ନୀଳଗିରି ଅଯୋଧ୍ୟାର ମାଟିତଳୁ ମିଳିଲା ପୁରାତନ ମନ୍ଦିରର ଚୁଳି
·2 years ago·1 min read

ବାଲେଶ୍ବର : ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସମ୍ପର୍ଣ୍ଣ ମନ୍ଦିର ମାଳିନୀ ଗାଁ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକର ଅଯୋଧ୍ୟା ରେ ପୁଣି ମାଟିତଳୁ ମିଳିଲା ପୁରାତନ ମନ୍ଦିର ର୍ ଚୁଳି। ପୂର୍ବରୁ ଏଠି ମାଟି ଓ ପାଣି ତଳୁ ବହୁ ବୌଦ୍ଧ, ଜୈନ ଓ ଶୈବ ମୂର୍ତ୍ତି ସବୁ ମିଳିଥିଲା। ସେସବୁକୁ ସଂଗୃହୀତ କରାଯାଇଛି ଅଯୋଧ୍ୟା ଠାରେ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟରେ ରେ ପର୍ଯ୍ୟଟକ ଓ ଗବେଷକ ପାଇଁ ରଖାଯାଇଛି। ଆଜି ପୁଣି ଏକ ପୁରାତନ ମନ୍ଦିରର ଭଗ୍ନାସ ବା ମନ୍ଦିର ର୍ ଚୁଳି ଦେଖିବାକୁ ମିଳିଛି ଅଯୋଧ୍ୟା ଗାଁର ଜଣେ ବ୍ୟକ୍ତିଙ୍କ ବାଡ଼ିରେ।
ଅଧିକ ପଢନ୍ତୁ ଓଡିଶା ଖବର
ପ୍ରତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ ଏଠାରେ ଗବେଷଣା କରି ପୁରାତନ ଐତିହ୍ୟ କୀର୍ତିରାଜ ସବୁକୁ ଉଦ୍ଧାର କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ଉତ୍ତର ପ୍ରଦେଶର ଅଯୋଧ୍ୟା ଓ ନୀଳଗିରି ର୍ ଅଯୋଧ୍ୟା ମଧ୍ୟରେ ବହୁ ସାମଞ୍ଜସ୍ୟ ଥିବା ବେଳେ ପ୍ରଭୁ ରାମଚନ୍ଦ୍ର ଏଠାକୁ ବନବାସ ସମୟରେ ଆସିଥିବା କଥା ଏଠାକାର ଲୋକେ ବିଶ୍ୱାସ କରିଛନ୍ତି। ଯାହା ଲୋକ କଥାରୁ ଶୁଣାଯାଏ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: