Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅନନ୍ତ ଅମ୍ବାନୀଙ୍କ ପରିକଳ୍ପନାରେ ପ୍ରସ୍ତୁତ 'ବନ୍ତାରା' କାର୍ଯ୍ୟକ୍ରମ

Odisha

ଅନନ୍ତ ଅମ୍ବାନୀଙ୍କ ପରିକଳ୍ପନାରେ ପ୍ରସ୍ତୁତ 'ବନ୍ତାରା' କାର୍ଯ୍ୟକ୍ରମ

Jitendra Dash
Browse all articles by Jitendra Dash
·2 years ago·4 min read
ଅନନ୍ତ ଅମ୍ବାନୀଙ୍କ ପରିକଳ୍ପନାରେ ପ୍ରସ୍ତୁତ 'ବନ୍ତାରା' କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ 'ବନ୍ତାରା' (ଜଙ୍ଗଲର ତାରା) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ଉଭୟ ଭାରତ ଓ ବିଦେଶରେ ଆହତ, ଉତ୍ପୀଡ଼ନର ଶିକାର ଏବଂ ଭୟରେ ଥିବା ପଶୁମାନଙ୍କୁ ଉଦ୍ଧାର, ଚିକିତ୍ସା, ଯତ୍ନ ଓ ଥଇଥାନ ବ୍ୟବସ୍ଥା କରାଯାଇଛି । ଗୁଜରାଟରେ ରିଲାଏନ୍ସ ଜାମନଗର ରିଫାଇନାରି ପରିସରରେଥିବା ସବୁଜ ବଳୟର ୩୦୦୦ ଏକରରେ ବ୍ୟାପ୍ତ, 'ବନ୍ତାରା' ର ଲକ୍ଷ୍ୟ ହେଉଛି ବିଶ୍ୱରେ ସଂରକ୍ଷଣ ଉଦ୍ୟମରେ ଅନ୍ୟତମ ପ୍ରମୁଖ ଯୋଗଦାନକାରୀରେ ପରିଣତ ହେବା । ପଶୁ ଯତ୍ନ ଓ କଲ୍ୟାଣ କ୍ଷେତ୍ରରେ ଅଭିଜ୍ଞ ବିଶେଷଜ୍ଞମାନଙ୍କ ସହ କାର୍ଯ୍ୟ କରି 'ବନ୍ତାରା' ୩୦୦୦ ଏକର ସ୍ଥାନକୁ ଏକ ପ୍ରାକୃତିକ ଜଙ୍ଗଲ ଭଳି ପରିବେଶରେ ପରିଣତ କରିଛି ଯେଉଁଠାରେ ଉଦ୍ଧାର କରାଯାଇଥିବା ପଶୁମାନେ ଆରାମରେ ବାସ କରିପାରିବେ ।

ଆରଆଇଏଲ୍ ବୋର୍ଡ ଓ ରିଲାଏନ୍ସ ଫାଉଣ୍ଡେସନର ନିର୍ଦ୍ଦେଶକ ଶ୍ରୀ ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିବା ତଥା ଉତ୍ସାହଭରା ନେତୃତ୍ୱ ରେ ସ୍ଥାପନ କରାଯାଇଥିବା ଏହି 'ବନ୍ତାରା' ଉଦ୍ୟମ ହେଉଛି ଭାରତରେ ପ୍ରଥମ । ଅନନ୍ତ ଅମ୍ବାନୀ ଜାମନଗରରେ ରିଲାଏନ୍ସର ମହତ୍ୱପୂର୍ଣ୍ଣ ଅକ୍ଷୟ ଶକ୍ତି ପ୍ରକଳ୍ପର ନେତୃତ୍ୱ ନେଉଛନ୍ତି ଯାହା ୨୦୩୫ ସୁଦ୍ଧା ରିଲାଏନ୍ସକୁ ନେଟ୍ କାର୍ବନ ଜିରୋ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ।

