Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା କାଲି ପରଜଙ୍ଗ ଆସୁଛନ୍ତି ଅମିତ ଶାହ , ବିଶାଳ ଜନସଭାକୁ କରିବେ ସମ୍ବୋଧନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆସନ୍ତା କାଲି ପରଜଙ୍ଗ ଆସୁଛନ୍ତି ଅମିତ ଶାହ , ବିଶାଳ ଜନସଭାକୁ କରିବେ ସମ୍ବୋଧନ

ଢେଙ୍କାନାଳ : ଆସନ୍ତା କାଲି ପରଜଙ୍ଗ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଶାଳ ଜନସଭାକୁ କରିବେ ସମ୍ବୋଧନ |ତେବେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡାହାଡ଼ ବ୍ଲକର ବାଟ ଗାଁ ସ୍କୁଲ ପଡିଆରେ, କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ,ପ୍ରସ୍ତୁତି ଜୋର ସୋରରେ ଚାଲିଛି |ଏ ନେଇ ପରଜଙ୍ଗ ବିଜେପି ବିଧାୟକ ପ୍ରାର୍ଥୀ ବିଭୁତି ଭୂଷଣ ପ୍ରଧାନ, ବିଜେପି ଯୁବ ମୁର୍ଚ୍ଛା ସାଧାରଣ ସମ୍ପାଦକ ଦିପକ ଗୋଛାୟତ, ସ୍ଥାନୀୟ ପ୍ରଶାସନ ସହ କାର୍ଯ୍ୟକ୍ରମ ସ୍ଥାନକୁ ଯାଇ ସ୍ଥିତି ପରଖିବା ସହ କିଭଳି ଭାବେ ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟକ୍ରମ ସମାପନ ହେଵ  ବୋଲି ଦେଖିଛନ୍ତି | 

ଅଧିକ ପଢନ୍ତୁ : ରାଉରକେଲାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହୁଙ୍କାର

୧୭ରେ ରାଉଲକେଲା ଆସି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ଶାହ । ୨୫ ବର୍ଷରେ ୫୦ ବର୍ଷ ପଛକୁ ଓଡିଶାକୁ ଠେଲି ଦେଇଥିବା ବିଜେଡି ସରକାରର ଅନ୍ତ କରି ରାଜ୍ୟରେ ପଦ୍ମ ଫୁଟାଇବାକୁ ରାଉଲକେଲାରୁ ରଣହୁଙ୍କାର ଭରିଥିଲେ । କେନ୍ଦ୍ରୀୟ ଯୋଜନାକୁ ଚକ୍ରାନ୍ତ କରି  ବିଜେଡି ସରକାର ହଡ଼ପ କରୁଥିବା ଅଭିଯୋଗ ସହ 24 ନିର୍ବାଚନରେ ବିଜେପିକୁ ଭୋଟ ଦେଇ ରାଜ୍ୟରେ ଡବଲ ଇଞ୍ଜିନ ସରକାର ବନାଇବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଥିଲେ ଶାହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amit Shah is coming to Parjang tomorrow, he will address the huge public meeting | Argus News