Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

"ହିନ୍ଦୁ ଏକତା ମଞ୍ଚ, ଓଡିଶା" ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Jitendra Dash
Browse all articles by Jitendra Dash
·2 years ago·1 min read
"ହିନ୍ଦୁ ଏକତା ମଞ୍ଚ, ଓଡିଶା" ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଅର୍ଗସ ବ୍ୟୁରୋ : ରାମ ହିଁ ସତ୍ୟ, ସତ୍ୟ ହିଁ ସନାତନ । ହିନ୍ଦୁ ମାନଙ୍କୁ ତଥା ହିନ୍ଦୁ ସଂଗଠନ ଗୁଡିକୁ ଏକଜୁଟ କରି ହିନ୍ଦୁ ମାନଙ୍କ ମୌଳିକ ସମସ୍ୟାର ସମାଧାନ କରିବାପାଇଁ ମିଳିତ ସ୍ୱର ଉତ୍ତୋଳନ କରିବା ଲକ୍ଷରେ ଗଠନ ହୋଇଛି "ହିନ୍ଦୁ ଏକତା ମଞ୍ଚ, ଓଡିଶା" । ଯାହାଦ୍ୱାରା ରାଜ୍ୟର ପ୍ରତ୍ୟକ କୋଣ ଅନୁକୋଣ ଯାଇ ସନାତନ ଧର୍ମ, ହିନ୍ଦୁତ୍ୱ, ରାଷ୍ଟ୍ରର ରକ୍ଷା ସମ୍ବନ୍ଧିତ ଆଲୋଚନା ଚକ୍ର ଆୟୋଜିତ କରୁଛି ଏହି ମଞ୍ଚ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରତ୍ୟକ ହିନ୍ଦୁ କିଭଳି ଜାଗ୍ରତ ହେବେ, ଆଉ ରାଷ୍ଟ୍ରର ହିତ ନିମନ୍ତେ କାର୍ଯ୍ୟ କରିବେ, ସେଥିପାଇଁ ସମସ୍ତ ହିନ୍ଦୁ ମାନଙ୍କୁ ଏକଜୁଟ କରାଇବା ଏହି ମଞ୍ଚର ଲକ୍ଷ । ତେବେ ଆଜି କେନ୍ଦ୍ରାପଡ଼ାର ତିନିମୁହାଣୀ ସ୍ଥିତ ରାମ ମନ୍ଦିର ପରିସରରେ ଏହି ମଞ୍ଚର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏକତା ମଞ୍ଚର ରାଜ୍ୟ ସଂଯୋଜକ ପ୍ରଦୀପ୍ତ କୁମାର ଜେନା, ରାଜ୍ୟ ବିଜେପି ବରିଷ୍ଠ ନେତା ବିଷ୍ଣୁ ଚରଣ ଦାସ, ରାମ ମନ୍ଦିର ସମ୍ପାଦକ ତୁଷାର ଘୋଷଙ୍କ ସମେତ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A working meeting was held on behalf of "Hindu Ekta Manch, Odisha". | Argus News