Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଜେପି ନେତୃତ୍ବରେ ଓଡ଼ିଶାରେ ହେବ ନୂଆ ସରକାର

Odisha

ବିଜେପି ନେତୃତ୍ବରେ ଓଡ଼ିଶାରେ ହେବ ନୂଆ ସରକାର

Jitendra Dash
Browse all articles by Jitendra Dash
·1 year ago·2 min read
ବିଜେପି ନେତୃତ୍ବରେ ଓଡ଼ିଶାରେ ହେବ ନୂଆ ସରକାର

ଅର୍ଗସ ବ୍ୟୁରୋ : ବିଜେପି ନେତୃତ୍ବରେ ଓଡ଼ିଶାରେ ହେବ ନୂଆ ସରକାର । କୁଚିଣ୍ଡାରେ ବିଜୟ ସଂକଳ୍ପ ସମାବେଶରେ ଧର୍ମେନ୍ଦ୍ରଙ୍କ ଦମ୍ଭୋକ୍ତି । କୃଷିଭିତ୍ତିକ ଅଞ୍ଚଳରେ ଧାନ କିଣାରେ ହେଉଛି ମନଇଚ୍ଛା କଟନୀ-ଛଟନୀ । ମୋଦି ୧୦ ହଜାର କୋଟି ଦେବା ସତ୍ବେ ଓଡ଼ିଆବାସୀଙ୍କୁ ମିଳୁନି ପିଇବା ପାଣି । ଧର୍ମେନ୍ଦ୍ର କହିଲେ, ଅପାରଗ ବିଜେଡି ସରକାରକୁ ବଦଳାଇବା ପାଇଁ ଦୃଢ଼ ସଂକଳ୍ପ ନେଇଛନ୍ତି ଓଡ଼ିଶାବାସୀ ।

ଓଡ଼ିଶାର ଅସ୍ମିତାକୁ ଅକ୍ଷୁର୍ଣ୍ଣ ପାଇଁ ଏଥର ସରକାର ବଦଳିବା ଦରକାର । ବିଜେପି ନେତୃତ୍ବରେ ଓଡ଼ିଶାରେ ହେବ ନୂଆ ସରକାର । କୁଚିଣ୍ଡାରେ ବିଜୟ ସଂକଳ୍ପ ସମାବେଶରେ ଏଭଳି ଦମ୍ଭୋକ୍ତି ଭରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ମୋଦିଙ୍କ ଶାସନରେ ଗରିବ ମାନଙ୍କ ପାଇଁ ସବୁଠୁ ଅଧିକ କାମ ହୋଇଛି । ଓଡ଼ିଶାବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ମୋଦି ୧୦ ହଜାର କୋଟି ଦେଇଛନ୍ତି, କିନ୍ତୁ ଖରାଦିନରେ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ରାଜ୍ୟବାସୀ । 

ଧାନ କିଣାରେ ମନଇଚ୍ଛା କଟନୀ-ଛଟନୀ କରାଯାଉଛି, ମିଲରଙ୍କ ସହ ମିଶି ଚାଷୀଙ୍କ ପେଟରେ ଲାତ ମାରୁଛି ବିଜେଡି ସରକାର । କୃଷିଭିତ୍ତିକ ଅଞ୍ଚଳ ଉପରେ ଗୁରୁତର ପ୍ରଭାବ ପଡୁଛି । ୨୪ ବର୍ଷର ବିଜେଡି ସରକାରରେ କୁଚିଣ୍ଡା ସମ୍ପୂର୍ଣ୍ଣ ଅବହେଳିତ । ଜଳସେଚନ ହେଉନଥିବାରୁ ଚାଷୀ ଦୁର୍ଦ୍ଦଶା ଭୋଗୁଛନ୍ତି । ଜଙ୍ଗଲଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଦେଉନାହିଁ ରାଜ୍ୟ ସରକାର । ପେସା ଆକ୍ଟ କାର୍ଯ୍ୟକାରୀ ହେଉନଥିବା ବେଳେ ଆଦିବାସୀଙ୍କୁ ସ୍ଥାୟୀ ଜମି ପଟ୍ଟା ମିଳୁନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି, ଆଦିବାସୀଙ୍କ ଜମି ବିକିବା ପାଇଁ କିଏ ନେଇଥିଲା ନିଷ୍ପତ୍ତି ? ଏହା ବିରୋଧରେ ଲୋକେ ମେଳି ବାନ୍ଧିଛନ୍ତି । ଦୁର୍ନୀତିଗ୍ରସ୍ତ, ଅପାରଗ ବିଜେଡି ସରକାରକୁ ବଦଳାଇବାକୁ ଜନତା ଦୃଢ ସଂକଳ୍ପ ନେଇଛନ୍ତି । କୁଚିଣ୍ଡା ବିଜୟ ସଂକଳ୍ପ ସମାବେଶରେ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ବହୁ କର୍ମୀ । କୁଚିଣ୍ଡା ନିର୍ବାଚନ ମଣ୍ଡଳୀ କୁସୁମି ଓ କେଶାଇବାହାଲରେ ବିଶାଳ ରୋଡ୍ ସୋ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଯେଉଁଥିରେ ହୋଇଥିଲା ହଜାର ହଜାର ଲୋକଙ୍କ ସମାଗମ ।
 

Sponsored
A new government will be formed in Odisha under the leadership of BJP | Argus News