ଓଡ଼ିଶାରେ ବିଜେପିର ଲମ୍ବଡିଆଁ ନେଇ ଆଉ ଏକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଅର୍ଗସ ବ୍ୟୁରୋ : ବିଜେଡି-ବିଜେପି ଭିତରେ ଆରପାର ଲଢେଇ । ଏହା ଭିତରେ ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏକ ସର୍ଭେକୁ ଆଧାର କରି ନ୍ୟୁଜ୍ ୧୮ରେ ପ୍ରକାଶିତ ଖବରରେ ଓଡ଼ିଶାରେ ବିଜେପିର ବଢୁଥିବା ଗ୍ରାଫକୁ ଦର୍ଶାଯାଇଛି । ସର୍ଭେ ଅନୁସାରେ ବିଜେପି ଏକାକି ଲଢିବେ ଲୋକସଭାରେ ୧୭ ଆସନ ଓ ବିଧାନସଭାରେ ୭୦ ଆସନରେ ବିଜୟ ଲାଭ କରିବ । ଅର୍ଥାତ ମ୍ୟାଜିକ ନମ୍ବର ୭୪ର ପାଖାପାଖି ପହଞ୍ଚିଯିବ ଭାରତୀୟ ଜନତା ପାର୍ଟି ।
୬ ମାସ ତଳେ ଏଇ ସର୍ଭେରେ ଦର୍ଶାଯାଇଥିଲା ଓଡ଼ିଶାରେ ବିଜେପିକୁ ମିଳିପାରେ ୮ ଲୋକସଭା ଆସନ । ସେହିଭଳି ଭରତୀୟ ଜନତା ପାର୍ଟି ବିଧାନସଭାରେ ଜିତିପାରେ ୩୨ ସିଟ୍ । ତେବେ ଏହାଭିତରେ ବିଜେପିର ଲୋକପ୍ରିୟତା ଖାସ୍ କରି ମୋଦିଙ୍କ ପପୁଲାରିଟି ଓଡ଼ିଶାରେ ବଢିବାରେ ଲାଗିଛି । କିଛି ଦିନ ତଳେ ପାଣ୍ଡିଆନଙ୍କ ରାଜ୍ୟ ତାମିଲନାଡୁର ଲୋକପ୍ରିୟ ଚ୍ୟାନେଲ୍ ଦି ଫେଡେରାଲ୍ ପୁଥିୟାଥାଲାଇମୁରାଇ ଓପିନିୟନ୍ ପୋଲରେ ବି ଦେଖିବାକୁ ମିଳିଥିଲା ମୋଦି ସୁମାନୀର ଝଲକ । ଏଇ ଚ୍ୟାନେଲର ଆକଳନ ଅନୁସାରେ ଓଡ଼ିଶାରେ ବିଜେପି ୫୪.୯ ପ୍ରତିଶତ ଭୋଟ ସହ ଜିତିପାରେ ୨୦ ଲୋକସଭା ଆସନ । ବିଜେଡି ହାତକୁ ଯାଇପାରେ ମାତ୍ର ଗୋଟିଏ ଆସନ୍ ।
ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ୍ ସର୍ଭେରେ ନବୀନଙ୍କ ଲୋକପ୍ରିୟତା କମୁଥିବାର ତଥ୍ୟ ଆସିଥିଲା ସାମ୍ନାକୁ । ସାରା ଦେଶରେ ନିଜ ରାଜ୍ୟରେ ନବୀନ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ହେଲେ ତାଙ୍କ ଲୋକପ୍ରିୟତା ଦେଢ ବର୍ଷରେ ୨୫ ପ୍ରତିଶତ ହ୍ରାସ ପାଇଛି । ୨୦୨୨ ଅଗଷ୍ଟରେ ନବୀନଙ୍କ ଲୋକପ୍ରିୟତା ୭୮ ପ୍ରତିଶତ ଥିଲା, ଏବେ ଖସିଆସିଛି ୫୩ ପ୍ରତିଶତକୁ । ସେପଟେ ଏବିପି ସି- ଭୋଟରର ସର୍ଭେ କହୁଛି ଦେଶର ପୂର୍ବା଼୍ଚଳ ରାଜ୍ୟମାନଙ୍କ ଭିତରେ ଓଡ଼ିଶାରେ ସବୁଠାରୁ ଅଧିକ ଲୋକପ୍ରିୟ ମୋଦି । ସିଧାସଳଖ ପ୍ରଧାନମନ୍ତ୍ରୀ ପଦ ପାଇଁ ଭୋଟ ହେଲେ ଓଡ଼ିଶାର ୭୫ ପ୍ରତିଶତ ଲୋକ ମୋଦିଙ୍କୁ ଭୋଟ ଦେବେ ବୋଲି ସର୍ଭେରେ ଉଲ୍ଲେଖ ଥିଲା । ନବୀନଙ୍କ ଲୋକପ୍ରିୟତା କମିବା ଓ ମୋଦିଙ୍କ ସୁନାମୀ ନେଇ ବିଭିନ୍ନ ସର୍ଭେକୁ ନେଇ ବିଜେଡି ଶିବିରରେ ଚିନ୍ତା ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ କାହିଁକି କମୁଛି ନବୀନଙ୍କ ଲୋକପ୍ରିୟତା, କାହିଁକି ବିଜେଡି ଉପରୁ ତୁଟୁଛି ଭରସା । ୨୪ ବର୍ଷର ଅରାଗତାକୁ ସରକାର ନୂଆ ପିଢୀର ଆଶା-ଆକାଂକ୍ଷା ପୂରଣ କରିବାରେ ବିଫଳ । ନବୀନଙ୍କ ହାତରୁ ନେତୃତ୍ବ ଖସିଯାଉଛି ପାଣ୍ଡିଆନଙ୍କ ହାତକୁ । ନବୀନ ଓଡ଼ିଆ କହିପାରୁନଥିଲେ ବି ବିଜୁ ବାବୁଙ୍କ ପୁଅ ବୋଲି ଲୋକେ ଗ୍ରହଣ କରିଥିଲେ ହେଲେ ଏବେ ତାମିଲ ଭାଷାଭାଷୀ କାହାକୁ ଥୋପି ଦେଇ ବିଜେଡି ଓଡ଼ିଶା ଲୋକଙ୍କୁ ଟେକେନ୍ ଫର ଗ୍ରାଣ୍ଟେଡ୍ ନେଇଯାଇଛି ।