ଓଡ଼ିଶା ଭାଗର ପାଣି ରୋକିବାକୁ ଆନ୍ଧ୍ରର ଷଡ଼ଯନ୍ତ୍ର

ଅର୍ଗସ ବ୍ୟୁରୋ : ଓଡ଼ିଶା ଭାଗର ପାଣି ରୋକିବାକୁ ଆନ୍ଧ୍ରର ଷଡ଼ଯନ୍ତ୍ର । ମହେନ୍ଦ୍ରତନୟାର ଉପରମୁଣ୍ଡରେ ବନ୍ଧ ବାନ୍ଧିଛି ପଡ଼ୋଶୀ ରାଜ୍ୟ । ପାରଳାଖେମୁଣ୍ଡି ଆଖପାଖରେ ଉତ୍କଟ ଜଳ ସମସ୍ୟା ଆଶଙ୍କା । ସବୁଦେଖି ଚୁପ୍ ଓଡ଼ିଶା ସରକାର, ୨୪ ବର୍ଷର ସ୍ଥିର ସରକାରର ପୁରୁଷାର୍ଥ ଉପରେ ଉଠୁଛି ପ୍ରଶ୍ନ । ଧୀରେ ଧୀରେ ଶୁଖିବାରେ ଲାଗିଛି ପାରଳାଖେମୁଣ୍ଡି ସହର ଦେଇ ବୋହୁଥିବା ମହେନ୍ଦ୍ର ତନୟା ନଦୀ । ଖସୁଛି ନଦୀର ଜଳସ୍ତର, କେତେକ ସ୍ଥାନରେ ନଈରେ ଭାସୁଛି ପଙ୍କ ଓ କାଦୁଅ । ଅଭିଯୋଗ ହେଉଛି ଉପର ମୁଣ୍ଡରେ ଏହି ନଦୀର ପାଣି ଅଟକାଇଛି ଆନ୍ଧ୍ରପ୍ରଦେଶ ।
ସେଠାରୁ ପମ୍ପସେଟ୍ ମାଧ୍ୟମରେ ପାଣି ନେଇ ପୋଖରୀ ସବୁ ଭର୍ତ୍ତି କରାଯାଉଛି । ସେହି ପାଣିକୁ ଖରା ଦିନିଆ ଚାଷରେ ବ୍ୟବହାର ହେଉଛି । ଓଡ଼ିଶାର ଅମାରା ଗାଁ ନିକଟରେ ଓ ଆନ୍ଧ୍ରପ୍ରଦେଶ ରାଟିଣୀ ଗାଁର ଉପର ମୁଣ୍ଡରେ ନଦୀ ଜଳକୁ ରୋକାଯାଉଛି । ଓଡ଼ିଶା ଭାଗର ପାଣି ଅଟକାଉଛି ଆନ୍ଧ୍ର । ଚୁପ୍ ବସିଛନ୍ତି ରାଜ୍ୟ ସରକାର । ଜନ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି, ଚଳିତ ଗ୍ରୀଷ୍ମ ପ୍ରସ୍ତୁତି ବୈଠକରେ ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । ଖୁବଶୀଘ୍ର ଗଜପତି ଜିଲ୍ଲାପାଳ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଓଡ଼ିଶା ସରକାରଙ୍କ ସ୍ଥାଣୁତା ଓ ଅପାରଗତା କାରଣରୁ ଓଡ଼ିଶାର ସ୍ବାର୍ଥକୁ ବାରମ୍ବାର ଆଘାତ ଦେଉଛି ଆନ୍ଧ୍ର । କୋରାପୁଟରୁ ନେଇ ଗଜପତି, ଖଣି ନେଇ ଜଳସମ୍ପଦ । ଓଡ଼ିଶାର ସମ୍ପତ୍ତି ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି । ଓଡ଼ିଶା ସୀମା ଭିତରେ ପଶି ପଡ଼ୋଶୀ ରାଜ୍ୟ କରୁଛି ମନମାନି । କିନ୍ତୁ ଚୁପ୍ ବସିଛନ୍ତି ରାଜ୍ୟରେ ୨୪ ବର୍ଷ ଧରି କ୍ଷମତାସୀନ ସରକାର । ଓଡ଼ିଶାର ସୀମା, ଭାଷା, ସୁରକ୍ଷା ଦିଗରେ ନାହିଁ ବିଜେଡି ସରକାରର ଆନ୍ତରିକତା ।
