Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୃତ୍ୟ ଗୁରୁଙ୍କ ନାଁରେ ସୋସିଆଲ ମିଡ଼ିଆ ଅସଦାଚରଣ ଅଭିଯୋଗ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ନୃତ୍ୟ ଗୁରୁଙ୍କ ନାଁରେ ସୋସିଆଲ ମିଡ଼ିଆ ଅସଦାଚରଣ ଅଭିଯୋଗ

ଅର୍ଗସ ବ୍ୟୁରୋ :  ସମ୍ବଲପୁର ରେ ଜଣେ ନୃତ୍ୟ ଗୁରୁଙ୍କ ନାମରେ ଜଣେ ଯୁବତୀ କଳାକାର ସୋସିଆଲ ମିଡ଼ିଆ ରେ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି । ସେପ୍ଟେମ୍ବର ୨୨ ତାରିଖ ସମ୍ବଲପୁର କଳାପରିଷଦ ର କିଛି କଳାକାର ବାଙ୍ଗାଲୋର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କୁ ନୃତ୍ୟ ପରିବେଷଣ କରିବା ପାଇ ଯାଇଥିଲେ । ଯୁବତୀ କଳାକାର ଜଣକ ୨୨ ତାରିଖ ଏକ ରୁମ ଭିତରେ ସୂର୍ଯ୍ୟ ଗୁରୁ ତାଙ୍କୁ ଅସଦାଚରଣ କରିଥିବା ନେଇ ସୋସିଆଲ ମିଡ଼ିଆ ରେ ଅଭିଯୋଗ କରିଛନ୍ତି ।  ଏନେଇ ସେ ସମ୍ବଲପୁର ଜ଼ିଲ୍ଲାପାଳ ତଦନ୍ତ କରନ୍ତୁ ବୋଲି ସୋସିଆଲ ମିଡ଼ିଆ ରେ ସେ ଲେଖିଛନ୍ତି । ସେପଟେ ସମ୍ବଲପୁର ଜିଲ୍ଲାପାଳ ପାଖରେ ଏଭଲି କୌଣସି ହୋଇନାହି ।

ଅଧିକ ପଢନ୍ତୁ ଓଡିଶା ଖବର 

କେବଳ ସୋସିଆଲ ମିଡ଼ିଆ ରୁ ଜଣାପଡିଛି । ଅଭିଯୋଗ ହେଲେ ଜଣେ ମହିଳା ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବ ବୋଲି ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି । ସେପଟେ ନୃତ୍ୟ ଗୁରୁ ସୂର୍ଯ୍ୟ ଏପରି ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି । ଯଦି ମୁଁ ଏମିତି କିଛି କରିଥାନ୍ତି ତାହେଲେ ସେ ଏତେ ଦିନ ଧରି କାହିଁକି ଚୁପ ଥିଲେ l ଗୋଟିଏ ମାସ ପରେ ସାମାଜିକ ଗଣ ମାଧ୍ୟମ ରେ କାହିଁକି କହିଲେ । ଯଦି ମୋ ବିରୋଧ ରେ କିଛି ପ୍ରମାଣ ଅଛି ତାହେଲେ ଥାନାରେ ଅଭିଯୋଗ କରନ୍ତୁ । ଏହା ମତେ ବଦନାମ କରିବା ପାଇଁ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Allegations of social media misbehavior against the dance teacher | Argus News