ମହାପ୍ରଭୁଙ୍କୁ ଦର୍ଶନ କଲେ ଅନନ୍ତ ଅମ୍ବାନୀ, ମନ୍ଦିରକୁ ଦାନ କଲେ ଅଢେଇ କୋଟି

Key Points
- ମହାପ୍ରଭୁଙ୍କୁ ଦର୍ଶନ କଲେ ଅନନ୍ତ ଅମ୍ବାନୀ
- ମନ୍ଦିର ପାଇଁ ଦାନ କଲେ ୨ କୋଟି ୫୧ ଲକ୍ଷ ଟଙ୍କା
- ମନ୍ଦିରରେ ପାଠ କଲେ ହନୁମାନ ଚାଳିସା
- ଭଜନ କୀର୍ତ୍ତନରେ ହେଲେ ସାମିଲ
ଅର୍ଗସ ବ୍ୟୁରୋ : ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଜେଡ ପ୍ଲସ ସୁରକ୍ଷାବଳୟ ଭିତରେ ତାଙ୍କୁ ନିଆଯାଇ ଭବ୍ୟ ସ୍ବାଗତ କରାଯାଇ ମନ୍ଦିର ଭିତରକୁ ନିଆଯାଇଥିଲା । ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ କୀର୍ତ୍ତନ ଭଜନରେ ସାମିଲ ହୋଇଥିଲେ ଅନନ୍ତ ଅମ୍ବାନୀ ।
ଅଧିକ ପଢନ୍ତୁ ଓଡିଶା ଖବର
ଗତକାଲି ରାତି ୧୦ରେ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ଅନନ୍ତ ଅମ୍ବାନୀ । ସନ୍ଧ୍ୟା ୫ରେ ପହଞ୍ଚିବାର ଯୋଜନା ଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମା ବିମଳା ଏବଂ ଅନ୍ୟଦେବାଦୀଙ୍କୁ ଦର୍ଶନ କରିଥିଲେ ଅନନ୍ତ । ମହାଲକ୍ଷ୍ମୀଙ୍କ ମନ୍ଦିରରେ କିଛି ସମୟ ବସିବା ପରେ ନୃସିଂହ ମନ୍ଦିରରେ ହନୁମାନ ଚାଳିସା ପାଠ କରିଥିଲେ । ପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୨ କୋଟି ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଯାହାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି ।
ପୁରୀ ଆସିବା ପୂର୍ବରୁ ଅନନ୍ତ ଅମ୍ବାନୀ ଆସାମ ଯାଇ ମା' କାମାକ୍ଷାଙ୍କ ଦର୍ଶନ କରିଥିଲେ । ନିକଟରେ ଗୁଜୁରାଟ ଜାମନଗରରେ ରାଧିକା ମର୍ଚାଣ୍ଟଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା ।ଆଗାମୀ ଜୁଲାଇ ୨୪ରେ ଉଭୟଙ୍କ ବିବାହ ହେବାକୁ ଯାଉଛି ।
📱 Get Argus News App
✨