Videos
|
Odisha

ଭିତ୍ତିଭୂମି ବିକାଶ ନାଁରେ ଶହ ଶହ କୋଟିର କେଳେଙ୍କାରୀ ଅଭିଯୋଗ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଭିତ୍ତିଭୂମି ବିକାଶ ନାଁରେ ଶହ ଶହ କୋଟିର କେଳେଙ୍କାରୀ ଅଭିଯୋଗ

Key Points

  • ନବୀନ ସରକାରରେ ଖେଳ ବିଭାଗରେ ବଡ଼ ଖେଳର ବଡ଼ ପ୍ରମାଣ
  • ଭିତ୍ତିଭୂମି ବିକାଶ ନାଁରେ ଶହ ଶହ କୋଟିର କେଳେଙ୍କାରୀ ଅଭିଯୋଗ
  • ଅନ୍ତର୍ଜାତୀୟ ଓ ଜାତୀୟ ଖେଳାଳି ଉଠାଇଲେ ପ୍ରଶ୍ନ 
  • କଳିଙ୍ଗ ଷ୍ଠାଡିୟମରେ ଘରୋଇ ସୁରକ୍ଷାକର୍ମୀଙ୍କ ପାଇଁ ଖର୍ଚ୍ଚ 30 କୋଟି
  • ହେଲେ ଖେଳ ଓ ଖେଳାଳିଙ୍କ ପାଇଁ ମାତ୍ର 40 କୋଟି 
  • 10 ବର୍ଷ ହେଲା ନିଯୁକ୍ତି ପାଇଁ ନାହାନ୍ତି ନୂଆ କୋଚ୍
  • ବିବାଦ ଘେରରେ ପୂର୍ବତନ କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବ

ଅର୍ଗସ ବ୍ୟୁରୋ : କ୍ରୀଡା ବିଭାଗରେ ବଡ଼ କେଳେଙ୍କାରୀରର ପ୍ରମାଣ ଲାଗିଛି ଅର୍ଗସ ହାତରେ । ବଜେଟରେ ଭିତ୍ତିଭୂମୀ ବିକାଶ ନାଁରେ ଶହ ଶହ କୋଟିର ବ୍ୟବସ୍ଥା କରି ଚଳୁ କରିଦେଇଛନ୍ତି ବାବୁ ଓ ନେତା। କ୍ରୀଡାବିତ୍ ଓ କ୍ରୀଡା ସଂଗଠକ ପ୍ରଶ୍ନ ଉଠାଇବା ପରେ ବିବାଦ ବଢିଛି। ନଜର ପକାନ୍ତୁ 2023-24ରେ  ନବୀନ ସରକାରଙ୍କ ସ୍ପୋର୍ଟସ ବଜେଟ ଉପରେ। ମୋଟ ବ୍ୟୟ ବରାଦ ହୋଇଛି 1217 କୋଟି ଟଙ୍କା। ଯେଉଁଥିରେ ଭିତ୍ତିଭୂମୀର ବିକାଶ ପାଇଁ ରହିଛି 1044 କୋଟି ଟଙ୍କା । ଖେଳାଳିଙ୍କ ଟ୍ରେନିଂ ଓ କୋଟିଂ ପାଇଁ ମାତ୍ର 30 କୋଟି ଟଙ୍କାର। ଏମିତି ଭିତ୍ତିଭୂମୀ ବିକାଶ ହୋଇଥିଲା ଯେ ନିକଟରେ କଳିଙ୍ଗ ଷ୍ଟାଡିୟମରେ ନୂତନ ନିର୍ମିତ ସ୍ପୋର୍ଟସ ସାଇନସ ସେଣ୍ଟର ସିଲିଂ ଭାଙ୍ଗି ଖସି ପଡ଼ିଲା, ଓଡ଼ିଶାରେ ଚାଲିଥିଲା ଅଫିସର ରାଜ୍ । ଅଣ ଓଡ଼ିଆ ସଚିବଙ୍କ ନିର୍ଦ୍ଦେଶରେ ତାମିଲ କଣ୍ଟ୍ରାକ୍ଟରମାନେ କାମ ନେଇ କୋଟି କୋଟି ଟଙ୍କା ହରିଲୁଟ କରିଥିଲେ । ରାଉରକେଲା ବିଶ୍ବସ୍ତରୀୟ ହକି ଷ୍ଟାଡିୟମରେ କେଳେଙ୍କାରୀରର ବି ଖୋଲିଥିଲା ପୋଲ୍।

ଅଧିକ ପଢନ୍ତୁ : ବିଜେପିର ପ୍ରଶ୍ନ :2004ରେ ପ୍ରକଳ୍ପ ପାଇଁ କିପରି ଦେଇଥିଲେ ଏନଓସି ?

ସେହିଭଳି ବବି ଦାସଙ୍କ ନିଜ ଅଂଚଳ ଯାଜପୁରରେ ବି କ୍ରୀଡା ଭିତ୍ତିଭୂମୀ ନାଁରେ ବଡ଼ ଘୋଟାଲା ହୋଇଥିବାର ହୋଇଛି ସାଂଘାତିକ ଅଭିଯୋଗ ।ଅଗଷ୍ଟ 2021ରୁ ମେ 2024 ଅର୍ଥାତ 3 ବର୍ଷରେ କଳିଙ୍ଗ ଷ୍ଟାଡିୟମର ଘରୋଇ ସୁରକ୍ଷାକର୍ମୀଙ୍କ  ପାଇଁ ଖର୍ଚ୍ଚ ହୋଇଛି 32 କୋଟିରୁ ଅଧିକ ଟଙ୍କା। ଆଶ୍ଚର୍ଯ୍ୟର କଥା ଏଇ ସମୟରେ ଷ୍ଟାଡିୟମ ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଥିଲା ରୋକ୍। ଆଉ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ନେଇଥିଲା ଦିଲ୍ଲୀର ଏକ ଘରୋଇ କଂପାନୀ। ସୁରକ୍ଷା ପାଇଁ କୋଟି କୋଟି ଟଙ୍କା, ଭିତ୍ତିଭୂମୀ ପାଇଁ ଶହ ଶହ କୋଟି, ହେଲେ ଖେଳାଳିଙ୍କ ପାଇଁ ନାହିଁ ଟଙ୍କା । ଯାହାକୁ ନେଇ ଉଠିଛି ପ୍ରଶ୍ନ। ବିବାଦ ଘେରକୁ ଆସିଛନ୍ତି ନବୀନ ସରକାରରେ ଥିବା କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବ। 

ଜାଣିଶୁଣି ଭିତ୍ତିଭୂମି ନାଁରେ ଶହ ଶହ କୋଟିର ବଜେଟ୍ କରି ବଡ଼ ଲୁଟର ହୋଇଛି ସାଂଘାତିକ ଅଭିଯୋଗ। ସେପଟେ ରାଜ୍ୟରେ କମି କମି ଯାଉଛି ଅନ୍ତର୍ଜାତୀୟ ଖେଳାଳିଙ୍କ ସଂଖ୍ୟା। ଆଥଲେଟିକସରେ ଶ୍ରାବଣୀ, ଦୂତୀ ଓ ଅମୀୟଙ୍କ ପରେ କିଏ,ସ କାହିଁକି ଭାରତୀୟ ହକି ଦଳରେ ମାତ୍ର ଜଣେ ଓଡ଼ିଆ। ସେପଟେ ନଜର ପକାନ୍ତୁ ଅର୍ଗସ ହାତରେ ଲାଗିଥିବା ଏଇ ଦସ୍ତାବିଜ ଉପରେ। 10 ବର୍ଷ ହେଲା ରାଜ୍ୟରେ ନିଯୁକ୍ତ ହୋଇନାହାନ୍ତି ସ୍ପୋର୍ଟସ କୋଚ୍। ଏବେ ବି ଖାଲି ପଡିଛି 40ରୁ ଅଧିକ କୋଚ୍ ପଦ। ବାହାର କଂପାନୀକୁ କ୍ରୀଡାକୁ ଟେକି ଦେଇ ମୁନାଫା କମାଉଥିଲେ ପୂର୍ବ ସରକାର। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନ୍ତର୍ଜାତୀୟ ଆଥଲେଟ୍ ଦୁତୀ ଚାନ୍ଦ। ସାମ୍ନାକୁ ଆସିଛି ଖେଳ ବିଭାଗରେ ବଡ଼ କେଳେଙ୍କାରୀର ଚିତ୍ର। ଏବେ କେଳେଙ୍କାରୀର ଫାଇଲ୍ କୋଲି କେବେ ମୋହନ ସରକାର ନେବେ ଆକସନ୍ ତା ଉପରେ ନଜର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: