ABVP Wins Unopposed / ରାଜଧାନୀ ମହାବିଦ୍ୟାଳୟରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ABVP ପ୍ରାର୍ଥୀ
·1 hour ago·2 min read

Key Points
ରାଜଧାନୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ
ABVPକୁ ମିଳିଲା ବଡ଼ ସଫଳତା
୨୯ଟି ପଦବୀରୁ ୨୦ଟିରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ

ଭୁବନେଶ୍ୱର: ଓଡ଼ିଶା ଛାତ୍ର ସଂସଦ ନିର୍ବାଚନକୁ ଆଉ ୪ଦିନ ଥିବାବେଳେ ରାଜଧାନୀ ମହାବିଦ୍ୟାଳୟରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ABVP ପ୍ରାର୍ଥୀ । ଚଳିତ ବର୍ଷ ରାଜଧାନୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ପାଇଁ ମୋଟ ୨୯ଟି ପଦବୀ ମଧ୍ୟରୁ ୨୦ଟି ପଦବୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏହାପରେ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ରାଜଧାନୀ କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି ରଜତ କୁମାର ପରିଡ଼ା ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଏହି ଅବସରରେ ପରିଡ଼ା କହିଛନ୍ତି ଯେ, ଛାତ୍ର ସଂସଦ ହେଉଛି ଛାତ୍ରଛାତ୍ରୀଙ୍କ ସ୍ୱରକୁ ପ୍ରତିନିଧିତ୍ୱ କରିବା ଏବଂ ମହାବିଦ୍ୟାଳୟର ବିକାଶରେ ଯୋଗଦାନ ଦେବାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ । ନବନିର୍ବାଚିତ ପ୍ରତିନିଧିମାନେ ଶୃଙ୍ଖଳା, ଏକତା ଓ ଦାୟିତ୍ୱବୋଧ ବଜାୟ ରଖି ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି, ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟାର ସମାଧାନ, ସେମାନଙ୍କ ହିତର ସୁରକ୍ଷା ଏବଂ ବୌଦ୍ଧିକ ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ପଢନ୍ତୁ ଏହି ଖବର: ନିର୍ବାଚନ ମୈଦାନରେ ୬୫୦୦ରୁ ଅଧିକ ପ୍ରାର୍ଥୀ; ଆଜିଠୁ କ୍ୟାମ୍ପସରେ ସରଗରମ ହେବ ପ୍ରଚାର
ସେ ଆହୁରି କହିଛନ୍ତି ଯେ, ନିର୍ବାଚନରେ ମିଳିଥିବା ଦାୟିତ୍ୱକୁ କେବଳ ପଦବୀ ଭାବେ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ସେବା ଓ ମହାବିଦ୍ୟାଳୟର ଉନ୍ନତି ପାଇଁ ଏକ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ । ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ସମ୍ମାନ ଦେଇ ସମସ୍ତେ ମିଳିମିଶି ରାଜଧାନୀ ମହାବିଦ୍ୟାଳୟର ଗୌରବ ଓ ମର୍ଯ୍ୟାଦା ବୃଦ୍ଧି ପାଇଁ କାର୍ଯ୍ୟ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଆଗାମୀ ୧୫ ତାରିଖରେ ଅନ୍ୟ ପଦବୀ ଗୁଡିକରେ ମଧ୍ୟ ଏବିଭିପି ବିଜୟ ଲାଭ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଶେଷରେ, ମହାପ୍ରଭୁଙ୍କ ନିକଟରେ ସମସ୍ତ ନବନିର୍ବାଚିତ ପ୍ରତିନିଧିଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ସଫଳତା ଓ ଛାତ୍ରଛାତ୍ରୀଙ୍କ ପାଇଁ ନିଷ୍ଠାପର ସେବା କରିବାର ଶକ୍ତି କାମନା କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
Related Topics
Explore more stories