Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚେଇଁ ଶୋଇଥିବା ପ୍ରଶାସନକୁ ଆନ୍ଧ୍ର ସରକାରଙ୍କ ଖୋଲା ଚ୍ୟାଲେଞ୍ଜ୍

Odisha

ଚେଇଁ ଶୋଇଥିବା ପ୍ରଶାସନକୁ ଆନ୍ଧ୍ର ସରକାରଙ୍କ ଖୋଲା ଚ୍ୟାଲେଞ୍ଜ୍

Jitendra Dash
Browse all articles by Jitendra Dash
·2 years ago·1 min read
ଚେଇଁ ଶୋଇଥିବା ପ୍ରଶାସନକୁ ଆନ୍ଧ୍ର ସରକାରଙ୍କ ଖୋଲା ଚ୍ୟାଲେଞ୍ଜ୍

ଅର୍ଗସ ବ୍ୟୁରୋ : ବିଜେଡିର ୨୪ ବର୍ଷ ଶାସନରେ ଅସୁରକ୍ଷିତ ହୋଇ ପଡିଛି ରାଜ୍ୟର ସୀମା, ଭାଷା ଓ ସଂସ୍କୃତି । ପୁଣି ଥରେ ଓଡ଼ିଶା ସୀମାରେ ପଶି ନିଜ ଅଧିକାର ସାବ୍ୟସ୍ତ କରିବାକୁ ଆନ୍ଧ୍ରର ଉଦ୍ୟମ । ଚେଇଁ ଶୋଇଥିବା ସରକାରକୁ ଏଥର ପୋଲିସର ଡର ଦେଖାଇ ଆନ୍ଧ୍ର ଖେଳିଛି ବଡ଼ ଚାଲ୍ । କୋରାପୁଟ ଜିଲ୍ଲାର ବିବାଦୀୟ କୋଟିୟାପୁଞ୍ଜର ନେରେଡି ୱାଲ୍ସା ସାପ୍ତାହିକ ହାଟରେ ଆନ୍ଧ୍ର ପୋଲିସ ଉପସ୍ଥିତିରେ ଏକ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରିଛି ଆନ୍ଧ୍ର ସରକାର । 

ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ୍ ଜିଲ୍ଲା ଏସପି ବିକ୍ରାନ୍ତ ପାଟିଲଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । କୋଟିଆ ପୁଞ୍ଜର ୫ ଗୋଟି ଗ୍ରାମ ବାସୀଙ୍କୁ ଡାକ୍ତରୀ ପରୀକ୍ଷା କରିଥିଲେ ଏବଂ ୩୦୦ ଲୋକଙ୍କୁ ଔଷଧ ବଣ୍ଟନ କରିଥିଲେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଠି ପ୍ରଶ୍ନ ବାରମ୍ବାର ଆନ୍ଧ୍ର ସୀମାରେ ପଶି ହୁକୁମାତି ଚଳାଇଥିବା ବେଳେ କାହିଁକି ଏ ଦିଗରେ ମୌନ ବ୍ରତ ଧାରଣ କରିଛି ବିଜେଡି ସରକାର । ଆନ୍ଧ୍ର ସୀମା ଜବରଦଖଲ କରି ଚାଲିଥିବା ବେଳେ ଆଉ କେବେ ଚେତିବେ ରାଜ୍ୟ ସରକାର । ସେପଟେ ଏହି ଘଟଣାକୁ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

Sponsored
Andhra rule again in Kotia | Argus News