ପୋଲିସର ଦବଙ୍ଗଗିରି , ବିଚ୍ ରାସ୍ତାରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ପୋଲିସ ଅଧିକାରୀ
·2 years ago·1 min read

ପୁରୀ : ପିପିଲି ପୋଲିସର ଦବଙ୍ଗ ଗିରି। ବିଚ୍ ରାସ୍ତାରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ପୋଲିସ ଅଧିକାରୀ। ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି। ଯୁବକଙ୍କୁ ଦୁଇ ଜଣ ପୋଲିସ ଧରି ରଖିଛନ୍ତି ଏବଂ ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ଲାଠିରେ ମାଡ଼ ମାରିଚାଲିଛନ୍ତି। ତେବେ ସେହି ବାଟ ଦେଇ ଯାଉଥିବା ଲୋକେ ସେଠାରେ ଅଟକି ପୋଲିସକୁ ମାଡ଼ ନମାରିବାକୁ ଅନୁରୋଧ କରିଥିଲେ ମଧ୍ୟ ନିଷ୍ଠୁର ପୋଲିସ କର୍ମଚାରୀ ମାନେ ଶୁଣୁନଥିବା ଦେଖିବାକୁ ମିଳିଛି। ତେଣୁ ସେହି ବାଇକ ଆରୋହୀ ଜଣଙ୍କ ସେଠାରୁ ପଳାଇଯାଉଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
ଘଟଣାଟି ମଙ୍ଗଳବାର ରାତି 10ଟା ସମୟର ବୋଲି ଅନୁମାନ କରାଯାଉଛି। ମାଡ଼ ଖାଇଥିବା ଯୁବକ ପିପିଲି ହସନ ପୁର ଗ୍ରାମର ନୃସିଂହ ପ୍ରଧାନ ଓରଫ ପାକୁ ପ୍ରଧାନ ବୋଲି କୁହାଯାଉଥିବା ବେଳେ ପିପିଲି ପୋଲିସ ର ଏଭଳି ଦବଙ୍ଗଗିରି କୁ ସମସ୍ତେ ନା ପସନ୍ଦ କରିଛନ୍ତି। ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ!
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: