Videos
|
Odisha

ରାଜ୍ୟର ପ୍ରତି ମହିଳାଙ୍କୁ ମାସକୁ ମିଳିବ ଏକ ହଜାର ଟଙ୍କାର ଭତ୍ତା

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟର ପ୍ରତି ମହିଳାଙ୍କୁ ମାସକୁ ମିଳିବ ଏକ ହଜାର ଟଙ୍କାର ଭତ୍ତା

ଅର୍ଗସ ବ୍ୟୁରୋ : ଦେବଗଡ଼ ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟସାରା ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଆଗ୍ରହ । ରାଜ୍ୟରେ ବିଜେପି ସରକାରକୁ ଆସିଲେ ପ୍ରତି ମହିଳାଙ୍କୁ ମାସିକ ହଜାରେ ଟଙ୍କା ଭତ୍ତା ଏବଂ ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ବିଜେପି । ଛତିଶଗଡ଼ରେ ବି ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଦେଇଥିଲା ସମାନ ପ୍ରତିଶ୍ରୁତି । ଯାହାର ଫଳ ସ୍ବରୂପ ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଛତିଶଗଡ଼ରେ ବିଜେପି ହାସଲ କରିଥିଲା ବମ୍ପର ଭିକ୍ଟ୍ରି । ଛତିଶଗଡ଼କୁ ଲାଗିଛି ଓଡ଼ିଶାର ଅଧିକ ଧାନ ଉତ୍ପାଦନ ହେଉଥିବା ଜିଲ୍ଲାଗୁଡ଼ିକ । 

ଓଡ଼ିଶା ଚାଷୀ କଟନୀଛଟନୀ ଓ ଅଭାବି ବିକ୍ରୀର ଶିକାର ହେଉଥିବା ବେଳେ ପଡ଼ୋଶୀ ରାଜ୍ୟର ଚାଷୀ କ୍ବିଣ୍ଟାଲ ୩୧ ଶହ ଟଙ୍କାରେ ଧାନ ବିକୁଥିବା ଦେଖି ଓଡ଼ିଶା ଚାଷୀ ମନରେ ଦୁଃଖ ହେଉଥିଲା । ଏବେ ବିଜେପିର ଘୋଷଣା ସେମାନଙ୍କ ମଧ୍ୟରେ ସଂଚାର କରିଛି ନୂଆ ଆଶା । ରାଜ୍ୟରେ ବିଜେଡିର ବଡ଼ ଭୋଟ୍ ବ୍ୟାଙ୍କ ହେଉଛନ୍ତି ମହିଳା । ଆଉ ପ୍ରତି ମହିଳାଙ୍କୁ ମାସିକ ହଜାରେ ଟଙ୍କାର ଭତ୍ତା ପ୍ରତିଶ୍ରୁତି ବିଜେଡିର ଏହି ଭୋଟ୍ ବ୍ୟାଙ୍କକୁ ଭାଙ୍ଗିବାର ବଡ଼ ଅସ୍ତ୍ର ସାବ୍ୟସ୍ତ ହୋଇପାରେ । ଏହି ଗ୍ୟାରେଣ୍ଟି ବଳରେ ଯଦି ବିଜେପି ମହିଳା ଭୋଟ୍ କୁ ନିଜ ସପକ୍ଷରେ କରିନିଏ ତାହାରେ ଓଡ଼ିଶାରେ ୨୪ ବର୍ଷର ସତ୍ତା ପରିବର୍ତ୍ତନ ଅସମ୍ଭବ ନୁହେଁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କିଛି ମାସ ତଳେ ଶେଷ ହୋଇଥିବା ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ତାନ ବିଧାନସଭା ନିର୍ବାଚନରେ ବିଜେପି ପାଇଁ  ବିଜୟର ରାସ୍ତା ଅସହଜ ମନେ ହେଉଥିଲା । କିନ୍ତୁ ମୋଦି ଗ୍ୟାରେଣ୍ଟି ବଳରେ ୩ ରାଜ୍ୟରେ ବମ୍ପର ବିଜୟ ହାସଲ କରିଥିଲା ଭାରତୀୟ ଜନତା ପାର୍ଟି । ଏବେ ପ୍ରଶ୍ନ ଓଡ଼ିଶାରେ ବି କମାଲ ଦେଖାଇବକି ମୋଦି ଗ୍ୟାରେଣ୍ଟି ? ଚାଷୀ ଓ ମହିଳାଙ୍କ ବିଶ୍ବାସ ଜିତିବାରେ ସଫଳ ହେବକି ବିଜେପିର ଏହି ୨ ପ୍ରତିଶ୍ରୁତି ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: