Videos
|
Odisha

ଜବତ ହେଲା ବିଦ୍ୟୁତ ଖୁଣ୍ଟର କଟପିସ୍, ଜଣେ ଫେରାର

Jitendra Dash
Browse all articles by Jitendra Dash
·2 years ago·1 min read
ଜବତ ହେଲା ବିଦ୍ୟୁତ ଖୁଣ୍ଟର କଟପିସ୍, ଜଣେ ଫେରାର

ଅର୍ଗସ ବ୍ୟୁରୋ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ବଜାରରେ ଏକ ଚୋରି ଧରା ପଡିଛି । ଚୋରିରେ ସଂପୃକ୍ତ ଲାଇନ୍‌ମେନ୍ ଫେରାର ହୋଇ ଯାଇଥିବା ବେଳେ ଅଟୋ ଚାଳକ ଗିରଫ୍ ହୋଇଥିବା ଜଣାଯାଇଛି । ତିହିଡି ଏସଡିଓ କାର୍ଯ୍ୟାଳୟ ଅଧିନ ଯଶିପୁର ସେକ୍ସନର ବିଲରେ ଅବ୍ୟବହୃତ ହୋଇ ପଡିଥିବା ୩ଟି ୧୧କେଭିଏ ଲୁହା ବିଦ୍ୟୁତ ଖୁଣ୍ଟକୁ ଚୋରମାନେ କାଟି, ତାକୁ ୧୨ ଖଣ୍ଡ କରି ଏକ ଅଟୋ ଯୋଗେ ବାହାରକୁ ଚାଲାଣ କରୁଥିବା ବେଳେ ପୀରହାଟରେ ଧରା ପଡିଛନ୍ତି । 

ଚୋରି କରି ନିଆଯାଉଥିବା ବେଳେ ଏହାକୁ ବିଭାଗୀୟ ଅଧିକାରୀମାନେ ଧରି ପୀରହାଟ ପୋଲିସକୁ ହସ୍ତାନ୍ତର କରିଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଖଡ଼ିଜାଣ ବିଲରେ କେତେକ ଅବ୍ୟବହୃତ ବିଦ୍ୟୁତ ଖୁଣ୍ଟରହିଥିଲା । ତେବେ କମ୍ପାନୀର ଜଣେ ଠିକା କର୍ମଚାରୀ ସେଥିମଧ୍ୟରୁ ୩ ଟି ଖୁଣ୍ଟକୁ କାଟି ଏକ ଅଟୋରେ ନେଇ ଯାଉଥିଲେ । ତେବେ ଲକ୍ଷ୍ମୀପ୍ରସାଦ ରାସ୍ତା ପାଶ୍ୱର୍ରେ ଟାଟା ପାୱାର କମ୍ପାନୀର ଯଶିପୁର ସେକସନ କମର୍ସିର୍ଆଲ ଅଫିସର ରାଜୀବ କୁମାର ଦାସ କାର୍ଯ୍ୟରତ ଥିବା ବେଳେ ବିଦ୍ୟୁତ ଖୁଣ୍ଟ ବୋଝେଇ ଏହି ଅଟୋକୁ ଦେଖିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଡ୍ରାଇଭରକୁ ପଚରା ଉଚୁରା କରିବାରୁ ସେ ବିଦ୍ୟୁତ ବିଭାଗର ଠିକା ଲାଇନମ୍ୟାନ ଗୋପବନ୍ଧୁ ପାଣ୍ଡବଙ୍କ ଠାରୁ ଆଣିଥିବା ସ୍ୱୀକାର କରିଥିଲା । ୩ ଗୋଟି ୧୧ କେଭି ବିଦ୍ୟୁତ ଖୁଣ୍ଟକୁ କଟାଯାଇ ୧୨ ଖଣ୍ଡ କରିବା ପରେ ଅଟୋରେ ବୋହା ଯାଇଥିବା ଜଣା ପଡ଼ିଥିଲା । ପୀରହାଟ ପୋଲିସ ଗାଡ଼ିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଚାଳକ ଆଶୁତୋଷ ମହାକୁଡ଼କୁ ଗିରଫ କର କୋର୍ଟ ଚାଲାଣ କରିଛି । ଆଶୁତୋଷର ଘର ସାହାପୁର ଓ ଗୋପବନ୍ଧୁ ପାଣ୍ଡବଙ୍କ ଘର ପୀରହାଟ ଥାନା ଅଧିନ ପାଳିକାସାହିରେ ବୋଲି ଜଣାପଡ଼ିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
A cut piece of electric pole was seized | Argus News