Videos
|
Odisha

ପୁଣି ସକ୍ରିୟ ଜନ୍ତୁ ଶିକାରୀ, ୧୮ ଟି ବାଘ ନଖ ସହ ୬ଟି ଦାନ୍ତ ଜବତ

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ସକ୍ରିୟ ଜନ୍ତୁ ଶିକାରୀ, ୧୮ ଟି ବାଘ ନଖ ସହ ୬ଟି ଦାନ୍ତ ଜବତ

ଅର୍ଗସ ବ୍ୟୁରୋ : ମାଲକାନଗିରିରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଜଙ୍ଗଲ ଜନ୍ତୁ ଶିକାରୀ । ୧୮ ଟି ବାଘ ନଖ ସହ ୬ଟି ଦାନ୍ତ ଜବତ କରିଛି ବନ ବିଭାବ । ଏହା ସହ ୫ ଶହ ମିଲିଗ୍ରାମର ବାଘ ତେଲ ଓ ୬ ଟି ବାଘ ଛାଲ ମଧ୍ୟ ଜବତ ହୋଇଛି । ଗତ ୩ ତାରିଖ ଦିନ ମାଥିଲି ଅଞ୍ଚଳରେ ରବି ଶବର ନାମକ ଜଣେ ଯୁବକ  ଶିକାର ପରେ ଏସବୁ ବିକ୍ରୟ କରୁଥିବା ସୂଚନା ପାଇଥିଲା ବନ ବିଭାଗ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଖବର ପାଇ ମାଲକାନଗିରି ବନ ବିଭାଗ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ଏକ ଟିମ ଚଢାଉ କରିଥିଲା । ଜବତ ହୋଇଥିବା ସମସ୍ତ ଦାନ୍ତ ଓ ଛାଲ କୁ ଟେଷ୍ଟି ପାଇଁ ଲେବକୁ ପଠାଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତକୁ ଗିରଫ କରି  ଜେଏଫଏମ କୋର୍ଟ ମାଥିଲିଙ୍କ ନିକଟରେ ହାଜର କରାଯାଇଥିଲା ବେଳେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଜେଲକୁ ପଠାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Also active hunter, 18 tiger claws and 6 teeth seized | Argus News