ଏହି କାର୍ଯ୍ୟକ୍ରମ ଅଧୀନରେ ଗତ କିଛି ବର୍ଷ ଭିତରେ ୨୦୦ରୁ ଉର୍ଦ୍ଧ୍ୱ ହାତୀ, ହଜାର ହଜାର ଅନ୍ୟ ଜୀବ, ସରୀସୃପ ଓ ପକ୍ଷୀଙ୍କୁ ଅସୁରକ୍ଷିତ ସ୍ଥିତିରୁ ଉଦ୍ଧାର କରାଯାଇଛି । ଗଣ୍ଡା, କଲରାପତରିଆ ବାଘ ଓ କୁମ୍ଭୀର ଭଳି ପ୍ରମୁଖ ଜୀବଙ୍କୁ ଉଦ୍ଧାର ଓ ଥଇଥାନ ଦିଗରେ ମଧ୍ୟ ଏଥିରେ ଉଦ୍ୟମ କରାଯାଇଛି । ମେକ୍ସିକୋ ଓ ଭେନେଜୁଏଲା ଭଳି ବିଦେଶ ରାଷ୍ଟ୍ରର ଉଦ୍ଧାର କାର୍ଯ୍ୟକ୍ରମରେ ମଧ୍ୟ 'ବନ୍ତାରା' ସାମିଲ ହୋଇଥିଲା । କେନ୍ଦ୍ରୀୟ ଆମେରିକା ପ୍ରାଣୀ ଉଦ୍ୟାନରୁ ଫୋନ୍ କଲ୍ ପାଇ ଏହା ନିକଟରେ ବହୁ ବଡ଼ ଓ ଛୋଟ ପଶୁଙ୍କୁ ଉଦ୍ଧାର କରିଥିଲା । ସମସ୍ତ ଉଦ୍ଧାର କାର୍ଯ୍ୟ ଭାରତ ଓ ଆନ୍ତର୍ଜାତିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅବସରରେ ଅନନ୍ତ ଅମ୍ବାନୀ କହିଛନ୍ତି ଯେ, “ଛୋଟ ବେଳେ ମୋ ପାଇଁ ଏକ ଅଭିଳାଷ ଭାବେ ଯାହା ଆରମ୍ଭ ହୋଇଥିଲା ତାହା ଏବେ 'ବନ୍ତାରା' ରୂପରେ ଆମର ଚମତ୍କାର ଓ ପ୍ରତିବଦ୍ଧ ଟିମ୍ ଜରିଆରେ ଏକ ମିସନରେ ପରିଣତ ହୋଇଛି । ଭାରତର ବିଲୁପ୍ତପ୍ରାୟ ଜୀବଙ୍କୁ ସୁରକ୍ଷିତ ରଖିବା ଉପରେ ଆମେ ଗୁରୁତ୍ୱ ଦେଉଛୁ । ପ୍ରମୁଖ ବସତିର ପୁନରୁଦ୍ଧାରୂ କରିବା ଏବଂ ଜୀବଙ୍କ ପ୍ରତି ରହିଥିବା ବିପଦର ମୁକାବିଲା କରିବା ଏବଂ 'ବନ୍ତାରା' କୁ ଏକ ଅଗ୍ରଣୀ ସଂରକ୍ଷଣ କାର୍ଯ୍ୟକ୍ରମରେ ପରିଣତ କରିବାକୁ ଆମେ ଚାହୁଛୁ । ଆମେ ବହୁତ ଖୁସି ଯେ ଆମର ଉଦ୍ୟମକୁ ଭାରତ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି । ଆମର ଏହି ମିସନରେ ଭାରତର ବହୁ ଶ୍ରେଷ୍ଠ ଜୀବବିଜ୍ଞାନୀ ଓ ଚିକିତ୍ସା ବିଶେଷଜ୍ଞ ଯୋଡ଼ି ହୋଇଛନ୍ତି ଏବଂ ସରକାରୀ ସଂସ୍ଥା, ଗବେଷଣା ସଂସ୍ଥା ଓ ଶିକ୍ଷାନୁଷ୍ଠାନଠାରୁ ଆମକୁ ପ୍ରତ୍ୟକ୍ଷ ସହଯୋଗିତା ଓ ମାର୍ଗଦର୍ଶନ ମିଳିଥିବାରୁ ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ । ଭାରତରେ ଥିବା ୧୫୦ରୁ ଅଧିକ ପ୍ରାଣୀ ଉଦ୍ୟାନରେ ତାଲିମ, ଦକ୍ଷତା ଗଠନ ଓ ପଶୁ ଯତ୍ନ ଭିତିଭୂମିରେ ଉନ୍ନତି ଆଣିବା ଲାଗି ଭାରତର ପ୍ରମୁଖ ବନ୍ୟପ୍ରାଣୀ କର୍ତୃପକ୍ଷ ଓ ଅନ୍ୟାନ୍ୟ ସଂପୃକ୍ତ ସରକାରୀ ସଂସ୍ଥା ସହ ସହଯୋଗୀତା ସ୍ଥାପନ କରିବାକୁ ବନ୍ତାରା ଲକ୍ଷ୍ୟ ରଖିଛି । ଆମେ ଆଶା କରୁଛୁ ଯେ ବନ୍ତାରା ବିଶ୍ୱସ୍ତରରେ ଆଶାର କିରଣ ହେବ ଏବଂ ବିଶ୍ୱ ଜୈବବିବିଧତା ସଂରକ୍ଷଣ ଅଭିଯାନ ପାଇଁ ଭବିଷ୍ୟତ ଚିନ୍ତାଧାରା ରଖିଥିବା ସଂସ୍ଥା କିଭଳି ସହାୟକ ହୋଇପାରିବ ତାହା ପ୍ରଦର୍ଶିତ କରିବ ।’’ବନ୍ତାରାକୁ ଶୁଭାରମ୍ଭ କରିବା ପଛର ଚିନ୍ତାଧାରା ସମ୍ପର୍କରେ ଅନନ୍ତ ଅମ୍ବାନୀ କହିଛନ୍ତି ଯେ, “ଏହା ହେଉଛି ପ୍ରାଚୀନ ସମବେଦନାର ମୂଲ୍ୟବୋଧ ଏବଂ ଆଧୁନିକ ବୈଜ୍ଞାନିକ ଓ ପ୍ରଯୁକ୍ତି ବିଦ୍ୟାର ସମାହାର । ମୁଁ ଜୀବ ସେବାକୁ ଭଗବାନ ଓ ମାନବ ସମାଜର ସେବା ଭାବେ ଦେଖୁଛି ।’’ ବନ୍ତାରାରେ ହାତୀଙ୍କ ପାଇଁ କେନ୍ଦ୍ର ଏବଂ ସିଂହ, ବାଘ, କୁମ୍ଭୀର ଓ କଲରାପତରିଆ ବାଘ ଆଦିଙ୍କ ଭଳି ଭଳି ବଡ ଓ ଛୋଟ ଜୀବଙ୍କ ପାଇଁ ସୁବିଧା ରହିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ବନ୍ତାରାରେ ପ୍ରମୁଖ ଅଂଚଳରେ ରହିଥିବା ହାତୀ କେନ୍ଦ୍ରରେ ଦିନ ଓ ରାତି ପାଇଁ ଅତ୍ୟାଧୁନିକ ବିଜ୍ଞାନ ସମ୍ମତ ଏନ୍‌‌କ୍ଲୋଜର, ହାଇଡ୍ରୋଥେରାପି ପୁଲ୍‌‌, ଜଳାଶୟ ଓ ହାତୀଙ୍କ ଆର୍ଥ୍ରାଇଟିସ ଚିକିତ୍ସା ପାଇଁ ଏକ ବିରାଟ ଜକୁଜୀ ଆଦି ରହିଛି । ଏଥିରେ ୨୦୦ରୁ ଅଧିକ ହାତୀ ଥିବା ବେଳେ ୫୦୦ରୁ ଅଧିକ ପ୍ରଶିକ୍ଷିତ କର୍ମଚାରୀ ସେମାନଙ୍କ ଦେଖାଶୁଣା କରୁଛନ୍ତି । ଏଥିରେ ୨୫୦୦୦ ବର୍ଗଫୁଟର ଏକ ହାତୀ ଚିକିତ୍ସାଳୟ ରହିଛି ଯେଉଁଥିରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଚିକିତ୍ସା ଉପକରଣ ରହିଛି । ହାତୀଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିବା ନିମନ୍ତେ ୧୪୦୦୦ ବର୍ଗଫୁଟର ଏକ ସ୍ୱତନ୍ତ୍ର ରୋଷେଇ ଘର ରହିଛି । ସେହିପରି, ବନ୍ତାରାରେ ୬୫୦ ଏକରରୁ ଅଧିକ ସ୍ଥାନରେ ଉଦ୍ଧାର ଓ ଥଇଥାନ କେନ୍ଦ୍ର ରହିଛି ଯେଉଁଥିରେ ସର୍କସ ଓ ଅନ୍ୟ ବିପଦଜନକ ପରିସ୍ଥିତିରୁ ଭାରତ ଓ ବିଶ୍ୱର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିଓବା ଜୀବଜନ୍ତୁଙ୍କୁ ସ୍ଥାନିତ କରାଯାଉଛି । ୨୧୦୦ରୁ ଅଧିକ ଲୋକ କାମ କରୁଥିବା ଏହି କେନ୍ଦ୍ର ସାରା ଭାରତରେ ସଡକ ଦୁର୍ଘଟଣା ଓ ମଣିଷ-ବନ୍ୟଜନ୍ତୁ ସଂଘର୍ଷରେ ଆହତ ହୋଇଥିବା ୨୦୦ରୁ ଅଧିକ କଲରାପତରିଆ ବାଘଙ୍କୁ ଉଦ୍ଧାର କରିବା ସହିତ ତାମିଲନାଡୁରେ ସ୍ୱଳ୍ପ ସ୍ଥାନରେ ଅତ୍ୟନ୍ତ ଭିଡ ମଧ୍ୟରେ ପ୍ରତିକୂଳ ପରିସ୍ଥିତିରେ ଥିବା ୧୦୦୦ରୁ ଅଧିକ କୁମ୍ଭୀରକୁ ଉଦ୍ଧାର କରିଛି । ଏହି କେନ୍ଦ୍ରରେ ଏକ ଲକ୍ଷ ବର୍ଗଫୁଟର ଏକ ହସ୍ପିଟାଲ୍ ଓ ମେଡିକାଲ୍ ଏହି କେନ୍ଦ୍ରରେ ଏକ ଲକ୍ଷ ବର୍ଗଫୁଟର ଏକ ହସ୍ପିଟାଲ୍ ଓ ମେଡିକାଲ୍ ଗବେଷଣା କେନ୍ଦ୍ର ରହିଛି । ବନ୍ତାରାକୁ ଉଦ୍ଧାର ହୋଇ ଆସୁଥିବା ପ୍ରତ୍ୟେକଟି ଜୀବ ପାଇଁ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ଅଧିକାରୀ / ସଂରକ୍ଷକ, କେନ୍ଦ୍ରୀୟ ଜୁ ଅଥୋରିଟିଙ୍କ ଅନୁମତି ତଥା ସମସ୍ତ ଆବଶ୍ୟକୀୟ ବନ୍ୟପ୍ରାଣୀ ନିୟମ ପାଳନ କରି ସ୍ଥାନ ଦିଆଯାଉଛି । ବନ୍ତାରା ପକ୍ଷରୁ ଜାତୀୟ ଓ ଆନ୍ତର୍ଜାତିକ ସହଯୋଗିତା ମଧ୍ୟ ସ୍ଥାପନ କରାଯାଇଛି ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କ ସହଭାଗିତାରେ ଜୀବ ସଂରକ୍ଷଣକୁ ନେଇ ଏହା ଶିକ୍ଷା ଓ ସଚେତନତା ମଧ୍ୟ ସୃଷ୍ଟି କରୁଛି ।

Sponsored
Anant Ambani unveils his passion project 'Vantara' | Argus News