Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଟୋକୁ ପିଟିଲା ଟ୍ରକ୍ ; 2 ମୃତ, 5 ଗୁରୁତର

Odisha

ଅଟୋକୁ ପିଟିଲା ଟ୍ରକ୍ ; 2 ମୃତ, 5 ଗୁରୁତର

Smruti Parija
Browse all articles by Smruti Parija
·2 years ago·1 min read
ଅଟୋକୁ ପିଟିଲା ଟ୍ରକ୍ ; 2 ମୃତ, 5 ଗୁରୁତର

ଯାଜପୁର:  ପୁରୀ ଯିବାବେଳେ ଦୁର୍ଘଟଣା । ଅଧାରେ ରହିଲା ଜଗା ଦର୍ଶନ । ଯାଜପୁର ପାଣିକୋଇଲି ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଅଟୋକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ହେଉଛନ୍ତି ଶିବାନନ୍ଦ ମହାପାତ୍ର ଓ ପୂଜା ସାହୁ । ସମସ୍ତ ମୃତ ଓ ଗୁରୁତର ଆହତ ହେଉଛନ୍ତି ଭଦ୍ରକ ଜିଲ୍ଲାର ସାହାପଡା ଅଞ୍ଚଳ ପାଟଣାସାହିର ବୋଲି ଜଣାପଡ଼ିଛି । ସମସ୍ତ ଗୁରୁତର ଆହତ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

ଅଧିକ ପଢନ୍ତୁ: ବସ ସହ କାର ମୁହାଁ ମୁଁହି ଧାକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସେପଟେ ଆଜି ପବିତ୍ର ଅଁଳା ନବମୀ । ପୁରୀକୁ ଛୁଟୁଛି ଭକ୍ତଙ୍କ ସୁଅ । ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଧର୍ମ ମାସ କାର୍ତ୍ତିକ ମାସରେ ପ୍ରତିଦିନ ଭକ୍ତଙ୍କ ଭିଡ ଲାଗୁଥିବା ଦେଖିବାକୁ ମିଳୁଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ଖବର ଆହୁରି ପଢନ୍ତୁ

Sponsored
Accident while going to Puri-2 dead- 5 critical | Argus News