Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍ବାସ୍ଥ୍ୟ ସେବାରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କଲା ଭୁବନେଶ୍ବର ଏମ୍ସ

Odisha

ସ୍ବାସ୍ଥ୍ୟ ସେବାରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କଲା ଭୁବନେଶ୍ବର ଏମ୍ସ

Jitendra Dash
Browse all articles by Jitendra Dash
·2 years ago·3 min read
ସ୍ବାସ୍ଥ୍ୟ ସେବାରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କଲା ଭୁବନେଶ୍ବର ଏମ୍ସ

ଅର୍ଗସ ବ୍ୟୁରୋ : ଜରୁରୀକାଳୀନ ସ୍ଥିତିରେ ସ୍ବାସ୍ଥ୍ୟ ସେବାରେ ବ୍ୟବହାର ହେବ ଡ୍ରୋନ । ସ୍ବାସ୍ଥ୍ୟ ସେବାରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କଲା ଭୁବନେଶ୍ବର ଏମ୍ସ । ଦେଶରେ ପ୍ରଥମ ମେଡିକାଲ ଭାବେ ସ୍ବାସ୍ଥ୍ୟ ସେବାରେ ଏହି ଟେକନୋଲୋଜି ବ୍ୟବହାର କରିବାକୁ ଯାଉଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍‌ର ବ୍ୟବହାର କରିବ ଭୁବନେଶ୍ୱର ଏମ୍‌ସ । ଡ୍ରୋନ୍‌ ଜରିଆରେ ରକ୍ତ, ଔଷଧ ଓ ମେଡିକାଲ ଉପକରଣ ପଠାଇବ । ଏଥିପାଇଁ ଆଜି ଏକ ଟ୍ରାଏଲ ରନ୍ କରାଯାଇଥିଲା ଓ ଏହା ସଫଳ ହୋଇଛି । 

ଅନ୍ୟପଟରେ ରୋଗୀଙ୍କ ଆବଶ୍ୟକତା ଅନୁସାରେ ସବୁ ଡାକ୍ତରଖାନାରେ ରକ୍ତ ଉପଲବ୍ଧ ହୋଇପାରୁ ନଥିବାରୁ ଭୁବନେଶ୍ବର ଏମ୍ସ ରୋଗୀଙ୍କ ପାଖରେ ଡ୍ରୋନ୍ ସାହାଯ୍ୟରେ ରକ୍ତ ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛି । ଭୁବନେଶ୍ୱର ଏମସରେ ଆଜି ପ୍ରଥମ ଥର ପାଇଁ ଏହି ଡ୍ରୋନ୍ ସେବା ପରୀକ୍ଷଣ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଡ୍ରୋନ୍ ସର୍ଭିସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବନ୍ୟା ଓ ବାତ୍ୟା ଭଳି ଅନ୍ୟ ପ୍ରାକୃତିକ ବିପର୍ଜୟ ସମୟରେ ଡ୍ରୋନ୍ ବ୍ୟବବହାର କରି ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯାଇ ପାରିବ । ମେଡ଼ିସିନ୍ ଠାରୁ ଆରମ୍ଭ କରି ରକ୍ତ, ପ୍ଲେଟ୍ଲେଟ୍ ଇତ୍ୟାଦିକୁ ସହଜରେ ଲୋକଙ୍କ ପାଖରେ ପହଂଚାଯାଇପାରିବ ।

ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ପ୍ରଥମ ଥର ପାଇଁ ଡ୍ରୋନ୍ ମାଧ୍ୟମରେ ରକ୍ତ ୟୁନିଟକୁ ଏମ୍ସ ହସ୍ପିଟାଲରୁ ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚକୁ ପଠାଯାଇଛି । ରକ୍ତ ପଂହଚାଇ ସେହି ଡ୍ରୋନ୍ ସୁରକ୍ଷିତ ଭାବେ ଫେରିଆସିଛି । ଆଗାମୀ ଦିନରେ ସମସ୍ତ ପରୀକ୍ଷଣ ସଫଳ ହେଲେ ଏହି ସେବାକୁ ବ୍ୟାପକ କରାଯିବ ବୋଲି ଏମ୍ସ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି । ଏମ୍ସ ପକ୍ଷରୁ ଓଡ଼ିଶାରେ ଏହି ସେବା ପ୍ରଥମ ଥର ପାଇଁ କରାଯାଇଛି । ୭୦ କିଲୋମିଟର ଦୂରକୁ ୩୫ ମିନଟ ସମୟ ଲାଗିଛି। ଦିନ ୧୨ଟାରେ ଏମ୍‌ସରୁ ବାହାରି ୧୨ଟା ୩୫ ମିନିଟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରୋନ୍‌ ପହଞ୍ଚିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟରେ ରୋଗୀଙ୍କ ଆବଶ୍ୟକତା ଅନୁସାରେ ସବୁ ଡାକ୍ତରଖାନାରେ ରକ୍ତ ଉପଲବ୍ଧ ହୋଇପାରୁ ନଥିବାରୁ ଭୁବନେଶ୍ବର ଏମ୍ସ ରୋଗୀଙ୍କ ପାଖରେ ଡ୍ରୋନ୍ ସାହାଯ୍ୟରେ ରକ୍ତ ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛି । ଭୁବନେଶ୍ୱର ଏମସରେ ଆଜି ପ୍ରଥମ ଥର ପାଇଁ ଏହି ଡ୍ରୋନ୍ ସେବା ପରୀକ୍ଷଣ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଡ୍ରୋନ୍ ସର୍ଭିସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବନ୍ୟା ଓ ବାତ୍ୟା ଭଳି ଅନ୍ୟ ପ୍ରାକୃତିକ ବିପର୍ଜୟ ସମୟରେ ଡ୍ରୋନ୍ ବ୍ୟବବହାର କରି ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯାଇ ପାରିବ । ମେଡ଼ିସିନ୍ ଠାରୁ ଆରମ୍ଭ କରି ରକ୍ତ, ପ୍ଲେଟ୍ଲେଟ୍ ଇତ୍ୟାଦିକୁ ସହଜରେ ଲୋକଙ୍କ ପାଖରେ ପହଂଚାଯାଇପାରିବ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ପ୍ରଥମ ଥର ପାଇଁ ଡ୍ରୋନ୍ ମାଧ୍ୟମରେ ରକ୍ତ ୟୁନିଟକୁ ଏମ୍ସ ହସ୍ପିଟାଲରୁ ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚକୁ ପଠାଯାଇଛି । ରକ୍ତ ପଂହଚାଇ ସେହି ଡ୍ରୋନ୍ ସୁରକ୍ଷିତ ଭାବେ ଫେରିଆସିଛି । ଆଗାମୀ ଦିନରେ ସମସ୍ତ ପରୀକ୍ଷଣ ସଫଳ ହେଲେ ଏହି ସେବାକୁ ବ୍ୟାପକ କରାଯିବ ବୋଲି ଏମ୍ସ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି । ଏମ୍ସ ପକ୍ଷରୁ ଓଡ଼ିଶାରେ ଏହି ସେବା ପ୍ରଥମ ଥର ପାଇଁ କରାଯାଇଛି । ୭୦ କିଲୋମିଟର ଦୂରକୁ ୩୫ ମିନଟ ସମୟ ଲାଗିଛି। ଦିନ ୧୨ଟାରେ ଏମ୍‌ସରୁ ବାହାରି ୧୨ଟା ୩୫ ମିନିଟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରୋନ୍‌ ପହଞ୍ଚିଥିଲା।

Argus Whatsapp Channel Mobile Top
Sponsored
AIIMS Bhubaneswar conducts successful trial of utilising Drones in healthcare services | Argus News