ବିଜେପି ରାଷ୍ଟ୍ରୀୟ ମୁଖ୍ୟାଳୟରେ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକ

ଅର୍ଗସ ବ୍ୟୁରୋ : ନୂଆଦିଲ୍ଲୀ ବିଜେପି ରାଷ୍ଟ୍ରୀୟ ମୁଖ୍ୟାଳୟରେ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେଉଛି । ବୈଠକରେ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ, ସମସ୍ତ ରାଜ୍ୟ ସଭାପତି ଏବଂ ସଂଗଠନ ମନ୍ତ୍ରୀ ଓ ମହା ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା । ବୈଠକରରେ ମୁଖ୍ୟତଃ ଦଳର ସଦସ୍ୟତା ଅଭିଯାନ, ସଙ୍ଗଠନ ନିର୍ବାଚନ ପାଇଁ ଆଲୋଚନା ହେବ । ଦୁଇଟି ଚରଣରେ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହେବ । ପ୍ରଥମେ ସେପ୍ଟେମ୍ବର ୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ଦଳର ସଦସ୍ୟତା ଅଭିଯାନ ଆରମ୍ଭ ହେବ ।
ଅଧିକ ପଢନ୍ତୁ ଓଡିଶା ଖବର
ଦ୍ବିତୀୟରେ ୧ ଅକ୍ଟୋବର ରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ ହେବ । ସଦସ୍ୟତା ଅଭିଯାନ ପରେ ହିଁ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହେବ । ପୂର୍ବରୁ ବିଜେପିର ୧୧ କୋଟି ସଦସ୍ୟ ଅଛନ୍ତି । ଏଥର ନୂଆ ରେକର୍ଡ ପାଇଁ ଦଳର ସୁପ୍ରିମୋ ସମସ୍ତ ପଦାଧିକାରୀଙ୍କୁ ଟାର୍ଗେଟ ଦେବେ । ଏହି ବୈଠକ ପରେ କେତେକ ରାଜ୍ୟରେ ପ୍ରଭାରୀ ନିଯୁକ୍ତ ହେବ । ଜାମ୍ମୁ କାଶ୍ମୀର, ହରିୟାଣା, ଝାଡ଼ଖଣ୍ଡ, ମହାରାଷ୍ଟ୍ର ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବୈଠକରେ ଆଲୋଚନା ହୋଇପାରେ । ଓଡିଶାର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତ ମହାନ୍ତି, କେନ୍ଦୁଝର ସାଂସଦ ଅନନ୍ତ ନାୟକ ପ୍ରମୁଖ ବୈଠକରେ ଯୋଗ ଦେଇଛନ୍ତି ।