Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡାଉନ୍‌ ସିଣ୍ଡ୍ରୋମ୍‌ ଏବଂ ଅନ୍ୟାନ୍ୟ ଜେନେଟିକ୍‌ ବ୍ୟାଧି ନିମନ୍ତେ ସାମଗ୍ରୀକ ପ୍ରଚେଷ୍ଠା ସମୟର ଆହ୍ବାନ

Jitendra Dash
Browse all articles by Jitendra Dash
·2 years ago·2 min read
ଡାଉନ୍‌ ସିଣ୍ଡ୍ରୋମ୍‌ ଏବଂ ଅନ୍ୟାନ୍ୟ ଜେନେଟିକ୍‌ ବ୍ୟାଧି ନିମନ୍ତେ ସାମଗ୍ରୀକ ପ୍ରଚେଷ୍ଠା ସମୟର ଆହ୍ବାନ

ଅର୍ଗସ ବ୍ୟୁରୋ : ଏମ୍‌ସ ଭୁବନେଶ୍ୱର ପେରିନାଟାଲ୍ (ଜନ୍ମ ପୂର୍ବ ଏବଂ ପର ଅବସ୍ଥା) କ୍ଲିନିକ୍ ପକ୍ଷରୁ ପ୍ରତି ମଙ୍ଗଳବାର ଡାଉନ୍ ସିଣ୍ଡ୍ରୋମ୍‌ ପ୍ରଭାବିତ ଶିଶୁମାନଙ୍କ ପିତାମାତା ଏବଂ ଅନ୍ୟାନ୍ୟ ଜେନେଟିକ୍ ବ୍ୟାଧି ସମ୍ପର୍କରେ ନିୟମିତ କାଉନ୍‌ସେଲିଂ ପ୍ରଦାନ କରାଯାଉଛି । ଏହି କ୍ଲିନିକ୍‌ ସ୍ତ୍ରୀ ଏବଂ ପ୍ରସୂତୀ (ଗାଇନେକୋଲୋଜି), ଶିଶୁ (ପେଡିଆଟ୍ରିକ୍‌ସ), ଜନ୍ମଜାତ ଶିଶୁ(ନିଓନାଟୋଲୋଜି), ଶରୀର ରଚନା (ଆନାଟୋମି) ଏବଂ ମାନସିକ (ସାଇକିଆଟ୍ରିକ୍‌) ବିଭାଗର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ହେବା ସହିତ ଲୋକମାନଙ୍କୁ ସେବା ପ୍ରଦାନ କରୁଛି । ସେହିପରି ଏହି ଜାତୀୟ ଅନୁଷ୍ଠାନର ସାଇଟୋଜେନେଟିକ୍ ଲାବୋରୋଟୋରୀ ଦ୍ବାରା ମଧ୍ୟ କାରିଓଟାଇପିଂ ମାଧ୍ୟମରେ ଡାଉନ୍ ସିଣ୍ଡ୍ରୋମ ପରି ସାଧାରଣ କ୍ରୋମୋଜୋମ୍‌ ଜନିତ ସମସ୍ୟାକୁ ଚିହ୍ନଟ କରିବାରେ ସହାୟକ ହେଉଥିବା ଏମ୍‌ସ ଭୁବନେଶ୍ବର ଆନାଟୋମି ବିଭାଗ ମୁଖ୍ୟ ଡ. ମନୀଷା ଆର୍‌ ଗାଏକ୍‌ୱାଡ୍‌ ପ୍ରକାଶ କରିଛନ୍ତି । ଏମ୍‌ସ ଭୁବନେଶ୍ବର ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ସାଇନ୍ସ୍‌ (ସ୍ୱୟଂଶାସିତ), ଚନ୍ଦକା, ଭୁବନେଶ୍ୱର ପକ୍ଷରୁ ମିଳିତ ଭାବେ ଡାଉନ୍ ସିଣ୍ଡ୍ରୋମ୍‌ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏପରି ମତ ପ୍ରକାଶ ପାଇଛି । ଡାଉନ୍‌ ସିଣ୍ଡ୍ରୋମ୍‌ ଦିବସ ଉପଲକ୍ଷେ ଗତକାଲି ଆଇଏଚ୍‌ଏସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍ସାହଜନକ ଉପସ୍ଥିତି ରହିଥିଲା । 

