Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏମ୍ସ୍ ରଚିଲା ଇତିହାସ , ବୃଦ୍ଧଙ୍କ ମୁଣ୍ଡରୁ ବାହାରିଲା ୨୫ବର୍ଷର ବିଶାଳକାୟ ଟ୍ୟୁମର

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଏମ୍ସ୍ ରଚିଲା ଇତିହାସ , ବୃଦ୍ଧଙ୍କ ମୁଣ୍ଡରୁ ବାହାରିଲା ୨୫ବର୍ଷର ବିଶାଳକାୟ ଟ୍ୟୁମର

Key Points

  • ଭୁବନେଶ୍ଵର ଏମ୍ସ୍ ରଚିଲା ଇତିହାସ
  • ଏକାଧିକ ବିଭାଗର ଡାକ୍ତରଙ୍କ ଉଦ୍ୟମରେ ସଫଳ ହେଲା ବିରଳ ଅସ୍ତ୍ରୋପଚାର
  • ବୃଦ୍ଧଙ୍କ ମୁଣ୍ଡରୁ ବାହାରିଲା ୨୫ବର୍ଷର ବିଶାଳକାୟ ଟ୍ୟୁମର

ଭୁବନେଶ୍ବର : ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ଵିତୀୟ ଅବତାର । ଏହାକୁ ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି ଭୁବନେଶ୍ଵର ଏମ୍ସର ଡାକ୍ତରୀ ଦଳ। ବହୁ ଚ୍ୟାଲେଞ୍ଜକୁ ମାତ ଦେଇ ସଫଳ ଅସ୍ତ୍ରୋପଚାର ସହ ଜଣେ ବୃଦ୍ଧଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇପାରିଛି। ରବୀନ୍ଦ୍ର ନାମକ ବୃଦ୍ଧ ବ୍ୟକ୍ତି ଦୀର୍ଘ ୨୫ ବର୍ଷ ହେବ ଟ୍ୟୁମରରେ ପୀଡିତ ହୋଇ ଯନ୍ତ୍ରଣା ଭୋଗୁଥିବା ବେଳେ ଶେଷରେ ତାଙ୍କୁ ଏସବୁରୁ ଉପଶମ ମିଳିଛି। ରବୀନ୍ଦ୍ରଙ୍କ ମସ୍ତିଷ୍କ ଉପରେ ଟ୍ୟୁମର ହୋଇଥିବା ବେଳେ ଗତ ୬ମାସ ହେବ ଏହା ବୃଦ୍ଧି ପାଇବା ସହ ଯନ୍ତ୍ରଣା ବଢିଥିଲା।  ଶେଷରେ ରବୀନ୍ଦ୍ର ଭୁବନେଶ୍ଵରର ଏମ୍ସ ଆସି ଚିକିତ୍ସା କରାଇବା ପରେ ଏହା କ୍ୟାନସର ଆଡ଼କୁ ଗତି କରୁଥିବା ଜଣାପଡିଥିଲା। ତେବେ ରୋଗ ଚିହ୍ହଟ ଯେତିକି ସହଜ ଥଲା, ଏହାଠାରୁ ଅଧିକ କଷ୍ଟ ଥିଲା ଅସ୍ତ୍ରୋପଚାର ପ୍ରକ୍ରିୟା। ମୁଣ୍ଡ ଉପରର ଚମଡା ସହିତ ମସ୍ତିସ୍କ ଓ ଶରୀରରେ ରକ୍ତ ସଞ୍ଚାଳନ ଉପରେ ଯେପରି ପ୍ରଭାବ ନପଡିବ ଏହା ଡାକ୍ତରୀ ଦଳ ପାଇଁ ବଡ ଚ୍ୟାଲେଞ୍ଜ ରହିଥିଲା। ଶେଷରେ ୭ଘଣ୍ଟା ଧରି ସଫଳ ଅପରେସନ କରାଯିବା ସହ ରୋଗୀଙ୍କ ମୁଣ୍ଡରୁ ୭କେଜି ଓଜନର ବିଶାଳକାୟ ଟ୍ୟୁମରକୁ ବାହାର କରାଯାଇଛି। ରୋଗୀ ଜଣକ ଏବେ ସୁସ୍ଥ ଥିବା ବେଳେ ତାଙ୍କୁ ଖୁବଶୀଘ୍ର ଡିସଚାର୍ଜ କରାଯିବ ବୋଲି ଏମ୍ସ କତୃପକ୍ଷ କହିଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ଏମ୍ସ ଭୁବନେଶ୍ଵରର ଏକାଧିକ ବିଭାଗର ଡାକ୍ତରଙ୍କ ପ୍ରୟାସରେ ଏଭଳି ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି। ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ରେଡିଓ ଡାଇଗ୍ନୋସିସ୍, ଅର୍ଥୋପେଡିକ୍, ଭଳି ୬ଟି ବିଭାଗର ଅଭିଜ୍ଞ ଡାକ୍ତରଙ୍କୁ ନେଇ ପ୍ରଥମେ ଏକ ଟିମ୍ ଗଠନ ହେବା ସହିତ ଅପରେସନ ନେଇ ୪୮ ଘଣ୍ଟା ପୂର୍ବରୁ ପ୍ଲାନ୍ ପ୍ରସ୍ତୁତ କରାଯାଇଥିଲା। ଆନାସ୍ତେସିଆ ସାଙ୍ଗକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ମଧ୍ୟ ରିଜର୍ଭ ରଖାଯାଇଥିଲା। ସେହିପରି ରୋଗୀଙ୍କ ପାଇଁ ଏକ ଏମରେଜେନ୍ସି ଆଇସିୟୁ ଭେଣ୍ଟିଲେଟର ମଧ୍ୟ ପ୍ରସ୍ତୁତ ରଖାଯାଇଥିଲା। ଟିମ୍ ଓ୍ଵାର୍କ ଯୋଗୁଁ ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇଛି, ପୂର୍ବରୁ ଦିଲ୍ଲୀ ଏମ୍ସରେ ଏଭଳି ଏକ ବିରଳ ଅସ୍ତ୍ରୋପଚାର କରାଯାଇଥିଲେ ମଧ୍ୟ ଟ୍ୟୁମରର ଆକାର ଏହାଠାରୁ ଛୋଟ ଥିଲା ବୋଲି ଡାକ୍ତରମାନେ କହିଛନ୍ତି।ଏମ୍ସ ଭୁବନେଶ୍ଵରର ନାଁରେ ଯୋଡି ହେଲା ଆଉ ଏକ ଇତିହାସ। ପୂର୍ବରୁ ମଧ୍ୟ ବିଭିନ୍ନ ବିରଳ ଅସ୍ତ୍ରୋପଚାର କରାଯାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିଛି। ପୁଣିଥରେ ଏହି ସଫଳତା ପାଇଁ ଅଭିଜ୍ଞ ଡ଼ାକ୍ତରୀ ଦଳକୁ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
AIIMS created history, tumor surgery successfully over of a old man | Argus News