Videos
|
Odisha

ମଧ୍ୟରାତିରେ କାଟୁଥିଲେ କେକ୍‍ , କରେଣ୍ଟ ଲାଗି ଚାଲିଗଲା ଜୀବନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ମଧ୍ୟରାତିରେ କାଟୁଥିଲେ କେକ୍‍ , କରେଣ୍ଟ ଲାଗି ଚାଲିଗଲା ଜୀବନ

କଟକ : ମୃତ୍ୟୁ ଏମିତି ବି ଆସେ । ଖୁସିରେ ନିଜ ସାଙ୍ଗର ଜନ୍ମଦିନ ପାଳିବାକୁ ଯାଇଥିଲେ । ହେଲେ ଜାଣିନଥିଲେ ସେଇଠି କାଳ ଛକି ବସିଥିଲା ବୋଲି । ମଧ୍ୟରାତିରେ କେକ୍ କାଟିବା ହେଲା କାଳ । କରେଣ୍ଟରେ ଚାଲିଗଲା ୨୩ ବର୍ଷୀୟ ଯୁବକ ଆଲୋକ ପ୍ରଧାନଙ୍କ ଜୀବନ । ରବିବାର ରାତି ପାଖାପାଖି ୧୧ ଟା ସମୟରେ ଆଲୋକ ତାଙ୍କ ସାଙ୍ଗ ଆକାଶ ଙ୍କ  ଜନ୍ମ ଦିନ ପାଳିବା ପାଇଁ କଟକ ତୁଳସୀପୁର ସ୍ଥିତ ମଧୁକୁଞ୍ଜ ପାର୍କ ନିକଟକୁ ଯାଇଥିଲେ। ସମସ୍ତେ ଜନ୍ମ ଦିନ ପାଳିବା ସମୟରେ ଆଲୋକ ଓ ତାଙ୍କ ସାଙ୍ଗ ଉଦିତ କେକ କାଟି ଫେରିବା ବେଳେ ପାର୍କ ସାମ୍ନା ରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟିରେ ସଂଯୋଗ ହେବା ଫଳରେ ଦୁଇ ଜଣଙ୍କୁ କରେଣ୍ଟ ଆଘାତ ହୋଇଥିଲା। 

ଅଧିକ ପଢନ୍ତୁ ଓଡିଶା ଖବର

 ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲ୍ କୁ ଅଣା ଯାଇଥିଲା।  ସେଠାରେ ଡାକ୍ତର ଆଲୋକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଏହି ଘଟଣାରେ ଉଦୟ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତ ଦେହକୁ ଏସ ସି ବି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ରେ ଚାପା ଉତ୍ତେଜନା ଦେଖାଯାଇଥିଲା। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
After cutting the cake in midnight ,The young man's life was lost by the current shock | Argus News