Videos
|
Odisha

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୨୫୦ରୁ ଉର୍ଦ୍ଧ୍ବ ଛାତ୍ରୀ ସାମିଲ୍

Jitendra Dash
Browse all articles by Jitendra Dash
·2 years ago·1 min read
ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୨୫୦ରୁ ଉର୍ଦ୍ଧ୍ବ ଛାତ୍ରୀ ସାମିଲ୍

ଅର୍ଗସ ବ୍ୟୁରୋ : ସିପିଆର ଅର୍ଥାତ୍ କାର୍ଡିଓ ପୁଲୋମୋନାରୀ ରିସୋକସିଏସନ୍ ଚିକିତ୍ସା ପଦ୍ଧତି । ରକ୍ତଚାପ ଅସ୍ବାଭାବିକ ଭାବେ ବୃଦ୍ଧି ପାଇଲେ ମସ୍ତିସ୍କ, ହୃଦୟ, ଏବଂ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦେଇଥାଏ । ଏହାକୁ କାର୍ଡିଆକ ଆରେଷ୍ଟ କୁହାଯାଏ । ଏହି ସମୟରେ ରୋଗୀକୁ ସ୍ଵାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ଡାକ୍ତର ମାନେ ଜରୁରୀକାଳୀନ ଭାବେ ସିପିଆର ଚିକିତ୍ସା ପଦ୍ଧତି ଆପଣାଇଥାନ୍ତି । 

କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରୁ ୨୫୦ରୁ ଊର୍ଧ୍ବ ଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଭୁବନେଶ୍ଵରର ଏମ୍ସ, ରାଜ୍ୟ ସରକାର ଏବଂ ଏନଏସଏସ୍ ପକ୍ଷରୁ ଆରମ୍ଭ ହୋଇଥିବା ତିନି ଦିନିଆ ଚିକିତ୍ସା ତାଲିମ୍ ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଛାତ୍ରୀ ମାନେ ଯୋଗ ଦେଇଥିବା ବେଳେ ସେମାନଙ୍କୁ ତାଲିମ୍  ଦିଆଯାଉଛି । 
 
ଜରୁରୀକାଳୀନ ପରିସ୍ଥିତିରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ମହିଳା ସ୍ଵେଚ୍ଛାସେବୀଙ୍କୁ ସଶକ୍ତିକରଣ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଥମ ଦିନରେ ସିପିଆର ଚିକିତ୍ସା ପଦ୍ଧତି ନେଇ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ୩ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ସିପିଆର୍‌ ତାଲିମ କ୍ଷେତ୍ରରେ ଏମ୍‌ସ ଭୁବନେଶ୍ୱର ଏଯାବତ ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୧୦ ହଜାରରୁ ଅଧିକ ବ୍ୟକ୍ତିଙ୍କୁ ସିପିଆର୍‌ ତାଲିମ୍‌ ପ୍ରଦାନ କରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏନଏସଏସ୍ ସ୍ଵେଚ୍ଛାସେବୀଙ୍କୁ ଏଭଳି ପ୍ରଶିକ୍ଷଣ ଯେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ବେଶ ସହାୟକ ହେବ । ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ  ଲୋକେ ପ୍ରଶଂସା କରିଛନ୍ତି ।
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: