Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖବର ପୋଷ୍ଟ କରି ପାନୀୟ ଜଳ ସମସ୍ୟା ନେଇ ଘେରିଲେ କେନ୍ଦ୍ରମନ୍ତ୍ରୀ

Odisha

ଖବର ପୋଷ୍ଟ କରି ପାନୀୟ ଜଳ ସମସ୍ୟା ନେଇ ଘେରିଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·3 min read
ଖବର ପୋଷ୍ଟ କରି ପାନୀୟ ଜଳ ସମସ୍ୟା ନେଇ ଘେରିଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ପାନୀୟ ଜଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଆଟାକ୍ ଜାରି । ଏକ୍ସରେ ସମ୍ବାଦପତ୍ରରେ ପ୍ରକାଶିତ ଦୁଇଟି ଖବର ପୋଷ୍ଟ କରି ୨୫ ବର୍ଷର ରୂପନ୍ତରଣ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ଲେଖିଛନ୍ତି ଓଡ଼ିଶାର ଗ୍ରାମାଞ୍ଚଳରେ ମୋଟ ୮୮.୭୬ ଲକ୍ଷ ପରିବାର ମଧ୍ୟରୁ ପ୍ରାୟ ୨୩.୮୯ ଲକ୍ଷ ପରିବାର ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ । ପ୍ରାୟ ୫୬.୧୨ ପ୍ରତିଶତ ଗ୍ରାମବାସୀ ଏବେ ବି ଦୂଷିତ ପାଣି ବ୍ୟବହାର କରୁଛନ୍ତି । ରାଜ୍ୟରେ ଅତି କମରେ ୧୫ଟି ଜିଲ୍ଲାର ୪୦ ପ୍ରତିଶତରୁ ଅଧିକ ପରିବାର ପାଇଁ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହୋଇନାହିଁ । ସହରାଞ୍ଚଳରେ ମଧ୍ୟ ୩୧.୨ ପ୍ରତିଶତ ପରିବାର ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଅଛନ୍ତି । କେନ୍ଦ୍ରାପଡାର ମହାକାଳପଡା ଅଞ୍ଚଳରେ "ପାଣି ନ ଦେଲେ ଭୋଟ୍ ଦେବୁ ନାହିଁ" ବୋଲି ମାତୃଶକ୍ତି ସ୍ବର ଉଠାଇଛନ୍ତି । ଏହି ସବୁ କ’ଣ ଲମ୍ବା ୨୫ ବର୍ଷ ଶାସନର ରୂପାନ୍ତରଣ ?

କେନ୍ଦ୍ରମନ୍ତ୍ରୀ ଉଠାଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଏହି ଗମହା ଗାଁର ସ୍ଥିତି ଅତି ଦୟନୀୟ । ୧୨୦ପରିବାର ରହୁଥିବା ଏହି ଗାଁରେ ପାନୀୟ ଜଳ ଅଭାବରୁ କିଡନୀ ରୋଗ ବ୍ୟାପୁଛି । ସେଥିପାଇଁ ମାର୍ଶାଘାଇ ବଜାରରୁ ପାଣି କିଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ । ଆଉ ଗାଁ ଲୋକେ ଚେତାବନୀ ଦେଇଛନ୍ତି ଏଥର ପାଣି ନାହିଁତ ଭୋଟ ନାହିଁ । 

