କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅଘଟଣ
·2 years ago

ଅର୍ଗସ ବ୍ୟୁରୋ : ମେଡ଼ିକାଲ ଛାତରୁ ସିଲିଂ ଏବଂ କଂକ୍ରିଟ ଖସି ରୋଗି ଗୁରୁତର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ପୁରୁଷ ବିଭାଗରେ ଗତକାଲି ଠାରୁ ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ବାରିଗାଁର ନାରାୟଣ ନାହାକ ଙ୍କ ପୁଅ ରାଜେଶ ନାହାକ ଚିକିତ୍ସିତ ହେଉଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶରୀରରେ ରକ୍ତର ଅଭାବ ଯୋଗୁ ରକ୍ତ ନେଉଥିଲେ । ଆଜି ବ୍ଲଡ଼ ନେଉଥିବା ସମୟରେ ହଠାତ ଛାତରୁ କଂକ୍ରିଟ ଖସି ରାଜେଶଙ୍କ ମୁଣ୍ଡରେ ପଡ଼ିଥିଲା । ବର୍ତ୍ତମାନ ରାଜେଶ ଗୁରୁତର ଥିବା ସୂଚନା ରହିଛି । ଏହା ସହ ଖୁବ ଶୀଘ୍ର ହସ୍ପିଟାଲର ମରାମତି କରିବା ପାଇଁ ଦାବି ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: