Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାର ପିଲାଙ୍କୁ ପୋଲିଓ ଖୁଆଇଲେ ଆନ୍ଧ୍ରର ସ୍ବାସ୍ଥ୍ୟ କର୍ମଚାରୀ

Jitendra Dash
Browse all articles by Jitendra Dash
·2 years ago·2 min read
ଓଡ଼ିଶାର ପିଲାଙ୍କୁ ପୋଲିଓ ଖୁଆଇଲେ ଆନ୍ଧ୍ରର ସ୍ବାସ୍ଥ୍ୟ କର୍ମଚାରୀ

ଅର୍ଗସ ବ୍ୟୁରୋ : ପୁଣି କୋଟିଆରୁ ଆସିଲା ଚିନ୍ତାଜନକ ଘଟଣା । କିଛି ଦିନ ପରେ ପୁଣି ଓଡ଼ିଶା ସୀମାରେ ପଶି ହରକତ କରିଛନ୍ତି ଆନ୍ଧ୍ର ପ୍ରଦେଶର ସରକାରୀ ଅଧିକାରୀ । କୋଟିଆ ପଞ୍ଚାୟତ ଉପର ସେମ୍ବି, ତଳ ସେମ୍ବି ଓ ଧୂଳିପଦର ଗାଁରେ ପୋଲିଓ କ୍ୟାମ୍ପ୍ କରିଛି ଆନ୍ଧ୍ରର ସ୍ବାସ୍ଥ୍ୟ ଟିମ୍ । ଓଡ଼ିଶାର ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇଛନ୍ତି ଆନ୍ଧ୍ରର ସ୍ବାସ୍ଥ୍ୟ କର୍ମଚାରୀ । ଏହି ସବୁ ଗାଁରେ ଆନ୍ଧ୍ର ପକ୍ଷରୁ ନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ କରାଯାଇଥିବାବେଳେ ସବୁ ଜାଣି ଶୁଣି ଚୁପ୍ ବସିଛନ୍ତି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଶାସକ ଦଳର ନେତା । ଅନ୍ୟପଟେ ପଟାଙ୍ଗୀ ବ୍ଲକ୍ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ ଆମ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମୋବାଇଲ୍ କ୍ୟାମ୍ପ ମାଧ୍ୟମରେ ଗତ ଶୁକ୍ରବାର ଏଠାକାର ପିଲାଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିଲା । ଆନ୍ଧ୍ର ପକ୍ଷରୁ ପୁଣି ଅତିରିକ୍ତ ପୋଲିଓ ଖୁଆଯାଇଛି । 

କୋଟିଆ ନେରେଡ଼ି ୱାଲସା ସାପ୍ତାହିକ ହାଟରେ ଆନ୍ଧ୍ର ପକ୍ଷରୁ କରାଯାଇଥିଲା ପୋଲିସ ଓ ସ୍ବାସ୍ଥ୍ୟ ଶିବିର । ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ଜିଲ୍ଲାର ଏସପି ନିଜ ଦଳ ବଳ ସହିତ ଜନସମ୍ପର୍କ ଅଭିଯାନ କରିଥିଲେ । ଏଥିସହ ଆନ୍ଧ୍ର ସାଲୁରୁ ଏରିଆ ହସ୍ପିଟାଲ ପକ୍ଷରୁ କରାଯାଇଥିବା ହେଲ୍ଥ କ୍ୟାମ୍ପରେ କୋଟିଆର ୫ଟି ଗାଁର ଲୋକଙ୍କୁ ଡାକି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପ୍ରାୟ ୩୦୦ ଲୋକଙ୍କୁ କରାଯାଇଥିଲା ଔଷଧ ବଣ୍ଟନ । ସାଲୁରୁ ପୋଲିସ ପକ୍ଷରୁ ଓଡ଼ିଶାର ଯୁବକଙ୍କୁ ଛତା, ରାସନ ଓ ଭଲିବଲ୍ କିଟ୍ ବି ବଣ୍ଟାଯାଇଥିଲା । ଆନ୍ଧ୍ର ପୋଲିସ ଓ ପ୍ରଶାସନ ପକ୍ଷରୁ ନାଚ, ଗୀତ ଭଳି ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ଏତେ ଆନ୍ଧ୍ର ପକ୍ଷରୁ ଏତେ ବଡ଼ ଆୟୋଜନକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସାମାନ୍ୟ ପ୍ରତିକ୍ରିୟା ବି ପ୍ରକାଶ କରାଗଲା ନାହିଁ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସପ୍ତାହକ ଭିତରେ ଆନ୍ଧ୍ରର ଦୁଇ ଦୁଇଟି କାରନାମା । କୋଟିଆ ଉପରେ ଥିବା ଆନ୍ଧ୍ରର ଲୋଲୁପ ଦୃଷ୍ଟି ଏବେ ତୀବ୍ରତର ହେଉଛି । ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଲୋକଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରାଯାଉଛି । ଓଡ଼ିଶାର ସୀମା, ଭାଷା ସଂସ୍କୃତି ବିପଦରେ ପଡ଼ିଥିବାବେଳେ ଓଡ଼ିଶାରେ ୨୪ ବର୍ଷ ଧରି କ୍ଷମତାସୀନ ବିଜେଡି ସରକାରର ନିରବତାକୁ ନେଇ ଉଠୁଛି ପ୍ରଶ୍ନ । କଣ ପଡ଼ୋଶୀ ରାଜ୍ୟକୁ ଓଡ଼ିଶା ଦଖଲ କରିବାକୁ ସାହାଣମେଲା କରିଦେଇଛି ବିଜେଡି ସରକାର ? 

Sponsored
Andhra incursion again in Koraput Kotia | Argus News