Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

Odisha

ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

Jitendra Dash
Browse all articles by Jitendra Dash
·2 years ago·1 min read
ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଅର୍ଗସ ବ୍ୟୁରୋ : ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉପରେ ବିଶେଷ ଆଲୋଚନା ହେବାସହ ଗତକାଲି ନୀତି ସବକମିଟି ବୈଠକରେ ହୋଇଥିବା ଚୂଡାନ୍ତ ସମୟ ଓ ଦିନ ଉପରେ ମୋହର ମରାଯିବ । ଅନ୍ୟପଟେ ଆଜି ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠିବ କି ନାହିଁ ସେନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ନଜର ରହିଥିବା ବେଳେ ବୈଠକର ଏଜେଣ୍ଡାରେ କିନ୍ତୁ ରତ୍ନଭଣ୍ଡାର ପ୍ରସଙ୍ଗ ସ୍ଥାନ ପାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତ ଅଗଷ୍ଟ ୪ ତାରିଖରେ ଅନୁଷ୍ଠିତ ହୋଇଥିବା ପରିଚାଳନା କମିଟିର ନିଷ୍ପତ୍ତିକୁ ଆଜି ବୈଠକରେ ବିବରଣୀ ପଠନ ସହ ଦୃଢୀକରଣ କରାଯିବ । ଅର୍ଥାତ ଗତ ଅଗଷ୍ଟ ମାସରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ହାଇଲେବଲ୍ ଟିମ୍ ଗଠନ ପାଇଁ ଚିଠି ଲେଖାଯିବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣତି ପ୍ରସଙ୍ଗରେ ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ଚିଠି ଲେଖିବାର ଦୁଇମାସ ମଧ୍ୟରେ ସରକାର ଉଚ୍ଚସ୍ତରୀୟ ଟିମ୍ ଗଠନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଆଜିର ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହେଉଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହାଛଡା ବୈଠକରେ ମହାପ୍ରଭୁଙ୍କ ଜମି ବିକ୍ରି ସମ୍ପର୍କରେ ଆଲୋଚନା ହେବାସହ ଆଦର୍ଶ ଗୁରୁକୂଳ ଅଗ୍ରଗତି ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ଏହାଛଡା ସେବକ ବାସଗୃହ, ବାଉଳୀମଠ ଉନ୍ନତିକରଣ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ।

Painting
Sponsored
A meeting of the Shree Mandir Management Committee will be held today | Argus News