୍କୁ କୋର୍ଟ ଚାଲାଣ କରିଛି। ପୂର୍ବରୁ ମଧ୍ୟ ଏହି କନେଷ୍ଟବଳ ଜଣକ ଖାକି ପୋଷାକର ଆଢୁଆଳରେ ରହି ଆଇନକାନୁନ କୁ ପାଦରେ ଏଡେଇ ଶୁଳିଆପଦା ଅଞ୍ଚଳର ଜନସାଧାରଣ ଙ୍କ ଉପରେ ବିଭିନ୍ନ ପ୍ରକାରର ଜୁଲୁମ କରିଥିବାର ଅଭିଯୋଗ ନଜିର ରହିଛି । ଖାଲି ଏତିକି ନୁହେଁ ଏହା ପୁର୍ବରୁ ଶୁଳିଆପଦା ପୋଲିସ ନିର୍ଯ୍ୟାତନା ସହିନପାରି ଜଣେ ଆଦିବାସୀ ଯୁବକ ଆତ୍ମହତ୍ୟା କରିଥଲେ। ପୋଲିସ ଉପରକୁ ଲୋକଙ୍କ ଆସ୍ଥା ତୁଟୁଥିବା ବେଳେ  ଖୋଦ୍ ମୁଖ୍ୟମନ୍ତ୍ରୀ ଙ୍କ ବିଭାଗ ହେଉଛି ଗୃହ ବିଭାଗ। ଏଠି ପ୍ରଶ୍ନ ଉଠୁଛି ପୋଲିସ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଅଛି ନା ଲୋକଙ୍କୁ ନିର୍ଯାତନା ଦେବାପାଇଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a conestble misbehave a father and daughter and suspended by job | Argus News