Amit Shah Odisha Visit / ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ; ଇଥାନଲ୍ ପ୍ଲାଣ୍ଟର କରିବେ ଲୋକାର୍ପଣ
·1 hour ago·2 min read

Key Points
ଜୁଲାଇ ୪ ଓ ୫ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରହିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବରଗଡ଼ର ବଉଳସିଂହା ଠାରେ ଇଥାନଲ୍ ପ୍ଲାଣ୍ଟକୁ ଲୋକାର୍ପଣ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ ।
ଭୁବନେଶ୍ଵର: ଓଡ଼ିଶା ଆସୁଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହ ମନ୍ତ୍ରୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଏହି ଅବସରରେ ଅମିତ ଶାହଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବଲପୁରରେ ରହିଛି ।
ସମ୍ବଲପୁରର ଗ୍ରେଟର ରିଂ ରୋଡ୍ ପ୍ରକଳ୍ପ ପାଇଁ ଶୁଭ ଦେବେ ଅମିତ ଶାହ । ଏଥିସହ ରିଂ ରୋଡ୍ର ସୌନ୍ଦର୍ଯ୍ୟକରଣ ଓ ମାନେଶ୍ଵର ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ମଧ୍ୟ ଶୁଭେ ଦେବେ । ସମ୍ବଲପୁରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ୨ଟି କାର୍ଯ୍ୟକ୍ରମ ରହିଛି ।
ଏଥିସହ ପଢ଼ନ୍ତୁ: ଦୋହଲିଯିବ କି ଓଡ଼ିଶା ରାଜନୀତି ? 'ପଶାପାଲି' ଫିଲ୍ମ ମାଧ୍ୟମରେ ପରଦାକୁ ଫେରୁଛନ୍ତି ଶ୍ରୀମୟୀ ମିଶ୍ର
୨ ଦିନିଆ ଗସ୍ତ, ୩ ଜିଲ୍ଲାରେ କାର୍ଯ୍ୟକ୍ରମ
ଜୁଲାଇ ୪ ଓ ୫ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରହିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୪ ତାରିଖରେ ଅମିତ ଶାହ ଏକ ସାଧାରଣ ସଭାକୁ ଉଦ୍ବୋଧନ କରିବେ । କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତିର ସଫଳତାର ଗାଥା ବଖାଣିବେ ।
ଇଥାନଲ୍ ପ୍ଲାଣ୍ଟର ଲୋକାର୍ପଣ
ସମ୍ବଲପୁର ସହ ବରଗଡ଼ ଯିବେ ଅମିତ ଶାହ । ଜୁଲାଇ ୪ ତାରିଖରେ ବରଗଡ଼ର ବଉଳସିଂହା ଠାରେ ୧୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇଥାନଲ୍ ପ୍ଲାଣ୍ଟକୁ ଲୋକାର୍ପଣ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ । ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି ।
ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇବା ପରେ ଅମିତ ଶାହ ବରଗଡ଼ ଯିବେ । ବଉଳସିଂହା ଠାରେ ଥିବା ଇଥାନଲ୍ ପ୍ଲାଣ୍ଟ ଲୋକାର୍ପଣ କରିବେ । ବରଗଡ଼ ପରେ ସମ୍ବଲପୁର ଯାଇ ମା' ସମଲେଶ୍ଵରୀଙ୍କ ଦର୍ଶନ କରିବା ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଏଥିସହ ପଢ଼ନ୍ତୁ: ୫ ବର୍ଷ ପରେ କନ୍ୟାକୁମାରୀରୁ ଧରାପଡ଼ିଲେ ଦମ୍ପତି; ଓଡ଼ିଶାରୁ କରିଥିଲେ ସୁନା ଚୋରି
ସେହିଭଳି ଅମିତ ଶାହ କଟକ ଜିଲ୍ଲା ବଡ଼ମ୍ବା ଯିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଥିବା କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଅମିତ ଶାହ ବରଗଡ଼, ସମ୍ବଲପୁର ଏବଂ ବଡ଼ମ୍ବାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ୪ ଏବଂ ୫ ତାରିଖରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେବ । ଏହି ଗସ୍ତ ଦ୍ୱାରା ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇବା ସହ ସଂଗଠନକୁ ଅଧିକ ଗତିଶୀଳ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories