Videos
|
Odisha

ରାଜ୍ୟପାଳଙ୍କ ପ୍ରଥମ ଏମ୍‌ସ ଗସ୍ତରେ, ଦେଶର ସର୍ବୋଚ୍ଚ ସ୍ବାସ୍ଥ୍ୟପ୍ରତିଷ୍ଠାନ ହେବାକୁ ଶୁଭେଚ୍ଛା ଦେଲେ

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟପାଳଙ୍କ ପ୍ରଥମ ଏମ୍‌ସ ଗସ୍ତରେ, ଦେଶର ସର୍ବୋଚ୍ଚ ସ୍ବାସ୍ଥ୍ୟପ୍ରତିଷ୍ଠାନ ହେବାକୁ ଶୁଭେଚ୍ଛା ଦେଲେ

ଅର୍ଗସ ବ୍ୟୁରୋ : କୋଭିଡ୍‌ ମହାମାରୀ ସମୟରେ ଏମ୍‌ସ ଭୁବନେଶ୍ୱର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନରେ ଏହି ଜାତୀୟ ସ୍ବାସ୍ଥ୍ୟପ୍ରତିଷ୍ଠାନର ଅବଦାନ ଅନସ୍ବୀକାର୍ଯ୍ୟ। ବିକଶିତ ଭାରତର ପ୍ରକୃତ ଭାବନା ପୂରଣ କରିବାରେ ଦେଶର ଯୁବଗୋଷ୍ଠୀ ସମ୍ମୁଖଭାଗରେ ରହିଛନ୍ତି। ଏଥିସହ ଷ୍ଟାର୍ଟ ଅପ୍ ଇଣ୍ଡିଆ, ଖେଲୋ ଇଣ୍ଡିଆ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ଅନ୍ୟାନ୍ୟ ଯୁବକେନ୍ଦ୍ରିକ କାର୍ଯ୍ୟକ୍ରମରେ ଦେଶର ଯୁବଗୋଷ୍ଠୀଙ୍କ ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ ଥିବା ଏମ୍‌ସ ଭୁବନେଶ୍ବର ଛାତ୍ର ସଂସଦ ପକ୍ଷରୁ ଆୟୋଜିତ କାଏଜ୍‌ମା-୨୦୨୪ ଉତ୍ସବକୁ ଉଦ୍‌ଘାଟନ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ଏପରି ମତବ୍ୟକ୍ତ କରିଛନ୍ତି। 

ଏହି ଜାତୀୟ ଅନୁଷ୍ଠାନକୁ ପ୍ରଥମ ଗସ୍ତବେଳେ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଏମ୍‌ସ ଭୁବନେଶ୍ୱରକୁ ଦେଶର ସର୍ବୋଚ୍ଚ ଚିକିତ୍ସା ପ୍ରତିଷ୍ଠାନ ହେବାକୁ ଶୁଭେଚ୍ଛା ପ୍ରଦାନ କରିଥିଲେ। କାଏଜ୍‌ମା ଭଳି ମେଗା କାର୍ଯ୍ୟକ୍ରମରେ କ୍ରୀଡ଼ା, ସଂସ୍କୃତି ଏବଂ ସାହିତ୍ୟକୁ ଅନ୍ତର୍ଭୁକ୍ତ କରିଥିବାରୁ ରାଜ୍ୟପାଳ ଖୁସି ବ୍ୟକ୍ତ କରିବା ସହିତ ଏମ୍‌ସ ଭୁବନେଶ୍ବରର ଛାତ୍ର ସଂସଦକୁ ପ୍ରଶଂସା କରିଥିଲେ। ଦେଶର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମର ବ୍ୟାପକତାକୁ ପ୍ରମାଣ କରିବା ସହିତ ଏକ ନିଆରା ଅନୁଭବ ଆଣିଦେବ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ। 

ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମାନନୀୟ ରାଜ୍ୟପାଳଙ୍କୁ ସ୍ବାଗତ କରିବା ସହିତ ଏହି ଜାତୀୟ ପ୍ରତିଷ୍ଠାନର ସଫଳତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେହିପରି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ଉତ୍ସବକୁ ସ୍ବାଗତ କରି ସଫଳତା କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିନ୍ ଡ. ପି ଆର୍‌ ମହାପାତ୍ର, ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ରେଜିଷ୍ଟ୍ରାର୍‌ ଡ. ଦେବପ୍ରିୟ ବନ୍ଦ୍ୟୋପାଧ୍ୟାୟ, ଡିଡିଏ ରଶ୍ମି ରଂଜନ ସେଠୀ, ଏମ୍‌ସ ଛାତ୍ର ସଂସଦ ସଭାପତି ଦିବ୍ୟଜ୍ୟୋତି ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। 

ଉଲ୍ଲେଖଯୋଗ୍ୟଯେ ଏମ୍‌ସ ଭୁବନେଶ୍ୱର ଛାତ୍ର ସଂସଦ ପକ୍ଷରୁ ଆୟୋଜିତ  କାଏଜ୍‌ମା, ପୂର୍ବ ଭାରତର ଏକ ବୃହତ୍‌ କଲେଜ ଫେଷ୍ଟ ଭାବେ ପରିଚୟ ହାସଲ କରିଛି। ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ଏକାଡେମିକ୍‌ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାଂସ୍କୃତିକ, ସାହିତ୍ୟିକ, କ୍ରୀଡ଼ା, ଏବଂ ମନୋରଂଜନ ଭିତ୍ତିକ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏଥିସହିତ କାଏଜ୍‌ମା-୨୦୨୪ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନର ଅବସର ରଖିଛି। ଚଳିତ ମାସ ୨୯ ତାରିଖ(ଗୁରୁବାର) ସନ୍ଧ୍ୟାକୁ ପ୍ରସିଦ୍ଧ ହାସ୍ୟ କଳାକାର ତଥା ୟୁଟ୍ୟୁବ୍‌ ତାରକା ଅଭିମନ୍ୟୁ ଉପମନ୍ୟୁ ତାଙ୍କ ବ୍ୟଙ୍ଗ ମାଧ୍ୟମରେ ଉପସ୍ଥିତ ଦର୍ଶକଙ୍କୁ ମଉଜ କରିବେ। ସେହିପରି ବଲିଉଡ୍‌ର ଲୋକପ୍ରିୟ ପ୍ଲେବ୍ୟାକ୍‌ ସିଙ୍ଗର୍‌ ମୋହିତ ଚୌହାନ୍ୟ ଆସନ୍ତା ମାସ ୨ ତାରିଖ(ଶନିବାର) ସନ୍ଧ୍ୟାକୁ ତାଙ୍କ ସୁଲଳିତ କଣ୍ଠସ୍ବର ମାଧ୍ୟମରେ ଝୁମାଇବାର କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇଛି। ସେହିପରି ଆହୁରି ଅନେକ ଖ୍ୟାତିସମ୍ପନ୍ନ ଡିଜେ କଳାକାରଙ୍କ ପ୍ରଦର୍ଶନ ମଧ୍ୟ ରହିଥିବା ସଭାପତି ଦିବ୍ୟଜ୍ୟୋତି ସୂଚନା ଦେଇଛନ୍ତି।