RTO Rules / ଏଣିକି ଫାଙ୍କି ପାରିବେନି ଗାଡ଼ି ମାଲିକ, ସବୁ RTOକୁ ନୂଆ ନିର୍ଦ୍ଦେଶ
·2 months ago·2 min read

Key Points
ବେଆଇନ ଗାଡ଼ି କାରବାରରେ ବ୍ରେକ୍!
ଆଧାର ଯାଞ୍ଚ ହେବ ବାଧ୍ୟତାମୂଳକ
ଭୁଲ୍ ଠିକଣା ଦେଲେ ଖାରଜ ହେବ ଆବେଦନ
ଆଧାର ଯାଞ୍ଚ ହେବ ବାଧ୍ୟତାମୂଳକ
ଭୁଲ୍ ଠିକଣା ଦେଲେ ଖାରଜ ହେବ ଆବେଦନ
ବେଆଇନ କାମରେ ଗାଡ଼ି ବ୍ୟବହାର କରୁଥିଲେ ସାବଧାନ । ଜାଲିଆତିରେ ଲାଗିବ ବ୍ରେକ୍ । ଆଉ ଫାଙ୍କି ପାରିବେନି ଗାଡ଼ି ମାଲିକ । ଗାଡ଼ି ପଞ୍ଜିକରଣ ଓ ମାଲିକାନା ପରିବର୍ତ୍ତନ କ୍ଷେତ୍ରରେ ଆଧାର କାର୍ଡ ବାଧ୍ୟତାମୂଳକ । ଯାଞ୍ଚ କରିବାକୁ ସବୁ RTOଙ୍କୁ ନିର୍ଦ୍ଦେଶ ଦେଲା ପରିବହନ ବିଭାଗ ।
ଦୁର୍ଘଟଣା ଘଟୁଛି.. ଲୋକଙ୍କ ଜୀବନ ଯାଉଛି.. ହେଲେ ମାମଲା ତଦନ୍ତ ବେଳେ ପୋଲିସ ଓ ପରିବହନ ବିଭାଗ ବାଉଳା ହେଉଛି । କାରଣ ଗାଡି ମାଲିକର ପରିଚୟ ପତ୍ରରେ ଗୋଟିଏ ଠିକଣା ଥିବା ବେଳେ ଗାଡି କିଣିବା ବେଳେ ଦାଖଲ ହୋଇଥିବା କାଗଜ ପତ୍ରରେ ରହୁଛି ଅଲଗା ଠିକଣା । ବିଭିନ୍ନ ସ୍ଥାନରୁ ଏଭଳି ମାମଲା ସାମ୍ନାକୁ ଆସିବା ପରେ କଠୋର ହୋଇଛି ପରିବହନ ବିଭାଗ । ଏଥିପାଇଁ ଗାଡ଼ି ମାଲିକଙ୍କ ଠିକଣା, ପରିଚୟ ଓ ଆରଟିଓ ପରିସୀମା ଆଦିର କଡ଼ାକଡ଼ି ଯାଞ୍ଚ କରିବାକୁ ସବୁ RTOଙ୍କୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ । ଚିଠିରେ କୁହାଯାଇଛି...
୧ - ସବୁ ପ୍ରକାର କାମ ପାଇଁ ଆଧାର ଯାଞ୍ଚ ବାଧ୍ୟତାମୂଳକ ହେବ
୨ - ଯଦି ଆବେଦନପତ୍ର ଓ ପରିଚୟପତ୍ରରେ ନାମ, ଫୋନ୍ ନମ୍ବର ଓ ଠିକଣା ଭୁଲ ଥିଲେ ଏହା ଖାରଜ ହେବ
୩- ପରିବହନ ଗାଡ଼ି ପାଇଁ ଏହି ନିୟମ ଅଧିକ କଡ଼ାକଡ଼ି କରାଯିବ
୪- ମାଲିକାନା ପରିବର୍ତ୍ତନ ସମୟରେ କ୍ରେତାଙ୍କ କାଗଜପତ୍ର ଭଲ ଭାବେ ଯାଞ୍ଚ କରାଯିବ
ଅଧିକ ପଢ଼ନ୍ତୁ: ଦେଶରେ ମୌସୁମୀର ତାଣ୍ଡବ ! ୬୦ରୁ ଅଧିକ ମୃତ, ଦିଲ୍ଲୀରେ ରେଡ୍ ଆଲର୍ଟ
ଦୁର୍ଘଟଣା ସହ ଗଞ୍ଜେଇ, ବ୍ରାଉନସୁଗାର ଆଦି ଚାଲାଣ କ୍ଷେତ୍ରରେ ପ୍ରାୟ ବାହାର ରାଜ୍ୟର ଗାଡ଼ି ବ୍ୟବହାର ହେଉଥିବା ନଜର ଆସୁଛି । କିଛି କ୍ଷେତ୍ରରେ ନମ୍ବର ପ୍ଲେଟ ପରିବର୍ତ୍ତନ କରି ଦିଆଯାଇଥିବା ବେଳେ ସଠିକ ତଦନ୍ତ ବାଟ ହୁଡ଼ିଛି । ତେଣୁ ଯାନଟିକୁ ସାଧାରଣତଃ କେଉଁଠାରେ ରଖାଯାଏ ଏବଂ ମାଲିକଙ୍କର ବ୍ୟବସାୟିକ ସ୍ଥାନ କେଉଁଠାରେ ଅଛି ତାହା ମଧ୍ୟ ଯାଞ୍ଚ କରିବେ କର୍ତ୍ତୃପକ୍ଷ । ପରିବହନ ଯାନର ବୈଧ ସାର୍ଟିଫିକେଟ, ପରମିଟ୍ କିମ୍ବା ବୀମା କାଗଜପତ୍ର ନ ମିଳିଲେ ଆଇନ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଡ଼ କଥା ହେଉଛି ଖାମଖିଆଲି ମନୋଭାବ ରଖୁଥିବା ପରିବହନ ଅଧିକାରୀଙ୍କୁ ଚେତେଇ ଦେଇଛି ବିଭାଗ । ଏଣିକି କୌଣସି ଗାଡ଼ି ମାଲିକଙ୍କ ଠିକଣା ଭୁଲ୍ ଥିବା ଜଣାପଡ଼ିବା ପରେ ବି ଏହାକୁ ଅନୁମୋଦନ କରିଥିବା ଅଧିକାରୀଙ୍କୁ ଉତ୍ତରଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।
Related Topics
Explore more stories