Videos
|
Odisha

Election Campaigning / ନିର୍ବାଚନ ମୈଦାନରେ ୬୫୦୦ରୁ ଅଧିକ ପ୍ରାର୍ଥୀ; ଆଜିଠୁ କ୍ୟାମ୍ପସରେ ସରଗରମ ହେବ ପ୍ରଚାର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ନିର୍ବାଚନ ମୈଦାନରେ ୬୫୦୦ରୁ ଅଧିକ ପ୍ରାର୍ଥୀ; ଆଜିଠୁ କ୍ୟାମ୍ପସରେ ସରଗରମ ହେବ ପ୍ରଚାର
Odisha Student Union Elections Campaigning Begins Today

Key Points

ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ
ମୋଟ ୮,୩୭୦ଟି ମନୋନୟନ ପତ୍ର ଦାଖଲ
କଲେଜ ଛାତ୍ର ସଂସଦ ନିର୍ବାଚନ ମଇଦାନରେ ୬୫୦୦ରୁ ଅଧିକ ପ୍ରାର୍ଥୀ
ଭୁବନେଶ୍ଵର: ସରିଲା ନାମାଙ୍କନ ଏବେ ଜମିବ ପ୍ରଚାର । ଛାତ୍ର ସଂସଦ ନିର୍ବାଚନ ଲାଗି ରାଜ୍ୟର ବିଭିନ୍ନ କଲେଜରେ ରାଜନୈତିକ ମାହୋଲ ଉଷ୍ମ ହୋଇଥିବା ବେଳେ ଭୋଟରଙ୍କୁ ନିଜ ପକ୍ଷରେ କରିବାକୁ ଆଜିଠୁ କ୍ୟାମ୍ପସରେ ସରଗରମ ହେବ ପ୍ରଚାର । ତେବେ ଉଚ୍ଚଶିକ୍ଷା ବିଭାଗର ସୂଚନା ଆଧାରରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ମନୋନୟନ ପତ୍ର ଯାଞ୍ଚ ଓ ପ୍ରତ୍ୟାହାର ପରେ ଏବେ ସ୍ପଷ୍ଟ ହୋଇଯାଇଛି ନିର୍ବାଚନୀ ମଇଦାନର ଚିତ୍ର । ରାଜ୍ୟର ୩୪୭ଟି କଲେଜରେ ୬ ହଜାର ୩୬୨ ଜଣ ଏବଂ ୧୩ଟି ବିଶ୍ୱବିଦ୍ୟାଳୟରେ ୨୮୭ ଜଣ ପ୍ରାର୍ଥୀ ଚୂଡ଼ାନ୍ତ ଲଢ଼େଇ ପାଇଁ ପ୍ରସ୍ତୁତ ଅଛନ୍ତି।

  • ଉଷ୍ମ ହେଉଛି କ୍ୟାମ୍ପସ ରାଜନୀତି
କ୍ୟାମ୍ପସଗୁଡ଼ିକରେ ଏବେ ନିର୍ବାଚନୀ ସରଗରମ ବୃଦ୍ଧି ପାଇବାରେ ଲାଗିଛି । ଛାତ୍ର ସଂସଦ ନିର୍ବାଚନରେ ମୋଟ ଭାଗ ନେଉଥିବା କଲେଜ ସଂଖ୍ୟା ରହିଛି ୩୪୭ । ମୋଟ ନୋମିନେସନ ୮ ହଜାର ୩୭୦ ଥିବାବେଳେ ନାକଚ ହୋଇଥିବା ପ୍ରାର୍ଥିପତ୍ର ସଂଖ୍ୟା ୧ ହଜାର ୧୯୬ । କାଏମ ରହିଥିବା ପ୍ରାର୍ଥିପତ୍ର ସଂଖ୍ୟା ରହିଛି ୭ ହଜାର ୧୭୪ । ୪୦୫ ଜଣ ମନୋନୟନ ପ୍ରତ୍ୟାହାର କରିଥିବାବେଳେ ଚୂଡ଼ାନ୍ତ ମଇଦାନରେ ଥିବା ମୋଟ ପ୍ରାର୍ଥୀ ୬ ହଜାର ୩୬୨ ରହିଛି ।

  • ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ
ସେହିପରି ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ମୋଟ ଭାଗ ନେଉଥିବା ବିଶ୍ୱବିଦ୍ୟାଳୟ ସଂଖ୍ୟା ୧୩ ରହିଛି । ମୋଟ ମନୋନୟନ ପତ୍ର ୪୨୯ ଥିବାବେଳେ ନାକଚ ହୋଇଥିବା ପ୍ରାର୍ଥୀପତ୍ର ୪୯ ଓ କାଏମ ରହିଥିବା ପ୍ରାର୍ଥୀପତ୍ର ୩୮୦ ରହିଛି । ୩୪ ପ୍ରାର୍ଥୀ ମନୋନୟନ ପ୍ରତ୍ୟାହାର କରିଛନ୍ତି । ଚୂଡ଼ାନ୍ତ ମଇଦାନରେ ଅଛନ୍ତି ମୋଟ ୨୮୭ ପ୍ରାର୍ଥୀ ।

ପଢନ୍ତୁ ଏହି ଖବର: SVM କଲେଜ କ୍ୟାମ୍ପସ ବାହାରେ ଉତ୍ତେଜନା; ଅଣଛାତ୍ରଙ୍କ ଝଗଡ଼ାକୁ ନେଇ ବିଗିଡ଼ିଲା ସ୍ଥିତି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଡିଜିପି ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ଭିଡିଓ କନ୍‌ଫରେନ୍ସିଂ ବୈଠକରେ ସମସ୍ତ ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜି ସାମିଲ ହୋଇଥିଲେ । କଲେଜ କ୍ୟାମ୍ପସରେ ହିଂସା ଘଟିବା ପରେ ପଦକ୍ଷେପ ନେବା ଅପେକ୍ଷା ଆଗୁଆ ସତର୍କତା ଅବଲମ୍ବନ କରି ଉତ୍ତେଜନା ରୋକିବାକୁ ଡିଜିପି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

  • ସମ୍ବେଦନଶୀଳ ସ୍ଥାନ ଉପରେ ବିଶେଷ ନଜର
କଲେଜ କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗ ରଖିବା ସହ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ କୁହାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରବର୍ତ୍ତୀ ହିଂସା ଏଡ଼ାଇବା ପାଇଁ ଆବଶ୍ୟକତା ଅନୁଯାୟୀ ପୋଲିସ ଫୋର୍ସ ମୁତୟନ କରାଯିବ । ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆର.ପି. କୋଚେ, ଏଡିଜି ରାଜେଶ କୁମାର ଓ ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।