Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟିକେଟ କଟିବା ପରେ ଦୁଇ ନେତାଙ୍କୁ ନବୀନ ନିବାସ ଡକରା

Odisha

ଟିକେଟ କଟିବା ପରେ ଦୁଇ ନେତାଙ୍କୁ ନବୀନ ନିବାସ ଡକରା

Jitendra Dash
Browse all articles by Jitendra Dash
·2 years ago·1 min read
ଟିକେଟ କଟିବା ପରେ ଦୁଇ ନେତାଙ୍କୁ ନବୀନ ନିବାସ ଡକରା

ଅର୍ଗସ ବ୍ୟୁରୋ : ବିଜେଡିକୁ ଘାରିଲା ଗୋଷ୍ଠୀ କନ୍ଦଳ ଭୟ । ଟିକେଟ କଟିବା ପରେ ବଡ଼ଚଣା ବିଧାୟକ ଅମର ଶତପଥୀ ଓ କେନ୍ଦ୍ରାପଡ଼ା ବିଧାୟକ ଶଶୀ ବେହେରାଙ୍କୁ ନବୀନ ନିବାସ ଡକରା । ନବୀନ ନିବାସରେ ମାନସ ମନ୍ଥନ । ଉଭୟଙ୍କୁ ବୁଝାଇବାକୁ ଉଦ୍ୟମ । ବାହାରିବା ପରେ କୌଣସି  ପ୍ରତିକ୍ରିୟା ଦେବାକୁ ମନା କଲେ ଅମର ଓ ଶଶୀ । 

ଅଧିକ ପଢନ୍ତୁ ଓଡିଶା ଖବର

ସେପଟେ ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ପ୍ରାର୍ଥୀ କରାଯିବା ନେଇ ନବୀନ ପ୍ରତିଶ୍ରୁତି ଦେଇଥିବା ନିଜେ କହିଥିଲେ ପ୍ରସନ୍ନ । ହେଲେ ଚିଲିକାରୁ ରଘୁ ସାହୁଙ୍କୁ ଟିକେଟ୍ ଦେଇଛି ଦଳ । ଯାହାକୁ ନେଇ ପ୍ରେସ ବିଜ୍ଞପ୍ତି ଜାରି କରି  ପ୍ରତିକ୍ରିୟା ରଖିଲେ ପ୍ରସନ୍ନ ।  କହିଲେ  ବିଜେଡିରେ ଅଛି, ରାଜନୀତିରେ ସମୟ ବଳବାନ୍ । ପରବର୍ତ୍ତୀ ଆଭିମୁଖ୍ୟ କଣ ହେବ ସମୟ କହିବ । ସେପଟେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହନ୍ତଙ୍କ ଟିକେଟ୍ କଟିବା ପରେ ତେରଛା ବାଣ ମାରିଲେ ସନା ମହାକୁଡ଼ । ବିଧାୟିକା କଣ କାମ କରିଛନ୍ତି ଲୋକ କହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After cutting the tickets, the two leaders were called by naveen niwas | Argus News