ଭାରତରେ ପ୍ରତି ୮୩୦ ଜନ୍ମରେ ଜଣେ ଶିଶୁ ଡାଉନ୍ ସିଣ୍ଡ୍ରୋମ୍ ଦ୍ବାରା ପ୍ରଭାବିତ ହେଉଛନ୍ତି । ଏଥିରେ ପ୍ରଭାବିତ ଶିଶୁମାନଙ୍କର ମୁଖମଣ୍ଡଳ ସାଧାରଣତଃ ସମତଳ ହୋଇଥାଏ । ସେହିପରି ଉର୍ଦ୍ଧ୍ବମୁଖୀ ଆଖି, ପାପୁଲିରେ ଏକମାତ୍ର ରେଖା ଏବଂ ପାଦର ବୁଢ଼ା ଆଙ୍ଗୁଠି ଏବଂ ଦ୍ବିତୀୟ ଆଙ୍ଗୁଠି ମଧ୍ୟରେ ଅଧିକ ଫାଙ୍କ ପରିଲକ୍ଷିତ ହୋଇଥାଏ । ଏତ୍‌ଦବ୍ୟତୀତ ଏହି ଶିଶୁମାନଙ୍କ ମଧ୍ୟରେ ଜନ୍ମଜାତ ହୃଦ୍‌ରୋଗ, ବାରମ୍ବାର ଶ୍ବାସକ୍ରିୟା ସଂକ୍ରମଣ ଏବଂ ବୌଦ୍ଧିକ ବିକାଶରେ ପ୍ରଭୂତ ମନ୍ଥରତା ଦେଖାଯାଉଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଥିଲେ ।  

ଅଧିକ ବୟସରେ ମାତୃତ୍ବ ଲାଭ ଡାଉନ୍‌ ସିଣ୍ଡ୍ରୋମ୍‌ର ସମ୍ଭାବନାକୁ ବଢ଼ାଇଥାଏ । ତେଣୁ ଏନେଇ ବ୍ୟାପକା ସଚେତନତା ସୃଷ୍ଟି କରିବା, ସଠିକ୍‌ ସମୟରେ ରୋଗ ନିରୂପଣ ନିମନ୍ତେ ସଚେତନ ହେବା ଏବଂ ଉପଯୁକ୍ତ ଚିକିତ୍ସା ଏବଂ ପୁନର୍ବାସ ପଦ୍ଧତି ଅବଲମ୍ବନ କରିବା ଆଦି ସମ୍ପର୍କରେ ଉପସ୍ଥିତ ବିଶେଷଜ୍ଞମାନେ ଆଲୋଚନା କରିଥିଲେ । ଡାଉନ୍ ସିଣ୍ଡ୍ରୋମ ଏବଂ ଅନ୍ୟାନ୍ୟ ଜେନେଟିକ୍ ବ୍ୟାଧି ଉପରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନେଇ ଆନାଟୋମୀ ବିଭାଗ ଏବଂ ଆଇଏଚ୍‌ଏସ ପକ୍ଷରୁ ଆୟୋଜିତ ଏପରି ଅନନ୍ୟ କାର୍ଯ୍ୟକ୍ରମ ନିମନ୍ତେ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରଶଂସା କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ସାଧାରଣ ଜିନ୍‌ଗତ ବ୍ୟାଧି ଯେପରିକି ସ୍ପିଚ୍‌ ଥେରାପି, ଅକୁପେସ୍‌ନାଲ (ବୃତ୍ତିଗତ) ଥେରାପି, ଫିଜିଓଥେରାପି ଇତ୍ୟାଦି କ୍ଷେତ୍ରରେ ଆଇଏଚ୍‌ଏସ ବିଭିନ୍ନ ଚିକିତ୍ସା ଯୋଗାଇଆସୁଛି। ଏହି ବ୍ୟବସ୍ଥା ଗୋଟିଏ ଛାତତଳେ ଏବଂ ରୋଗୀକୈନ୍ଦ୍ରିକ ହେବା ଉଚିତ ବୋଲି ଆଇଏଚଏସର ନିର୍ଦ୍ଦେଶକ ପ୍ରଫେସର ସତ୍ୟ ନାରାୟଣ ମହାପାତ୍ର ମତ ଦେଇଛନ୍ତି। ସାଧାରଣ ଜିନ୍‌ଗତ ବ୍ୟାଧି ଥିବା ରୋଗୀଙ୍କୁ ଚିହ୍ନଟ, ପ୍ରତିରୋଧ ଏବଂ ଆଜୀବନ ପରିଚାଳନା ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଏନେଇ ଆମ ସମାଜରେ ଥିବା ନକରାତ୍ମକ ଚିନ୍ତାଧାରାରେ ପରିବର୍ତ୍ତନ ହେବା ଉଚିତ୍ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ, ଏମ୍‌ସ ଭୁବନେଶ୍ବର ଆନାଟୋମୀ ବିଭାଗ ପ୍ରଫେସର୍‌ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଆଇଏଚଏସର ଡ. ରମ୍ୟା ମୈତ୍ରୀ, ଡ. ଭବାନୀ ଶଙ୍କର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Sponsored
AIIMS Bhubaneswar Perinatal clinic provides comprehensive genetic counselling to the parents of Down babies and other genetic disorders | Argus News