Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସମ୍ବିଧାନ ଦିବସ ଅବସରରେ ଭୁବନେଶ୍ବରରେ ପଦଯାତ୍ରା

Odisha

ସମ୍ବିଧାନ ଦିବସ ଅବସରରେ ଭୁବନେଶ୍ବରରେ ପଦଯାତ୍ରା

Swayangprajna Mishra
Browse all articles by Swayangprajna Mishra
·1 year ago
ସମ୍ବିଧାନ ଦିବସ ଅବସରରେ ଭୁବନେଶ୍ବରରେ ପଦଯାତ୍ରା

ଅର୍ଗସ ବ୍ୟୁରୋ : ଆଜି ସମ୍ବିଧାନ ଦିବସ । ଏହି ଅବସରରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଥମେ ଏଜି ଛକ ସ୍ଥିତ ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର୍‌ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ପ୍ରମୁଖ ଯୋଗ ଦେଇଥିଲେ । ପରେ ପରେ ଆରମ୍ଭ ହୋଇଥିଲା ପଦଯାତ୍ରା ।

ଅଧିକ ପଢନ୍ତୁ : ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ

ପଦଯାତ୍ରା ୁଏଜି ଛକରୁ ବାହାରି କ୍ୟାପିଟାଲ ହସ୍ପିଟାଲ ଯାଏ ଚାଲିଥିଲା । ଏଥିରେ ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ । କ୍ୟାପିଟାଲ ହସ୍ପିଟାଲରେ ପଦଯାତ୍ରା ପହଞ୍ଚିବା ପରେ ସେଠାରେ କରାଯାଇଥିଲା ସଫେଇ ଅଭିଯାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A march in Bhubaneswar on the occasion of Constitution Day | Argus News