ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ବିଜେପି ପକ୍ଷରୁ ବ୍ଲକ ଘେରାଉ ,ଆସିଲେନି ବିଡିଓ ଫେରିଆସିଲା ବିଜେପି ପ୍ରତିନିଧି ଦଳ

Key Points
୨୩/୨୪ ବର୍ଷରେ ଏ କଣ ବିକାଶ ?
ଏ ବିକାଶ ନୁହେଁ ବିନାଶ
ଅର୍ଗସ ବ୍ୟୁରୋ : ବିଜେପି ରାଜ୍ୟ ସଭାପତିଙ୍କ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟର ୩୧୪ ବ୍ଲକରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ଜାରି ରହିଛି। ଦୀର୍ଘ୨୪ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର, ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ନାରୀ ନିର୍ଯ୍ୟାତନା, ପାଇଖାନା ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି, ଦାଦନ ସମସ୍ୟା, ରାସନ କାର୍ଡ ଦୁର୍ନୀତି, ଭତ୍ତା ଦୁର୍ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ,ଜଳ ସେଚନ ବ୍ୟବସ୍ଥା ରେ ଦୁର୍ନୀତି, ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା ଇତ୍ୟାଦି ଲାଗି ରହିଛି। ଏହା କୁ ନେଇ ଆଜି କନ୍ଧମାଳ ଜିଲ୍ଲା ବିଜେପି ତରଫରୁ ଜି .ଉଦୟଗିରି ନିର୍ବାଚନ ମଣ୍ଡଳୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବିଜେପି ନେତା କର୍ମୀମାନେ ଜି. ଉଦୟଗିରି ବ୍ଲକ ଘେରାଉ କରିଛନ୍ତି ।
ହଜାର ହଜାର ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିଛନ୍ତି କିନ୍ତୁ ରାଜ୍ୟ ସରକାର ଯେଉଁମାନେ ଘର ପାଇବାପାଇଁ ଯୋଗ୍ୟ ସେମାନଙ୍କୁ ଘର ନଦେଇ ଯେଉଁମାନେ ପାଇବା କଥା ନୁହେଁ ସେମାନଙ୍କୁ ଦେଉଛନ୍ତି। ସେହିପରି ରାସନ କାର୍ଡରେ ମଧ୍ୟ ଦୁର୍ନୀତି। ଗାଁ କୁ ରାସ୍ତା ନାହିଁ। ଗର୍ଭବତୀ ମହିଳା ଖଟିଆରେ ବୁହା ହେଉଛନ୍ତି ଗାଁରୁ । ଆମ୍ବୁଲାନ୍ସ ଯାଇ ପାରୁନି।
ତେବେ ଦୀର୍ଘ ସମୟ ଧରି ବ୍ଲକ କାର୍ଯ୍ୟାଳୟକୁ ବିଡିଓ କିମ୍ବା କୌଣସି କର୍ମଚାରୀ ନଆସିବାରୁ ବିଜେପି ଏହାକୁ ବିରୋଧ କରି ଦାବି ପତ୍ର ପ୍ରଦାନ ନକରି ଯେତେବେଳେ ବିଡିଓ ଆସିବେ ସେତେବେଳେ ଦାବି ପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର...