Videos
|
Odisha

ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାର ପରିସରକୁ ଆସିନି ବୋଲି କହିଲେ ମନମୋହନ

Jitendra Dash
Browse all articles by Jitendra Dash
·2 years ago·1 min read
ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାର ପରିସରକୁ ଆସିନି ବୋଲି କହିଲେ ମନମୋହନ

ଅର୍ଗସ ବ୍ୟୁରୋ : ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବ, ନା ହେବ ନାହିଁ । ୨୪ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏ କଥାକୁ ନେଇ ପଲ୍ଲୀରୁ ଦିଲ୍ଲୀ, ସବୁଠି ଚର୍ଚ୍ଚା ଓ ଆଲୋଚନା । କିନ୍ତୁ ସବୁ ଆକଳନରୁ ଆଗକୁ ଯାଇ ପୁଣି ମେଣ୍ଟ ସମ୍ଭାବନାରେ ସସପେନ୍ସ ଛିଡା କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିଲ୍ଲୀରେ ଶୀର୍ଷ ନେତୃତ୍ଵଙ୍କ ସହ ବୈଠକ ପରେ ଓଡିଶା ଫେରିବା ପରେ ମନମୋହନ କହିଛନ୍ତି, ମେଣ୍ଟ ବାବଦରେ କୌଣସି ଆଲୋଚନା ହୋଇନି । 

ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ଏକାକୀ ଲଢିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି । ଆଉ ମନମୋହନଙ୍କ ପରେ ଦଳର ରାଜ୍ୟ ନର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାରଙ୍କ ବୟାନ ମେଣ୍ଟ ଚର୍ଚ୍ଚାକୁ ଆହୁରି ଜଟିଳ କରିଛି । ତୋମାର ମଧ୍ୟ ମନମୋହନଙ୍କ କଥାକୁ ଦୋହରାଇ, ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି ବୋଲି କହିଛନ୍ତି । ସେପଟେ ଓଡିଶାର ସ୍ଵାର୍ଥ ପାଇଁ ବିଜେଡି ମେଣ୍ଟ ପାଇଁ ଆଗ୍ରହୀ ବୋଲି କହିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଅନ୍ୟପଟେ ଓଡିଶାବାସୀଙ୍କ ସ୍ଵାର୍ଥ ପାଇଁ ବିଜେଡି ସବୁ ପଦକ୍ଷେପ ନେବ ବୋଲି ବୁଧବାର ପ୍ରତିକିୟା ରଖିଥିଲେ ଦଳର ଦୁଇ ନେତା ଦେବୀ ମିଶ୍ର ଓ ଅରୁଣ ସାହୁ ।  ମେଣ୍ଟ ପ୍ରସଙ୍ଗରେ କେନ୍ଦ୍ର ନେତୃତ୍ବ ନିଷ୍ପତ୍ତି ନେବେ ବୋଲି ପୂର୍ବରୁ କହିଥିଲେ ଜୁଏଲ । ନିର୍ବାଚନ ତାରିଖ ପାଖେଇବା ସହ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାକୁ ନେଇ ବଢି ଚାଲିଛି ସସପେନ୍ସ । ତେବେ ମେଣ୍ଟ ହେବ ନା ଉଭୟ ଏକାକୀ ଲଢିବେ ତାକୁ ନେଇ ଉଭୟ ଦଳଙ୍କ ନିଷ୍ପତି ଉପରେ ସମସ୍ତଙ୍କ ନଜର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: