Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୀର୍ଘ ୪ ଘଣ୍ଟା ପରେ କେନାଲରେ ଖସି ପଡ଼ିଥିବା ହାତୀଶାବକ ଉଦ୍ଧାର

Odisha

ଦୀର୍ଘ ୪ ଘଣ୍ଟା ପରେ କେନାଲରେ ଖସି ପଡ଼ିଥିବା ହାତୀଶାବକ ଉଦ୍ଧାର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଦୀର୍ଘ ୪ ଘଣ୍ଟା ପରେ କେନାଲରେ ଖସି ପଡ଼ିଥିବା ହାତୀଶାବକ ଉଦ୍ଧାର

ମୟୁରଭଞ୍ଜ : ବେତନଟୀ ରେଞ୍ଜ ତଥା ଥାନା ଅଧୀନ ଅସନବଣି ଗାଁ ଦେଇଯାଇଥିବା ଶାଖା କେନାଲରେ ଏକ ହାତୀଶାବକ ଗଳି ପଡ଼ିଥିଲା। ଦୀର୍ଘ ୪ ଘଣ୍ଟାରୁ ଉର୍ଦ୍ଧ ସମୟର ଉଦ୍ୟମ ପରେ ଶେଷରେ ହାତୀଶାବକକୁ କେନାଲରୁ ବୁଧବାର ସକାଳେ ଉଦ୍ଧାର କରିବାରେ ସଫଳ ହୋଇଛି ବେତନଟୀ ବନବିଭାଗ । ଘଟଣା ମୁତାବକ, ଏକ ବଣୁଆ ହାତୀପଲ ଖାଦ୍ୟ ଅନ୍ଵେଷଣରେ ଅସନବଣି ଗାଁ ମୁହାଁ ହୋଇଥ‌ିବା ବେଳେ ଅନ୍ଧାର ରାତିରେ ଅସାବଧାନତା ବଶତଃ ହାତୀଶାବକଟି ସୁବର୍ଣ୍ଣରେଖା ଶାଖା କେନାଲରେ ଖସି ପଡ଼ିଥିଲା। ହାତୀଶାବକ ଶାଖା କେନାଲରେ ଖସି ପଡିବା ପରେ ବାହାରି ନପାରିବାରୁ ହାତୀଶାବକର ମା ଓ ଅନ୍ୟହାତୀ ପ୍ରଚଣ୍ଡ ଗର୍ଜନ କରିଥିଲେ।

ଅଧିକ ପଢନ୍ତୁ : କୁମାରଖୁଣ୍ଟିରେ ଅଛି ହାତୀଙ୍କ ପାଠଶାଳା, ହାତୀ ପଢ଼ୁଛି ପାଠ

 ହାତୀମାନଙ୍କ ଗର୍ଜନ ଶୁଣି ଗ୍ରାମବାସୀ, ଗଜସାଥୀ ଟିମ୍ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବି ଦ୍ବାରା କେନାଲର କିଛି ଅଂଶକୁ ପୋତି ଶାବକକୁ ବାହାର କରିବାକୁ ଚେଷ୍ଟା କରିଥିଲେ । ତେବେ ହାତୀ ଶାବକ ପାଖରେ ଜଗି ରହିଥ‌ିବା ମା'ହାତୀ ଓ ଅନ୍ୟ ଏକ ବିଶାଳ ହାତୀ ଶାବକର ସୁରକ୍ଷାକୁ ନେଇ ଆକ୍ରମଣାତ୍ମକ ହୋଇଉଠିଥିଲେ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜେସିବି ଉପରେ ଘନ ଘନ ଆକ୍ରମଣ କରୁଥିଲେ। ଶେଷରେ ଦୀର୍ଘ ଚାରି ଘଣ୍ଟାର ନିରବଛିନ୍ନ ଉଦ୍ୟମ ପରେ କେନାଲ ଭିତରୁ ହାତୀ ଶାବକକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ଶାବକ ନିଜର ମା ସହିତ ଜଙ୍ଗଲରେ ଥ‌ିବା ମୁଖ୍ୟ ଦଳକୁ ଫେରିଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After 4 long hours, the baby elephant that fell into the canal was rescued | Argus News