ଦଶମ ଶ୍ରେଣୀ ଛାତ୍ରର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର
·1 year ago·1 min read

ଅର୍ଗସ ବ୍ୟୁରୋ : ଦଶମ ଶ୍ରେଣୀ ଛାତ୍ରର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର । ବିଦ୍ୟାଳୟ ଛୁଟି ହେବାପରେ ସ୍କୁଲ ଫାଟକ ଆଗରେ ଆକ୍ରମଣ ।ଗୁରୁତର ଛାତ୍ରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ ମୁଣ୍ଡରେ ଲାଗିଛି ଗଭୀର ଆଘାତ । ପୂର୍ବ ଗଣ୍ଡଗୋଳରୁ ଆକ୍ରମଣ ସୂଚନା । ଅନୁଗୋଳ ସରକାରୀ ବିଦ୍ୟାଳୟରେରେ ଏପରି ଘଟଣା ଘଟିଛି ।
ଅଧିକ ପଢନ୍ତୁ ଓଡିଶା ଖବର
ଆଜି ଅପରାହ୍ନ ସମୟରେ ରାଧାରମଣପଡାର ଅଞ୍ଚଳର ଦିଗମ୍ବର ମାଝୀ ଙ୍କ ପୁଅ ଓମ୍ ପ୍ରକାଶ ମାଝୀ ଅନୁଗୋଳ ସରକାରୀ ବିଦ୍ୟାଲୟରେ ନବମ ଶ୍ରେଣୀ ପାଠ ପଢ଼ନ୍ତି। ଆଜି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମାରଣାସ୍ତ୍ରରେ ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ର ହେଉଛନ୍ତି ଓମ୍ ପ୍ରକାଶ ମାଝୀ। ଏ ନେଇ ପରିବାର ପକ୍ଷରୁ ଟାଉନ୍ ଥାନା ଅଭିଯୋଗ କରିଛନ୍ତି। ଏ ନେଇ ବିଦ୍ୟାଳୟ କତୃପକ୍ଷ ଙ୍କ ଆଲୋଚନା କରିବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଆଲୋଚନା ହୋଇ ପାରିନଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: