Ayushman Card New Rules / 'ଆଡମିଟ୍ ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ଟେଷ୍ଟ, ନିୟମ ନମାନିଲେ ହସ୍ପିଟାଲ୍ ବିରୋଧରେ ନିଆଯିବ ଆକ୍ସନ'
·1 hour ago·1 min read

Key Points
ଏଣିକି ଆଡ୍ମିଟ ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ସବୁ ପରୀକ୍ଷା
ଆଡମିଟର ୩ ଦିନ ପୂର୍ବରୁ ସବୁ ଟେଷ୍ଟ ଆୟୁଷ୍ମାନ ପ୍ୟାକେଜରେ ହେବ
ଆୟୁଷ୍ମାନ ସେବାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା

ଏଣିକି ଆଡମିଟ୍ ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ସବୁ ମେଡିକାଲ ପରୀକ୍ଷା । ଆଉ ଏହି ନିୟମ ଭାଙ୍ଗିଲେ ଘରୋଇ ହସ୍ପିଟାଲ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଆୟୁଷ୍ମାନ ସେବାକୁ ନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଜଣେ ରୋଗୀ ହସ୍ପିଟାଲରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ ଯାହା ସବୁ ମେଡିକାଲ ଟେଷ୍ଟ କରାଯିବ, ତାହା ଆୟୁଷ୍ମାନ ପ୍ୟାକେଜ୍ ମଧ୍ୟରେ ହିଁ ଅନ୍ତର୍ଭୁକ୍ତ ରହିବ । ପୂର୍ବରୁ କିଛି ହସ୍ପିଟାଲ ଏହି ପରୀକ୍ଷାଗୁଡ଼ିକୁ ପ୍ୟାକେଜ୍ରେ ସାମିଲ କରୁନଥିବା ନେଇ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଅଭିଯୋଗ ଆସିଥିଲା । ଏହାକୁ ଗମ୍ଭୀରତାର ସହ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଘରୋଇ ହସ୍ପିଟାଲ ପାଇଁ ଏହି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଅଧିକ ପଢ଼ନ୍ତୁ: ସୀମାରେ ହଠାତ୍ ମାଳମାଳ ବାଂଲାଦେଶୀଙ୍କ ଭିଡ଼; ଓଡ଼ିଶା ପଶିବା ଆଶଙ୍କା !
ହସ୍ପିଟାଲଗୁଡ଼ିକ ଏହି ନିୟମ ସଠିକ୍ ଭାବେ ପାଳନ କରୁଛନ୍ତି କି ନାହିଁ, ତାହାର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ବୈଠକ କରି ବିଭାଗୀୟ ଅଧିକାରୀ ଏବଂ ଘରୋଇ ହସ୍ପିଟାଲର ପ୍ରତିନିଧିମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories