Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଡ଼ାକ୍ତର ହେବ ତ ଏମିତି, ଭୁଲି ନାହାନ୍ତି ନିଜ ଜନ୍ମ ମାଟିକୁ

Odisha

ଡ଼ାକ୍ତର ହେବ ତ ଏମିତି, ଭୁଲି ନାହାନ୍ତି ନିଜ ଜନ୍ମ ମାଟିକୁ

Jitendra Dash
Browse all articles by Jitendra Dash
·2 years ago·2 min read
ଡ଼ାକ୍ତର ହେବ ତ ଏମିତି, ଭୁଲି ନାହାନ୍ତି ନିଜ ଜନ୍ମ ମାଟିକୁ

ଅର୍ଗସ ବ୍ୟୁରୋ : ରାତି ପାହିଲେ କ୍ଲିନିକ୍ ଆଗରେ ଲାଗୁଛି ଭିଡ଼ । ଛୁଆଠୁ ବୁଢ଼ା ଗରିବ ହେଉକି ଧନୀ ସମସ୍ତେ ଚିକିତ୍ସା ପାଇଁ ଅପେକ୍ଷା କରି ରହିଛନ୍ତି । ଏ ଭଳି ଘଟଣା ଦେଖିବାକି ମିଳିଛି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସରକଣ୍ଡା ଗାଁର । ଆଉ ଏଠାରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ହେଉଛନ୍ତି ଏହି ଗାଁର ପୁଅ ଡାକ୍ତର ମେଘନାଥ ମେହେର । ସେ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । କିନ୍ତୁ ନିଜ ଜନ୍ମମାଟିକୁ ଭୁଲି ନାହାଁନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିଜ ଜନ୍ମମାଟି ଲୋକ ଯେପରି ଚିକିତ୍ସାରୁ ବଞ୍ଚିତ ନହେବେ ସେଥିପାଇଁ ତାଙ୍କ ମା'ଙ୍କ ନାମରେ ତାରା ସ୍ବାସ୍ଥ୍ୟ ସଚେତନ କେନ୍ଦ୍ର ନାମରେ ଏକ କ୍ଲିନିକ ଖୋଲି ମାଗଣାରେ ଲୋକଙ୍କୁ ଚିକିତ୍ସା କରୁଛନ୍ତି । ଏବଂ ରୋଗ ଗୁଡିକରୁ ଲୋକେ କିପରି ଦୂରେଇ ରହିବେ ସେନେଇ ସଚେତନ ମଧ୍ୟ କରୁଛନ୍ତି । ସାଧାରଣ ଜ୍ଵର ଠାରୁ ଆରମ୍ଭ କରି ମ୍ୟାଲେରିଆ, ମଧୁମେହ, ଉଚ୍ଚ ରକ୍ତ ଚାପ ପରି ଅନେକ ରୋଗର ମାଗଣାରେ ପରୀକ୍ଷା କରିବା ସହ ଔଷଧ ମଧ୍ୟ ପ୍ରଦାନ କରାଯାଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଛୋଟ ବେଳରୁ ମେଘନାଥ ଡାକ୍ତର ହେବା ପାଇଁ ସ୍ବପ୍ନ ଦେଖିଥିଲେ । ଗାଁ ଲୋକେ କିପରି ସୁବିଧାରେ ଚିକିତ୍ସା ପାଇ ପାରିବେ ସେ ଲକ୍ଷ ନେଇ ଆଗକୁ ବଢ଼ି ଚାଲିଲେ । ସେ ଗାଁ ସ୍କୁଲରେ ହିଁ ଦଶମ ପର୍ଯ୍ୟନ୍ତ ପାଠ ପଢିଥିବା ବେଳେ ପରେ ବୁର୍ଲାର ବିର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ କଟକରେ ଡାକ୍ତରୀ ପାଠ ପଢ଼ି ଡିଗ୍ରୀ ଅର୍ଜନ କରିଥିଲେ । ପରେ ଭୁବନେଶ୍ବର ଏମ୍ସରେ ତିନି ବର୍ଷ ଚାକିରୀ କରିଥିଲେ । ଏବେ ନିଜ ଗ୍ରାମ ସହ ଅଞ୍ଚଳବାସୀଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି । ଯାହାକୁ ନେଇ ଗ୍ରାମବାସୀ ଗର୍ବିତ ମନେ କରୁଥିବା ବେଳେ ଡାକ୍ତର ମେଘନାଥଙ୍କୁ ଏପରି କାର୍ଯ୍ୟକୁ  ପ୍ରଶଂସା କରୁଛନ୍ତି । ଡାକ୍ତରଙ୍କୁ ସମସ୍ତେ ଭଗବାନ ସ୍ୱରୂପ ଦେଖିଥାନ୍ତି, କିନ୍ତୁ ସରକଣ୍ଡା ଗ୍ରାମବାସୀ ଭଗବାନ ରୂପରେ ନିଜର ମା ମାଟିର ସନ୍ତାନକୁ ପାଇ ବେଶ୍ ଉତ୍ସାହିତ ହୋଇଛନ୍ତି । 
 

Sponsored
A doctor will be like this, he has not forgotten his native soil | Argus News