|
logo
Live

Argus News - ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଅଲ ଓଡିଶା ପେଣ୍ଟିଂ ଆର୍ଟିଷ୍ଟ ଆସୋସିଏସନ

Odisha

ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଅଲ ଓଡିଶା ପେଣ୍ଟିଂ ଆର୍ଟିଷ୍ଟ ଆସୋସିଏସନ

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଅଲ ଓଡିଶା ପେଣ୍ଟିଂ ଆର୍ଟିଷ୍ଟ ଆସୋସିଏସନ

ଅର୍ଗସ ବ୍ୟୁରୋ : ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଅଲ ଓଡିଶା ପେଣ୍ଟିଂ ଆର୍ଟିଷ୍ଟ ଆସୋସିଏସନ । ରାଜ୍ୟ ସରକାର ଓଡ଼ିଶାରେ ନିଯୁକ୍ତି ନାଁରେ ଠକେଇ ଅଭିଯାନ ଚଳେଇଥିବା କହିଛନ୍ତି ପେଣ୍ଟିଂ ଆର୍ଟିଷ୍ଟ । ସଂଘର ସଭାପତିଙ୍କ ଅଭିଯୋଗ ରାଜ୍ୟ ସରକାରଙ୍କ କଳା ସଂସ୍କୃତି ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ଏହାର ସୁଫଳ ଆସୋସିଏସନର କୌଣସି ପେଣ୍ଟର ପାଇ ପାରୁନାହାନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜିକୁ ୮ ବର୍ଷ ଧରି ବିଭିନ୍ନ ଦାବି କରି ଆସୁଥିଲେ ବି କର୍ଣ୍ଣପାତ କରୁନାହାନ୍ତି ସରକାର । ସ୍ବତନ୍ତ୍ର ରଙ୍ଗତୁଳୀ କଳାକାର କଲ୍ୟାଣ ବୋର୍ଡ଼ ଗଠନ, ଠିକାଦାର ପ୍ରଥା ସମ୍ପୂର୍ଣ୍ଣ ବାତିଲ ସହ କଳାକାରଙ୍କୁ ବିଶ୍ୱକର୍ମା ଯୋଜନାରେ ସାମିଲ କରିବା ପାଇଁ କେନ୍ଦ୍ରକୁ ଚିଠି, ଏମିତି ୧୨ ଦଫା ଦାବି ସରକାର ପୂରଣ କରନ୍ତୁ । ଯଦି ଏଭଳି ନୁହେଁ ତୁଳି କଳାକାରଙ୍କ ୪୦୦୦୦ ପରିବାର ଭୋଟ ବର୍ଜନ କରିବାର ଧମକ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଅଲ ଓଡିଶା ପେଣ୍ଟିଂ ଆର୍ଟିଷ୍ଟ ଆସୋସିଏସନ | Argus News