ସେହିପରି ସମ୍ବାଦପତ୍ରରେ ଡିଏମଏଫର ଦୁରୁପଯୋଗ ସମ୍ପର୍କିତ ଆଉ ଏକ ଖବର ପୋଷ୍ଟ କରି ରାଜ୍ୟ ସରକାରଙ୍କ ଉପରେ ହମଲା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ ଲେଖିଛନ୍ତି ଜନଜାତି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ବିକାଶ ପାଇଁ ମୋଦୀ ସରକାର ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ପାଣ୍ଠିର ବ୍ୟବସ୍ଥା କରିଛନ୍ତି । ଖଣି ସମୃଦ୍ଧ ଅଞ୍ଚଳ ସୁନ୍ଦରଗଡ଼କୁ ଡିଏମଏଫରେ ମୋଟ ୬,୪୦୫ କୋଟି ଟଙ୍କା ଆସିଥିବା ବେଳେ ମାତ୍ର ୮୬୦ କୋଟି ବ୍ୟୟ ହୋଇଛି । ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ରାଉରକେଲା ପୋଲିସ ଇନୋଭା ଗାଡି କିଣୁଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୁନ୍ଦରଗଡ଼ ସର୍କିଟ ହାଉସର ପାଚେରୀ ନିର୍ମାଣ ହେଉଥିବା ବେଳେ ଲହୁଣୀପଡା ବ୍ଲକ ଅନ୍ତର୍ଗତ ବଡପୁରୁଣାପାଣି ପଞ୍ଚାୟତ କପଣ୍ଡ ଗ୍ରାମରେ ରାସ୍ତା ନିର୍ମାଣ ହୋଇପାରୁନାହିଁ । ଗ୍ରାମବାସୀଙ୍କୁ ନିଜେ ରାସ୍ତା ନିର୍ମାଣ କରିବାକୁ ପଡୁଛି, ଯାହା କ୍ଷୋଭ ଓ ପରିତାପର ବିଷୟ । ସରକାର ତଥା ଜିଲ୍ଲା ପ୍ରଶାସନ ନିଜ ଦାୟିତ୍ୱରୁ ଓହରିଯିବା କେତେଦୂର ଯୁକ୍ତିଯୁକ୍ତ ? ଯେଉଁ ଖଣି ଅଞ୍ଚଳର ଅଧିବାସୀ ମାନଙ୍କ ପାଇଁ ଡିଏମଏଫ ପାଣ୍ଠି ଉଦ୍ଧିଷ୍ଟ, ସେମାନେ ଆଜି ସର୍ବନିମ୍ନ ନାଗରିକ ସୁବିଧା ପାଇବାରୁ ବଞ୍ଚିତ ହେବା କ’ଣ ସ୍ଥାନୀୟ ସରକାରର ଦୀର୍ଘ ୨୫ ବର୍ଷ ଶାସନର ରୂପାନ୍ତରଣ କି ?

ଅଧିକ ପଢନ୍ତୁ ଓଡ଼ିଶା ଖବର

ଲହୁଣୀପଡା ବ୍ଲକ ଅନ୍ତର୍ଗତ ବଡ଼ପୁରୁଣାପାଣି ପଞ୍ଚାୟତର ଏହି କପଣ୍ଡ ଗାଁ ଲୋକେ ଦଶନ୍ଧି ଦଶନ୍ଧି ଧରି ରାସ୍ତା ସମସ୍ୟାକୁ ନେଇ କଲବଲ ହୋଇଆସୁଛନ୍ତି । ଆଉ ବର୍ଷା ଦିନେ ଏମାନଙ୍କ ଜୀବନ ଯେମିତି ଅଭିଶପ୍ତ ପାଲଟିଯାଉଛି । ସ୍ବାସ୍ଥ୍ୟ ସେବା ପାଇଁ ଚାଲି ଚାଲି କପଣ୍ଡ ଗ୍ରାମକୁ ଆସିବାକୁ ପଡୁଛି । ରାସ୍ତା ନଥିବାରୁ ଗାଁକୁ ଆସିପାରୁନି ଆମ୍ବୁଲାନ୍ସ । ବାଧ୍ୟ ହୋଇ ରୋଗୀ ଓ ଗର୍ଭବତୀଙ୍କୁ କପଣ୍ଡ ଗାଁ ଯାଏ ଖଟିଆରେ ବୋହିକି ନେବାକୁ ପଡୁଛି । ବାରମ୍ବାର ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ଗୁହାରୀ ପରେ ବି କିଛି ହେଲାନି । ଶେଷରେ ନିଜେ ଗ୍ରାମବାସୀ ଶ୍ରମଦାନ କରି କପଣ୍ଡ ଗ୍ରାମରୁ ଦଲଦଲି ସାହି ଯାଏ ରାସ୍ତା ତିଆରି କରିଛନ୍ତି । ଇଏ ମାତ୍ର ଦୁଇଟି ଉଦାହରଣ ଖବରକାଗଜ ପୃଷ୍ଠାରୁ ସାମ୍ନାକୁ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ । କିନ୍ତୁ ସାରା ରାଜ୍ୟରେ ଏପରି ପୁଳାପୁଳା ସମସ୍ୟା । ଯାହାକି ୨୪ ନିର୍ବାଚନରେ ବିଜେଡି ସରକାରଙ୍କ ବିରୋଧରେ ବଡ଼ ପ୍ରସଙ୍ଗ ବନି ସାରିଛି । ଆଉ ପ୍ରଶ୍ନ ଘେରକୁ ଆସିଛି ୨୫ ବର୍ଷର ସରକାରଙ୍କ ମିଛ ରୂପାନ୍ତରଣ । 

Sponsored
After posting the news, the Union Minister talked about the problem of drinking water | Argus News