ପ୍ରାଣୀ ଚିକିତ୍ସକଙ୍କ ଦାବିକୁ ଅଣଦେଖା କରି ବିଜ୍ଞାପନରେ ଚାଲିଛି ଜୀବଜନ୍ତୁ କଲ୍ୟାଣ

ଅର୍ଗସ ବ୍ୟୁରୋ : ନିଜ ପୋଷା କୁକୁରର ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟକୁ ଆସିଥିଲେ ସରୋଜ । ହେଲେ ମେଡିକାଲରେ ପଡିଥିବା ତାଲା ଦେଖି ଶେଷରେ ହତାଶ ହୋଇ ଫେରିଲେ । ଖାଲି ସରୋଜଙ୍କ ସମସ୍ୟା ନୁହେଁ । ଗୃହପାଳିତ ପଶୁ ରୋଗରେ ପଡ଼ିବା ପରେ ଏ ଘଟଣା ପ୍ରତିଟି ଘରର ସମସ୍ୟା ପାଲଟିଛି । ରାଜ୍ୟରେ ୨୮ ଦିନ ହେଲା ଜାରି ରହିଛି ପ୍ରାଣୀ ଚିକିତ୍ସକଙ୍କ ପ୍ରତିବାଦ । ରାଜ୍ୟରେ ପ୍ରାଣୀ ଚିକିତ୍ସା ଏକ ରକମ ଠପ୍ ହୋଇପଡିଛି । ଯାହା ଫଳରେ ପ୍ରତିଦିନ ରୋଗବ୍ୟାଧିର ଶିକାର ହୋଇ ଚିକିତ୍ସା ଅଭାବରୁ ହଜାରହଜାର ଜୀବଜନ୍ତୁ ଜୀବନ ହାରୁଛନ୍ତି । ହେଲେ ପ୍ରାଣୀଧନ ପ୍ରତି ଆନ୍ତରିକତା ନଥିବା ରାଜ୍ୟ ସରକାର ବିଜ୍ଞାପନରେ କରୁଛନ୍ତି ଜୀବଜନ୍ତୁ କଲ୍ୟାଣ ।
୧୪ ଫେବୃଆରୀରେ ଜୀବଜନ୍ତୁ କଲ୍ୟାଣ ଦିବସ ପାଳିବାକୁ ସରକାର ଜାରି କରୁଛନ୍ତି ବିଜ୍ଞାପନ । ଅଥଚ ପ୍ରାଣୀଙ୍କ ଜୀବନ ରକ୍ଷା ଉଦ୍ଦେଶ୍ୟରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପାଇଁ ସମୟ କାଢିପାରୁନାହାନ୍ତି । ଯାହାକୁ ନେଇ ସାଧାରଣରେ ତେଜୁଛି ଅସନ୍ତୋଷ । ଆଜକୁ ୨୮ ଦିନ ଧରି ଜାରି ରହିଛି ପ୍ରାଣୀ ଚିକିତ୍ସକଙ୍କ ପ୍ରତିବାଦ । ଫଳରେ ଏବେ ରାଜ୍ୟ ତମାମ ସୃଷ୍ଟି ହେଲାଣି ଉତ୍କଟ ସ୍ଥିତି । ହଜାର ହଜାର ଗରିବ ହିତାଧିକାରୀ ସବସିଡି ପାଇବାରୁ ବଞ୍ଚିତ ହେଉଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ତ ପରିସ୍ଥିତି ଅଣାୟତ । ଗାଈଗୋରୁ ମରିଗଲେ ପୋଷ୍ଟମର୍ଟମ କରିବା ପାଇଁ ଡାକ୍ତର ନାହାନ୍ତି । ଫଳରେ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ସମସ୍ୟାର ସମାଧାନ ବାହାର କରିବାକୁ ବହୁକ୍ଷୁଦ୍ର ପ୍ରାଣୀଉଦ୍ୟୋଗୀ ମୟୂରଭଞ୍ଜ ଜିଲାପାଳଙ୍କ ଅଫିସରେ ମଲା କୁକୁଡ଼ା ଓ ମୃତ ଜୀବଜନ୍ତୁଙ୍କ ଶବ ରଖି ଜୋରଦାର ପ୍ରତିବାଦ କରିଛନ୍ତି । ପ୍ରାଣୀ ଚିକିତ୍ସକଙ୍କ ପ୍ରତିବାଦ ଫଳରେ ରାଜ୍ୟରେ ବିପନ୍ନ ହୋଇପଡିଛି ପ୍ରାଣୀଧନ ସୁରକ୍ଷା । ହେଲେ ପ୍ରଚାର ନିଶାରେ ଆତୁର ବିଜେଡି ସରକାର ବିଜ୍ଞାପନରେ କରୁଛି ଜୀବଜନ୍ତୁ କଲ୍ୟାଣ । ଯାହାକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି ।