Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପଶ୍ଚିମ ଓଡ଼ିଶାରେ ଅଦିନିଆ ବର୍ଷା ଉଜାଡି ଦେଲା ସୁନାର ଫସଲ

Odisha

ପଶ୍ଚିମ ଓଡ଼ିଶାରେ ଅଦିନିଆ ବର୍ଷା ଉଜାଡି ଦେଲା ସୁନାର ଫସଲ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ପଶ୍ଚିମ ଓଡ଼ିଶାରେ ଅଦିନିଆ ବର୍ଷା ଉଜାଡି ଦେଲା ସୁନାର ଫସଲ

ଅର୍ଗସ ବ୍ୟୁରୋ : ଓଡ଼ିଶାର ଭାତ ହାଣ୍ଡି ବରଗଡ଼ରେ ଦାଉ ସାଧିଛି ପ୍ରାକୃତିକ ଦୁର୍ବିପାକ । ଧାନ ଅମଳ ପରେ ରାସ୍ତା ଉପରେ ଆର୍ଦ୍ରତା ଶୂନ୍ୟ ପାଇଁ ଶୁଖାଇଥିଲା ଚାଷୀ । ହେଲେ ଅଦିନିଆ ବର୍ଷା ସବୁ ଛାରଖାର୍ କରିଦେଇଛି । ରାସ୍ତା ଉପରେ ଧାନ ସବୁ ଭିଜି ନଷ୍ଟ ହେବାକୁ ବସିଛି । ଏ ଦୃଶ୍ୟ ହେଉଛି ଅତାବିରାର ।ଏପଟେ ଦେଖନ୍ତୁ କଳାପାଣି ଅଞ୍ଚଳରେ ବି ସମାନ ଅବସ୍ଥା । ଚାଷୀଙ୍କ ମୁହଁରୁ ହସ ଛଡାଇ ନେଇଛି ବର୍ଷା । ଅମଳ ଧାନ ସବୁ ଭିଜିଥିବା ବେଳେ ଚାଷ ଜମିରେ ପାଣି ପଶି ଧାନ ଗଛ ମାଟିରେ ଲୋଟି ପଡିଛି ।   

ଅଧିକ ପଢନ୍ତୁ ଓଡିଶା ଖବର

ଏ ଦେଖନ୍ତୁ ବୌଦ୍ଧ ଜିଲ୍ଲାର ଚିତ୍ର । ଆଉ ଦିନକ ମଧ୍ୟରେ କଟା ହୋଇଥାନ୍ତା ଧାନ । କିନ୍ତୁ ବର୍ଷା ସବୁ ଭିଜେଇ ଦେଲା । ବିଲରେ ଚାଲିଲା ପାଣି । ମେଘୁଆ ପାଗ ଯୋଗୁଁ ଏବେ ଧାନ ବିଲରୁ ବାହାରକୁ ଆଣି ହେଉଛି ନା ଧନ ବିଲରୁ ଧାନ କାଟି ହେଉଛି । ଖାଲି ଧାନ ନୁହେଁ ହେକ୍ଟର ହେକ୍ଟର ପରିବା ଫସଲ ବି ପଚିସଢି ନଷ୍ଟ ହୋଇଯାଇଛି । ଏପଟେ ମଣ୍ଡିରେ ଜରି ପାଲ ତଳେ ବି ସୁରକ୍ଷିତ ନାହିଁ ଧାନ । ପାଣି ସାଉଣ୍ଟିବାରେ ବ୍ୟସ୍ତ ଚାଷୀ ।କଳାହାଣ୍ଡି ଜିଲ୍ଲାରେ ବି ବର୍ଷା ପାଇଁ ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । କ୍ଷେତରେ ପାଣି ପଶି ଧାନ ଫସଲ ସମ୍ପୂର୍ଣ୍ଣ ଭିଜିଯାଇଛି । ଶହ ଶହ ହେକ୍ଟର କ୍ଷେତରେ ଜମି ରହିଛି ବର୍ଷା ପାଣି । ବର୍ଷାଯାକ ପରିଶ୍ରମ କରି ସୁନାର ଫସଲ ଖେଳାଇଥିଲା ଚାଷୀ । ଏବେ ଅଦିନିଆ ବର୍ଷା ଯୋଗୁଁ ହଠାତ୍ ଫସଲ ନଷ୍ଟ ଦେଖି କେମିତି ଋଣ ପରିଶୋଧ କରିବ, ତାକୁ ନେଇ ଚିନ୍ତାରେ ପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
A day's rain in West Odisha has spoiled the gold crop | Argus News