ସଠିକ ଦରମା ନଦେବାରୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିକ୍ଷୋଭ
·2 years ago·1 min read

ବରଗଡ଼ : ବରଗଡ଼ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବୁଲାନ୍ସ ଡ୍ରାଇଭର କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ। ୧୨ ଘଣ୍ଟାରୁ ଅଧିକ ସମୟ ଡ୍ୟୁଟି କରାଇ ଆଠ ଘଣ୍ଟାର ପାରିଶ୍ରମିକ ଦେଉଥିବା ଯୋଗୁଁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନେକ ସମୟରେ ବିଭାଗୀୟ କର୍ମଚାରୀ ଓ ଠିକା କମ୍ପାନୀ ଅଧିକାରୀ କର୍ମଚାରୀ ମାନଙ୍କୁ ନିର୍ଯ୍ୟାତନା ଦେବା ସହ ହଇରାଣ କରୁଥିବା ଡ୍ରାଇଭର ମାନେ ଅଭିଯୋଗ କରିଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
ଦିନ ରାତି ରୋଗୀଙ୍କୁ ସୁରକ୍ଷିତ ଭାବେ ନେବା ଆଣିବା ସେବା ଯୋଗାଇ ଦେଉଥିବା ଡ୍ରାଇଭର ମାନଙ୍କ ପାଇଁ ବିଶ୍ରାମଗାରର ସୁବିଧା ନଥିବାବେଳେ ଖାଇବା ପାଇଁ ସମୟ ମିଳୁନଥିବା କର୍ମଚାରୀ ମାନେ କହିଛନ୍ତି। ୧୨ ଘଣ୍ଟା ଡ୍ୟୁଟି କରାଇ ଆଠ ଘଣ୍ଟାର ପାରିଶ୍ରମିକ ଦେଇ ବାକି ୪ ଘଣ୍ଟାର ଦରମା ମଧ୍ୟ ଦେବାକୁ ଦାବି କରିଛି ଅଲ ଓଡିଶା ଆମ୍ବୁଲାନ୍ସ ଡ୍ରାଇଭର ସଂଘ। ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ସଂଘ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: