Argus News - ଅମ୍ବାଭୋନା ଥାନା ଭଙ୍ଗାରୁଜା ମାମଲା ପହଁଞ୍ଚିଲା ରାଜଭବନରେ
ଅମ୍ବାଭୋନା ଥାନା ଭଙ୍ଗାରୁଜା ମାମଲା ପହଁଞ୍ଚିଲା ରାଜଭବନରେ
By: Jitendra Dash
Odisha| Fri, Dec 8 | 9:11 am
ଅର୍ଗସ ବ୍ୟୁରୋ : ନଭେମ୍ବର ୫, ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ଏବେ ମାସେରୁ ଅଧିକ ସମୟ ପୁରିଥିବା ବେଳେ ଏଯାଏଁ ଅଧିକାଂଶ ଅପରାଧୀଙ୍କୁ ଗିରଫ କରାଗଲା ନାହିଁ । ଜାତୀୟ ସମ୍ପତ୍ତିକୁ ନଷ୍ଟ କରିଥିବା ଗୁଣ୍ଡାମାନଙ୍କୁ ଜାତୀୟ ଦୋଷୀଭାବେ ଗ୍ରହଣ କରାଗଲା ନାହିଁ । ଯେଉଁଠି ପୋଲିସ ନିଜେ ଅସୁରକ୍ଷିତ ସେଠି ସାଧାରଣ ଲୋକେ କେମିତି ସୁରକ୍ଷିତ ରହିବେ ବୋଲି ଉଠିଛି ପ୍ରଶ୍ନ । ଆଉ ଏପରି ପ୍ରଶ୍ନ ଉଠାଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ଭଟଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବି । ଆଉ ସିଧାସିଧା ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନିର୍ଦ୍ଦେଶରେ ଏପରି କାମ ହୋଇଥିବା ହେତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ଆଉ ସୁଶାନ୍ତ କେମିତି ସେଠାରେ ଆତଙ୍କ ଚଳାଇଛନ୍ତି । ଆଉ ଥାନା ଭଙ୍ଗାରୁଜା ମାମଲାରେ ଅଭିଯୁକ୍ତ ମାନେ ଖୁଲମଖୁଲା ବୁଲୁଛନ୍ତି ଏହି ପ୍ରସଙ୍ଗ ଏବେ ପହଁଞ୍ଚିଛି ରାଜଭବନରେ ।
ଭଟଲିର ସାଧାରଣ ନାଗରିକ, ବୁଦ୍ଧିଜୀବି ଓ ବରିଷ୍ଠ ନାଗରିକ ମାନେ ରାଜ୍ୟପାଳଙ୍କ ନିକଟରେ ଫେରାଦ ପରେ ଏବେ ବିଜେଡିର ବାହୁବଳୀ ବିଧାୟକ ସୁଶାନ୍ତ ସିଂଙ୍କ ପାଇଁ ବଢିଛି ଅଡୁଆ । କେବଳ ସୁଶାନ୍ତ ସିଂଙ୍କ ନୁହଁନ୍ତି ବରଂ ତାଙ୍କ ନିର୍ଦ୍ଦେଶରେ ଭଙ୍ଗାରୁଜା କରିଥିବା ତାଙ୍କର ସମର୍ଥକଙ୍କ ପାଇଁ ମଧ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଯେବେଠାରୁ ସୁଶାନ୍ତ ସିଂ ଭଟଲି ନିର୍ବାଚନ ମଣ୍ଡଳୀରେ ଲୋକପ୍ରତିନିଧି ହୋଇଛନ୍ତି ତାଙ୍କ ନିର୍ଦ୍ଦେଶରେ ଶାନ୍ତି ପ୍ରିୟ ଭଟଲୀର ସୁଶାନ୍ତ ସିଂ ଅଶାନ୍ତି ସୃଷ୍ଟି କରୁଛନ୍ତି ।
କେବଳ ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା ନୁହେଁ ବିଭିନ୍ନ ସମୟରେ ଗ୍ୟାଙ୍ଗ ଷ୍ଟାର ଗୁଡୁ ମୁସଲିମ୍ ଓ ରାଜା ଖାନଙ୍କ ପରି ବିବାଦୀୟ ଲୋକଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ସୁଶାନ୍ତ ଆସିଛନ୍ତି ବିବାଦକୁ । ଆଉ ଏବେ ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି ଭଟଲିର ବରିଷ୍ଠ ନାଗରିକ । ସେପଟେ ଥାନାରେ ଜବରଦସ୍ତି ପଶିଲେ, ପୋଲିସକୁ ମାଡ ମାରିଲେ, ତଣ୍ଟି ଚିପି ହତ୍ୟା ଉଦ୍ୟମ କଲେ, ବ୍ୟାପକ ଭଙ୍ଗାରୁଜା ବି କଲେ। ବାହାରେ ଗାଡିରେ ବସି ସେମାନଙ୍କୁ ଉସକାଉଥିଲେ ନିଜେ ସୁଶାନ୍ତ ସିଂହ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭଟଲୀରେ ଆତଙ୍କ ସୃଷ୍ଟି କରୁଛନ୍ତି ସୁଶାନ୍ତ ଓ ତାଙ୍କ ଟିମ୍ । ଥାନା ଭଙ୍ଗାଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିବାର ସଙ୍ଗୀନ ଅଭିଯୋଗ ରହିଛି ତାଙ୍କ ନାଁରେ । ଏଠି ଭିନ୍ନମତ ରଖିଲେ ନାଲିଆଖି ଦେଖାଇବାକୁ ପଛାଉନାହାନ୍ତି ସୁଶାନ୍ତଙ୍କ ସମର୍ଥକ । ହେଲେ କାହିଁକି ତାଙ୍କ ବିରୋଧରେ ଆକ୍ସନ ନେବାକୁ ଡରୁଛି ବରଗଡ ପୋଲିସ ।
Sponsored By!
No ad found
Related Articles :