Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟାଇମସ୍ ନାଓ  ଜନମତ ସର୍ଭେର ରିପୋର୍ଟ , ହ୍ରାସ ପାଉଛି ନବୀନଙ୍କ ଲୋକପ୍ରିୟତା

Odisha

ଟାଇମସ୍ ନାଓ  ଜନମତ ସର୍ଭେର ରିପୋର୍ଟ , ହ୍ରାସ ପାଉଛି ନବୀନଙ୍କ ଲୋକପ୍ରିୟତା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଟାଇମସ୍ ନାଓ  ଜନମତ ସର୍ଭେର ରିପୋର୍ଟ , ହ୍ରାସ ପାଉଛି ନବୀନଙ୍କ ଲୋକପ୍ରିୟତା

ଅର୍ଗସ ବ୍ୟୁରୋ : ହ୍ରାସ ପାଉଛି ଓଡ଼ିଶାରେ ନବୀନ ସରକାରର ଲୋକପ୍ରିୟତା । ଟାଇମସ୍ ନାଓ  ଜନମତ ସର୍ଭେରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ। 2024ରେ ଓଡ଼ିଶାରେ ବିଜେପିକୁ 11 ଲୋକସଭା ଆସନ ସହ 44 % ଭୋଟ୍ ମିଳିପାରେ । ସେହିପରି ବିଜେଡିର ଲୋକସଭା ଆସନ 9କୁ ଖସିବା ସହ 40.4% ଭୋଟ୍ ମିଳିବ ଏବଂ କଂଗ୍ରେସ ଗୋଟିଏ ଲୋକସଭା ଆସନ ସହ 9.6% ଭୋଟ୍ ହାରରେ ସୀମିତ ରହିବ । ସର୍ଭେ ଅନୁଯାୟୀ ନବୀନ ସରକାରର ପ୍ରଦର୍ଶନରେ 24% ଭୋଟର ଖୁବ୍ ସନ୍ତୁଷ୍ଟ,31% ଭୋଟର ସାମାନ୍ୟ ସନ୍ତୁଷ୍ଟ ଓ 43% ଭୋଟର ଅସନ୍ତୁଷ୍ଟ ଅଟନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ଗତ ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେଡି ୧୨ଟି ଆସନରେ ଜିତିଥିବାବେଳେ ବିଜେପି ୮ଟି ଆସନ ଓ କଂଗ୍ରସ ଗୋଟିଏ ଆସନରେ ଜିତିଥିଲା । ସେହିପରି ସର୍ଭେରେ କୁହାଯାଇଛି ଯେ ପଶ୍ଚିମବଙ୍ଗରେ ଟିଏମସି ୨୬ଟି ଆସନରେ ବିଜୟ ହାସଲ କରିବ, ବିଜେପି ୧୫ଟି ଆସନରେ ଓ କଂଗ୍ରେସ ଓ ବାମ ମେଣ୍ଟ  ଗୋଟିଏ ଆସନରେ ବିଜୟ ଲାଭ କରିବେ । ବିହାରରେ ଏନଡିଏ ୩୫ଟି ଓ ଇଣ୍ଡିଆ ମେଣ୍ଟ ୫ଟି ଆସନରେ ବିଜୟ ହାସଲ କରିବାର ସମ୍ଭାବନ ରହିଛି । ଗୁଜରାଟରେ ବିଜେପି ସମସ୍ତ ୨୬ଟି ଆସନ ହାତେଇବ ଓ କଂଗ୍ରେସ ନିରାଶ ହେବାର ସମ୍ଭାବନା ରହିଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
According to the Times Now poll, Naveen's popularity is declining | Argus News