Videos
|
Odisha

ଚିକିତ୍ସା ପରେ ଗତିବିଧି ଜାଣିବା ପାଇଁ ରେଡିଓ କଲାର ଲଗାଇ ହାତୀକୁ ଜଙ୍ଗଲରେ ଛାଡିଲା ବନ ବିଭାଗ

Jitendra Dash
Browse all articles by Jitendra Dash
·2 years ago·1 min read
ଚିକିତ୍ସା ପରେ ଗତିବିଧି ଜାଣିବା ପାଇଁ ରେଡିଓ କଲାର ଲଗାଇ ହାତୀକୁ ଜଙ୍ଗଲରେ ଛାଡିଲା ବନ ବିଭାଗ

ଅର୍ଗସ ବ୍ୟୁରୋ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଆହତ ଦନ୍ତାର ଚିକିତ୍ସା କରାଯାଇଛି । ସୁସ୍ଥ ହେବା ପରେ ହାତୀକୁ ଜଙ୍ଗଲ ଛଡ଼ାଯାଇଥିବା ସୂଚନା ଦେଇଛନ୍ତି ଡିଏଫ୍ଓ ବିବେକ କୁମାର । ଆହତ ଅବସ୍ଥାରେ ହାତୀଟି ୫ ଦିନ ଘୁରିବୁଲିବା ପରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଛି । ହାତୀ ମୁଣ୍ଡରେ ୬ ଟି ସ୍ଥାନରେ ଗୁଳି ବାଜିଛି ।  ନନ୍ଦନକାନନ, ସାତକୋଶିଆ, ଢେଙ୍କାନାଳ ଓ ଅନୁଗୋଳରୁ ଡାକ୍ତରୀ ଦଳ ଚିକିତ୍ସା କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପରେ ହାତୀ ଦେହରେ ରେଡିଓ କୁଲାର ମଧ୍ୟ ସଂଯୋଗ କରାଯାଇଛି । ଜଙ୍ଗଲକୁ ଛଡାଯିବା ପରେ ମଧ୍ୟ ଗତିବିଧି ଉପରେ ନଜର ରହିଛି ବୋଲି କହିଛନ୍ତି ଡିଏଫ୍ଓ । ଏହାଦ୍ୱାରା ସାଟେଲାଇଟ ମାଧ୍ୟମରେ ହାତୀର ଗତିବିଧି ଉପରେ ନଜର ରଖାଯାଇପାରିବ । ଅନୁଗୁଳ ଫରେଷ୍ଟ ରେଞ୍ଜ ଛେଣ୍ଡିପଦା ଜଙ୍ଗଲରେ ଏକ ଆହତ ଦନ୍ତାହାତୀ ଶରୀରରେ ଏହି ରେଡିଓ କଲାର ଲଗାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
After the treatment, the forest department released the elephant into the forest with a radio collar to track its movements | Argus News