Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିମ୍ନମାନର ରାସ୍ତା କାର୍ଯ୍ୟକୁ ବିରୋଧ କରିବାରୁ ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ

Odisha

ନିମ୍ନମାନର ରାସ୍ତା କାର୍ଯ୍ୟକୁ ବିରୋଧ କରିବାରୁ ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ନିମ୍ନମାନର ରାସ୍ତା କାର୍ଯ୍ୟକୁ ବିରୋଧ କରିବାରୁ ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ

ନିମାପଡା : ରାସ୍ତାକାର୍ଯ୍ୟରେ ଅନିୟମିତତାକୁ ବିରୋଧ କରି ଗାଁରୁ ବାସନ୍ଦ । ପୁରୀ ଗୋପ ଥାନା କୁଆଁପଡ଼ା ପଞ୍ଚାୟତ ସୂଜାନଗର ଗାଁରେ ଅଭାବନୀୟ ଘଟଣା । ତତ୍କାଳୀନ ବିଜେଡି ସରକାରଙ୍କ ସମୟରେ ହୋଇଥିବା ନିମ୍ନମାନର ରାସ୍ତା କାର୍ଯ୍ୟକୁ ବିରୋଧ କରିବାରୁ ଗୋଟିଏ ପରିବାରର ୮ଜଣ ସଦସ୍ୟଙ୍କୁ ଗାଁରୁ ବାସନ୍ଦ କରାଯାଇଛି । ଗାଁର ଶରତ ପ୍ରଧାନ ରାସ୍ତାକାମରେ ବ୍ୟାପକ ଅନିୟମିତତା ଦେଖି ବିରୋଧ କରିବାରୁ ତାଙ୍କ ପରିବାରକୁ ନିଆଁ, ପାଣି, ମନ୍ଦିରରେ  ପ୍ରବେଶକୁ ବନ୍ଦ କରାଯାଇଛି । କିଛି ଲୋକ ଗାଁରେ ଘଣ୍ଟ ବାଡେଇବା ସହ ଗାଁ ମନ୍ଦିରରେ ପାଦୁକ ଛୁଆଁଇ ତାଙ୍କ ପରିବାର ସହିତ କୌଣସି ସମ୍ପର୍କ ନ ରଖିବାକୁ କହିଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ଶରତଙ୍କୁ କିଛିଦିନ ତଳେ ଗାଁରେ କିଛି ବ୍ୟକ୍ତି ଆକ୍ରମଣ ମଧ୍ୟ କରିଥିଲେ । ତେଣୁ ସେ ତାଙ୍କ ମାଁ ଙ୍କୁ ଭଉଣୀ ପାଖରେ ଛାଡି ଅନ୍ୟ ସ୍ଥାନରେ ରହୁଥିବା ଜଣାପଡିଛି I ଭଉଣୀ ସସ୍ମିତା ପାତ୍ର ଙ୍କ ପାଖରେ ମା ଙ୍କୁ କାହିଁକି ରଖିଲ ବୋଲି କହି ଗ୍ରାମବାସୀ ମାନେ ସସ୍ମିତା ପାତ୍ର ଙ୍କୁ ମଧ୍ୟ ଗାଁ ରୁ ବାସନ୍ଦ କରିଥିବା ଜଣା ପଡିଛି । ସସ୍ମିତା ଟ୍ୟୁସନ କରୁଥିବା 30 ପିଲା ଙ୍କ ପରିବାର କୁ ମଧ୍ୟ ଟ୍ୟୁସନ ନଯିବା ପାଇଁ ବାରଣ କରିଛନ୍ତି ଗ୍ରାମବାସୀ । ବୃଦ୍ଧା ମା ଙ୍କୁ ସାଙ୍ଗରେ ଧରି ଗୋପ ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଆଶାରେ ରହିଛନ୍ତି ଶରତଙ୍କ ଭଉଣୀ ସସ୍ମିତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
A family was evicted from the village for protesting poor road construction | Argus News