Ganjam COVID Alert / ଆନ୍ଧ୍ରରେ ବଢ଼ୁଛି କୋଭିଡ୍ ! ଗଞ୍ଜାମରେ ହାଇ ଆଲର୍ଟ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୈଠକ
·1 hour ago·2 min read

Key Points
ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ବୈଠକ
ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ମିଟିଂ
ସ୍ୱାସ୍ଥ୍ୟ ସଚିବ, ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ସାମିଲ

ଆନ୍ଧ୍ରପ୍ରଦେଶରେ ବଢ଼ୁଛି କୋଭିଡ୍ ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ସତର୍କତା ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ SARI ବା ଗୁରୁତର ଶ୍ୱାସକ୍ରିୟା ସଂକ୍ରମଣ ଥିବା ରୋଗୀଙ୍କର କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଇନଫ୍ଲୁଏଞ୍ଜା ସଦୃଶ ଲକ୍ଷଣ ଥିବା ରୋଗୀଙ୍କ ମଧ୍ୟରୁ ଅତି କମରେ ୫ ପ୍ରତିଶତଙ୍କର ନମୁନା ପରୀକ୍ଷା କରିବାକୁ କୁହାଯାଇଛି ।
ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଇସୋଲେସନ ୱାର୍ଡ, ଅକ୍ସିଜେନ ବେଡ୍, ଅକ୍ସିଜେନ ପ୍ଲାଣ୍ଟ, ସିଲିଣ୍ଡର ଓ ଆବଶ୍ୟକ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଶା ଓ ଏଏନଏମ୍ କର୍ମୀମାନେ ଗ୍ରାମ ସ୍ତରରେ ଜ୍ୱର କିମ୍ବା ଶ୍ୱାସକଷ୍ଟ ରୋଗୀଙ୍କୁ ଚିହ୍ନଟ କରି ସଚେତନତା ସୃଷ୍ଟି କରିବେ । ORS, ପାରାସିଟାମଲ, ଜିଙ୍କ୍, ଭିଟାମିନ-A, ଶ୍ୱାସକଷ୍ଟ ଔଷଧ, ଆଜିଥ୍ରୋମାଇସିନ୍ ଓ ଟିଟାନସ୍ ଟିକା ସହ ଆବଶ୍ୟକ ଔଷଧର ପର୍ଯ୍ୟାପ୍ତ ମହଜୁଦ ରଖିବାକୁ କୁହାଯାଇଛି । ପ୍ରତିଦିନ କୋଭିଡ୍ ପରୀକ୍ଷା, ହସ୍ପିଟାଲ ପ୍ରସ୍ତୁତି ଓ ଔଷଧ ମହଜୁଦ ସମ୍ପର୍କିତ ରିପୋର୍ଟ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼
ସେପଟେ କୋଭିଡ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ବୈଠକ ଡାକିଛନ୍ତି । ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ସ୍ୱାସ୍ଥ୍ୟ ସଚିବ, ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ହେବେ । ଆଗକୁ ରଥଯାତ୍ରା ଥିବାରୁ ଆଗୁଆ ଆଉ କ'ଣ ପଦକ୍ଷେପ ନିଆଯାଇପାରେ ସେ ପ୍ରସ୍ତୁତି ନେଇ ହେବ ଆଲୋଚନା । ଆନ୍ଧ୍ରରେ ଦୁଇ ଜଣଙ୍କ କୋଭିଡରେ ମୃତ୍ୟୁ ପରେ ଓଡ଼ିଶାର ସୀମାନ୍ତ ଜିଲ୍ଲା ଆଲର୍ଟରେ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories